ଆଜି ପବିତ୍ର ‘ଇଦ୍-ଉଲ୍-ଫିତର’

The Sakala Picture
Published On

ଭୁବନେଶ୍ୱର: ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍-ଉଲ୍-ଫିତର। ଦୀର୍ଘ ୧ମାସ ଧରି ରୋଜା ଅର୍ଥାତ ଉପବାସ ରଖିଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନ ଉପବାସ ଭଙ୍ଗକରି ନିରାଡମ୍ବର ଭାବେ ଏହି ପର୍ବକୁ ପାଳନ କରୁଛନ୍ତି। ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି। ଖୁସିରେ ଆଳିଙ୍ଗନ କରି କହିବେ ଇଦ ମୁବାରକ୍‌। କରୋନା ପାଇଁ ଚଳିତ ବର୍ଷ ଫିକା ପଡିଛି ପର୍ବ। ଚାରିଆଡ଼େ ମହାମାରୀ କରୋନାର ପ୍ରକୋପ ଆଉ କଟକଣା । ସମୂହ ନମାଜ ପାଠ ତ ଦୂରର କଥା […]

ଭୁବନେଶ୍ୱର: ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍-ଉଲ୍-ଫିତର। ଦୀର୍ଘ ୧ମାସ ଧରି ରୋଜା ଅର୍ଥାତ ଉପବାସ ରଖିଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନ ଉପବାସ ଭଙ୍ଗକରି ନିରାଡମ୍ବର ଭାବେ ଏହି ପର୍ବକୁ ପାଳନ କରୁଛନ୍ତି। ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି। ଖୁସିରେ ଆଳିଙ୍ଗନ କରି କହିବେ ଇଦ ମୁବାରକ୍‌। କରୋନା ପାଇଁ ଚଳିତ ବର୍ଷ ଫିକା ପଡିଛି ପର୍ବ। ଚାରିଆଡ଼େ ମହାମାରୀ କରୋନାର ପ୍ରକୋପ ଆଉ କଟକଣା । ସମୂହ ନମାଜ ପାଠ ତ ଦୂରର କଥା କେହି ଘରୁ ବାହାରିପାରିବେ ନାହିଁ। ଘରେ ରହି ନମାଜ ପାଠ କରିବେ। ଡିଜିଟାଲ୍‌ ମାଧ୍ୟମରେ ମୋବାଇଲ୍‌ ଓ ଇଣ୍ଟେରନେଟ୍‌ ମାଧ୍ୟମରେ ଇଦ୍‌ ଶୁଭେଚ୍ଛା ଜଣାଇବେ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ପବିତ୍ର ରମଜାନ ମାସରେ, ମୁସଲମାନ ଭାଇ ଭଉଣୀମାନେ ରୋଜା ପାଳନ କରନ୍ତି ଏବଂ ନିୟମିତ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା ଓ ପ୍ରଣାମ କରନ୍ତି। ଇମ-ଉଲ-ଫିତର ପର୍ବର ଶୁଭ ଅବସର, ଯାହା ରମଜାନର ସମାପ୍ତିକୁ ଦର୍ଶାଇବା ସହିତ ଭ୍ରାତୃଭାବ ଓ ସୌହାର୍ଦ୍ଦ୍ୟର ଭାବନାକୁ ଦୃଢୀଭୂତ କରିବା ପାଇଁ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଏ । ଇଦ୍-ଉଲ୍-ଫିତର ମଧ୍ୟ ଆମମାନଙ୍କୁ ମାନବ ସମାଜର ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଏକ ସୁଯୋଗ ଦେଇଥାଏ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ଓ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି ମୁସଲମାନ ଭାଇ ଭଉଣୀମାନେ। ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି। ମୁସଲମାନ ଭାଇ ଭାଉଣୀଙ୍କୁ ଆଜିର ଦିନରେ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି ଇଦ୍-ଉଲ୍-ଫିତର ଅବସରରେ ମୁଁ ସମସ୍ତ ଦେଶବାସୀ ବିଶେଷ କରି ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର