ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ: ଅସହାୟ ପୁଲିସ; ସତର୍କ ରହନ୍ତୁ, ନିଜେ ନିଜକୁ ରକ୍ଷା କରନ୍ତୁ- ନିରଞ୍ଜନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ଵର। ଚୋରି, ରାହାଜାନୀ, ଛିନତାଇ ବଢ଼ିଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ ନିଜ ସୋସିଆଲ ମଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ପ୍ରତିଦିନ ଖବରକାଗଜରେ ଭୁବନେଶ୍ବରରେ ବଢ଼ୁଥିବା ଅପରାଧ ଏବଂ ଡକାୟତିର ଖବର ଦେଖୁବାକୁ ମିଳୁଛି। ମୋ ଘରେ ଡକାୟତି ଘଟି ୧୦ ଦିନ ହୋଇଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ପୁଲିସ୍ ଅପରାଧୀଙ୍କୁ ଧରିପାରିନାହାନ୍ତି। ଏହି […]

ଭୁବନେଶ୍ବର: ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ଵର। ଚୋରି, ରାହାଜାନୀ, ଛିନତାଇ ବଢ଼ିଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସେ ନିଜ ସୋସିଆଲ ମଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ପ୍ରତିଦିନ ଖବରକାଗଜରେ ଭୁବନେଶ୍ବରରେ ବଢ଼ୁଥିବା ଅପରାଧ ଏବଂ ଡକାୟତିର ଖବର ଦେଖୁବାକୁ ମିଳୁଛି। ମୋ ଘରେ ଡକାୟତି ଘଟି ୧୦ ଦିନ ହୋଇଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ପୁଲିସ୍ ଅପରାଧୀଙ୍କୁ ଧରିପାରିନାହାନ୍ତି। ଏହି ଘଟଣା କେବଳ ମୋ ପାଇଁ ନୁହେଁ, ଆମ ସମଗ୍ର ଓଡ଼ିଶା ପାଇଁ ଏକ ଗଭୀର ଚିନ୍ତାର ବିଷୟ। ରାଜ୍ୟରେ, ବିଶେଷକରି ଭୁବନେଶ୍ବରରେ ଅପରାଧ କାହିଁକି ଏତେ ବଢ଼ୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବେକାରି ସମସ୍ୟା, ଡ୍ରଗ୍ସ ଏବଂ ମଦପାନର ଅତ୍ୟଧିକ ବ୍ୟବହାର ଅପରାଧକୁ ବଢ଼ାଇବାରେ ସହାୟକ ହେଉଛି ବୋଲି ସେ କହିଛନ୍ତି

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଏହି ଅବସ୍ଥା ଦୂର କରିବା ପାଇଁ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ପୁଲିସ ବିଭାଗକୁ ଆଧୁନିକ ତଥା ଉନ୍ନତ ପ୍ରଯୁକ୍ତିର ସହାୟତା ଦେଇ ସୁଦୃଢ଼ କରିବା ଉଚିତ। ନିରାପତ୍ତା ପ୍ରତ୍ୟେକ ନାଗରିକଙ୍କ ଅଧିକାର। ଅପରାଧର ମୁକାବିଲା ପାଇଁ ପ୍ରଶାସନ ଦୃଢ଼ ହେବା ସହ ସକ୍ରିୟ ପଦକ୍ଷେପ ନେଉ। ମୁଁ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି–ସତର୍କ ରହନ୍ତୁ, ନିଜେ ନିଜକୁ ରକ୍ଷା କରନ୍ତୁ ବୋଲି ସେ ସୋସିଆଲ ମଡିଆରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର