କ୍ରୋମାଇଟ ବୋଝେଇ ଟ୍ରକ ଧକ୍କାରେ ଏମସିଏଲ କର୍ମଚାରୀଙ୍କ ମୃତ୍ୟୁ

The Sakala Picture
Published On

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର କୁନାଲ କମ୍ପାନୀ ସମ୍ମୁଖରେ ଏକ କ୍ରୋମାଇଟ ବୋଝେଇ ଟ୍ରକ ଧକ୍କାରେ ଜଣେ ଏମସିଏଲ (MCL)କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ବାରିହାପୁର ଗାଁର ଆର୍ତ୍ତବନ୍ଧୁ ବିଶ୍ୱାଳ । ଆର୍ତ୍ତବନ୍ଧୁ ବୁଧବାର ଦିନ ସକାଳ ପ୍ରାୟ ୬ଟା ସମୟରେ ତାଳଚେର ହିଙ୍ଗୁଳା ସ୍ଥିତ ବଳରାମ ମାଇନ୍ସକୁ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । କୁନାଲ କମ୍ପାନୀ ସମ୍ମୁଖରେ ଟ୍ରକଟି ଆର୍ତ୍ତବନ୍ଧୁଙ୍କ ବାଇକ ସହ […]

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର କୁନାଲ କମ୍ପାନୀ ସମ୍ମୁଖରେ ଏକ କ୍ରୋମାଇଟ ବୋଝେଇ ଟ୍ରକ ଧକ୍କାରେ ଜଣେ ଏମସିଏଲ (MCL)କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ବାରିହାପୁର ଗାଁର ଆର୍ତ୍ତବନ୍ଧୁ ବିଶ୍ୱାଳ । ଆର୍ତ୍ତବନ୍ଧୁ ବୁଧବାର ଦିନ ସକାଳ ପ୍ରାୟ ୬ଟା ସମୟରେ ତାଳଚେର ହିଙ୍ଗୁଳା ସ୍ଥିତ ବଳରାମ ମାଇନ୍ସକୁ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । କୁନାଲ କମ୍ପାନୀ ସମ୍ମୁଖରେ ଟ୍ରକଟି ଆର୍ତ୍ତବନ୍ଧୁଙ୍କ ବାଇକ ସହ ତାଙ୍କୁ ପ୍ରାୟ ୨୦ ରୁ ୩୦ ମିଟର ବାଟ ଘୋଷାଡି ନେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ଅନ୍ତଃବୁଜୁଳା ବାହାରି ପଡିଥିଲା ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ରାସ୍ତାରେ ଯାଉଥିବା କିଛି ଲୋକ ଟ୍ରକ ଡ୍ରାଇଭର କୁ କାବୁ କରି ପୋଲିସର ଜିମା ଦେଇଥିଲେ । ତେବେ ଆର୍ତ୍ତବନ୍ଧୁ ବଳରାମ ମାଇନ୍ସରେ ଜଣେ ଇଲେକ୍ଟ୍ରିସିଆନ ଭାବରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା କ୍ରୋମାଇଟ ବୋଝେଇ ଟ୍ରକଟି ଯାଜପୁର କାଳିଆପାଣିରୁ ସମ୍ବଲପୁର ସ୍ଥିତ ଶ୍ୟାମ ମେଟାଲିକ ପ୍ଲାଣ୍ଟକୁ ଯାଉଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ଏଥିସହିତ ଟ୍ରକ ଡ୍ରାଇଭର ପ୍ରଫୁଲ୍ଲ କୁମାର ରାଉତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପରଜଙ୍ଗ ପୋଲିସ । ଆର୍ତ୍ତବନ୍ଧୁଙ୍କ ମୃତ୍ୟୁକୁ ନେଇ ସମଗ୍ର ବାରିହାପୁର ଗାଁରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

21 Jul 2021 By The Sakala

କ୍ରୋମାଇଟ ବୋଝେଇ ଟ୍ରକ ଧକ୍କାରେ ଏମସିଏଲ କର୍ମଚାରୀଙ୍କ ମୃତ୍ୟୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର କୁନାଲ କମ୍ପାନୀ ସମ୍ମୁଖରେ ଏକ କ୍ରୋମାଇଟ ବୋଝେଇ ଟ୍ରକ ଧକ୍କାରେ ଜଣେ ଏମସିଏଲ (MCL)କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ବାରିହାପୁର ଗାଁର ଆର୍ତ୍ତବନ୍ଧୁ ବିଶ୍ୱାଳ । ଆର୍ତ୍ତବନ୍ଧୁ ବୁଧବାର ଦିନ ସକାଳ ପ୍ରାୟ ୬ଟା ସମୟରେ ତାଳଚେର ହିଙ୍ଗୁଳା ସ୍ଥିତ ବଳରାମ ମାଇନ୍ସକୁ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । କୁନାଲ କମ୍ପାନୀ ସମ୍ମୁଖରେ ଟ୍ରକଟି ଆର୍ତ୍ତବନ୍ଧୁଙ୍କ ବାଇକ ସହ ତାଙ୍କୁ ପ୍ରାୟ ୨୦ ରୁ ୩୦ ମିଟର ବାଟ ଘୋଷାଡି ନେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ଅନ୍ତଃବୁଜୁଳା ବାହାରି ପଡିଥିଲା ।

ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ରାସ୍ତାରେ ଯାଉଥିବା କିଛି ଲୋକ ଟ୍ରକ ଡ୍ରାଇଭର କୁ କାବୁ କରି ପୋଲିସର ଜିମା ଦେଇଥିଲେ । ତେବେ ଆର୍ତ୍ତବନ୍ଧୁ ବଳରାମ ମାଇନ୍ସରେ ଜଣେ ଇଲେକ୍ଟ୍ରିସିଆନ ଭାବରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା କ୍ରୋମାଇଟ ବୋଝେଇ ଟ୍ରକଟି ଯାଜପୁର କାଳିଆପାଣିରୁ ସମ୍ବଲପୁର ସ୍ଥିତ ଶ୍ୟାମ ମେଟାଲିକ ପ୍ଲାଣ୍ଟକୁ ଯାଉଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ଏଥିସହିତ ଟ୍ରକ ଡ୍ରାଇଭର ପ୍ରଫୁଲ୍ଲ କୁମାର ରାଉତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପରଜଙ୍ଗ ପୋଲିସ । ଆର୍ତ୍ତବନ୍ଧୁଙ୍କ ମୃତ୍ୟୁକୁ ନେଇ ସମଗ୍ର ବାରିହାପୁର ଗାଁରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର