ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼

The Sakala Picture
Published On

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼। ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ମାଡ ମାରିଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ମାଡରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ଆହାତ ହୋଇଛନ୍ତି। ମାଡ ମାରିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ସମୟରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ମେଡିକାଲରେ ରୋଗୀ ଚିକିତ୍ସା କରୁଥିଲେ। ଏହି ସମୟରେ ଅଠାନ୍ତର ଗ୍ରାମର ଚିତରଞ୍ଜ ବେହେରାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ମେଡିକାଲ ଆସିଥିଲେ। […]

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼। ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ମାଡ ମାରିଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ମାଡରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ଆହାତ ହୋଇଛନ୍ତି। ମାଡ ମାରିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ସମୟରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ମେଡିକାଲରେ ରୋଗୀ ଚିକିତ୍ସା କରୁଥିଲେ। ଏହି ସମୟରେ ଅଠାନ୍ତର ଗ୍ରାମର ଚିତରଞ୍ଜ ବେହେରାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ମେଡିକାଲ ଆସିଥିଲେ। ଡାକ୍ତର ରତିରଞ୍ଜନ ଏକ ଇଂଜେକ୍‌ସନ୍ ଦେବାପାଇଁ ପ୍ରେସକ୍ରାଇବ୍ କରିଥିଲେ। କାର୍ଯ୍ୟରତ ନର୍ସ ସିଲା ସାହୁ ଇଂଜେକ୍ସନ୍ ଦେବାକୁ ଆସିବା ଭିତରେ କାହିଁକି ବିଳମ୍ବ ହେଉଛି ବୋଲି ଚିତରଞ୍ଜ ଏବଂ ତାଙ୍କର ଜଣେ ସହଯୋଗୀ ପାଟିତୁଣ୍ଡ କରିଥିଲେ। ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ବେଳେ ସେମାନେ ଡାକ୍ତର ରତିରଂଜନ, ନର୍ସ ସିଲା ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିଲେ। ଦୁର୍ବୃତ୍ତଙ୍କ ମାଡରେ ତିନିଜଣ ଆହାତ ହୋଇଛନ୍ତି। ମାଡ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁଇ ଦୁର୍ବୃତ୍ତ। ସେପଟେ ଘଟଣା ସ୍ଥଳପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

20 Jul 2021 By The Sakala

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼। ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ମାଡ ମାରିଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ମାଡରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ଆହାତ ହୋଇଛନ୍ତି। ମାଡ ମାରିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ସମୟରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ମେଡିକାଲରେ ରୋଗୀ ଚିକିତ୍ସା କରୁଥିଲେ। ଏହି ସମୟରେ ଅଠାନ୍ତର ଗ୍ରାମର ଚିତରଞ୍ଜ ବେହେରାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ମେଡିକାଲ ଆସିଥିଲେ। ଡାକ୍ତର ରତିରଞ୍ଜନ ଏକ ଇଂଜେକ୍‌ସନ୍ ଦେବାପାଇଁ ପ୍ରେସକ୍ରାଇବ୍ କରିଥିଲେ। କାର୍ଯ୍ୟରତ ନର୍ସ ସିଲା ସାହୁ ଇଂଜେକ୍ସନ୍ ଦେବାକୁ ଆସିବା ଭିତରେ କାହିଁକି ବିଳମ୍ବ ହେଉଛି ବୋଲି ଚିତରଞ୍ଜ ଏବଂ ତାଙ୍କର ଜଣେ ସହଯୋଗୀ ପାଟିତୁଣ୍ଡ କରିଥିଲେ। ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ବେଳେ ସେମାନେ ଡାକ୍ତର ରତିରଂଜନ, ନର୍ସ ସିଲା ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିଲେ। ଦୁର୍ବୃତ୍ତଙ୍କ ମାଡରେ ତିନିଜଣ ଆହାତ ହୋଇଛନ୍ତି। ମାଡ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁଇ ଦୁର୍ବୃତ୍ତ। ସେପଟେ ଘଟଣା ସ୍ଥଳପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର