ଦେଶରେ ଭୂତଳ ଖଣି ଖନନ ନୈରାଶ୍ୟଜନକ’, ସାଂସଦ ମାନସ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ଭୂତଳ କୋଇଲା ଖନନ ଉତ୍ସାହଜନକ ନୁହେଁ । ୨୦୨୩-୨୪ ଆର୍ଥିକ ବର୍ଷରେ ମାତ୍ର ୩.୪୪ ପ୍ରତିଶତ କୋଇଲା ଖଣିରେ ଭୂତଳ କୋଇା ଖନନ ହୋଇଛି । ଏବେ ଭୂତଳ କୋଇଲା ଖନନ ପ୍ରକ୍ରିୟାରେ ମାତ୍ର ୩୪.୩୩ ମେଟ୍ରିକ ଟନ କୋଇଲା ଉତ୍ପାଦନ ହେଉଥିବା ବେଳେ ୨୦୩୦ ସୁଦ୍ଧା ଏହି ପ୍ରକ୍ରିୟାରେ ୧୦୦ ମେଟ୍ରିକ ଟନ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର […]

ନୂଆଦିଲ୍ଲୀ: ଦେଶରେ ଭୂତଳ କୋଇଲା ଖନନ ଉତ୍ସାହଜନକ ନୁହେଁ । ୨୦୨୩-୨୪ ଆର୍ଥିକ ବର୍ଷରେ ମାତ୍ର ୩.୪୪ ପ୍ରତିଶତ କୋଇଲା ଖଣିରେ ଭୂତଳ କୋଇା ଖନନ ହୋଇଛି । ଏବେ ଭୂତଳ କୋଇଲା ଖନନ ପ୍ରକ୍ରିୟାରେ ମାତ୍ର ୩୪.୩୩ ମେଟ୍ରିକ ଟନ କୋଇଲା ଉତ୍ପାଦନ ହେଉଥିବା ବେଳେ ୨୦୩୦ ସୁଦ୍ଧା ଏହି ପ୍ରକ୍ରିୟାରେ ୧୦୦ ମେଟ୍ରିକ ଟନ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀ ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ପରିବେଶ ପ୍ରଦୂଷଣକୁ ରୋକିବାକୁ ଚାଇନାରେ ୯୮ ପ୍ରତିଶତ ଖଣିରେ ଭୂତଳ ଖନନ ପ୍ରକ୍ରିୟାରେ କୋଇଲା ଉତ୍ପାଦନ କରାଯାଉଛି । ଭାରତରେ ସେହିଭଳି ଭୂତଳ କୋଇଲା ଉତ୍ପାଦନକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି କି ନାହିଁ ସେନେଇ ପ୍ରଶ୍ନ କରିଥିଲେ ସାଂସଦ ମାନସ ମଙ୍ଗରାଜ । ଏଥିସହ କେନ୍ଦ୍ର ସରକାର ଓପନ-କାଷ୍ଟ ମାଇନିଂ ଦ୍ବାରା ବାୟୁମଣ୍ଡଳ ଉପରେ ପଡୁଥିବା ପ୍ରଭାବର ଆକଳନ କରିଛନ୍ତି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ । ଓପନ କାଷ୍ଟ ମାଇନିଂ ଦ୍ବାରା ବାୟୁମଣ୍ଡଳ, ଜଳ ଉତ୍ସଗୁଡିକ ପ୍ରଭାବିତ ହେବା ସହ ଶବ୍ଦ ପ୍ରଦୂଷଣ ମଧ୍ୟ ହେଉଛି । ଏହାକୁ ନିୟନ୍ତ୍ରିତ କରିବାକୁ କୋଇଲା କମ୍ପାନୀ ଗୁଡିକୁ କେନ୍ଦ୍ର ଜଙ୍ଗଲ ପରିବେଶ ନିୟମାବାଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

09 Dec 2024 By The Sakala

ଦେଶରେ ଭୂତଳ ଖଣି ଖନନ ନୈରାଶ୍ୟଜନକ’, ସାଂସଦ ମାନସ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଭୂତଳ କୋଇଲା ଖନନ ଉତ୍ସାହଜନକ ନୁହେଁ । ୨୦୨୩-୨୪ ଆର୍ଥିକ ବର୍ଷରେ ମାତ୍ର ୩.୪୪ ପ୍ରତିଶତ କୋଇଲା ଖଣିରେ ଭୂତଳ କୋଇା ଖନନ ହୋଇଛି । ଏବେ ଭୂତଳ କୋଇଲା ଖନନ ପ୍ରକ୍ରିୟାରେ ମାତ୍ର ୩୪.୩୩ ମେଟ୍ରିକ ଟନ କୋଇଲା ଉତ୍ପାଦନ ହେଉଥିବା ବେଳେ ୨୦୩୦ ସୁଦ୍ଧା ଏହି ପ୍ରକ୍ରିୟାରେ ୧୦୦ ମେଟ୍ରିକ ଟନ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀ ।

ପରିବେଶ ପ୍ରଦୂଷଣକୁ ରୋକିବାକୁ ଚାଇନାରେ ୯୮ ପ୍ରତିଶତ ଖଣିରେ ଭୂତଳ ଖନନ ପ୍ରକ୍ରିୟାରେ କୋଇଲା ଉତ୍ପାଦନ କରାଯାଉଛି । ଭାରତରେ ସେହିଭଳି ଭୂତଳ କୋଇଲା ଉତ୍ପାଦନକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି କି ନାହିଁ ସେନେଇ ପ୍ରଶ୍ନ କରିଥିଲେ ସାଂସଦ ମାନସ ମଙ୍ଗରାଜ । ଏଥିସହ କେନ୍ଦ୍ର ସରକାର ଓପନ-କାଷ୍ଟ ମାଇନିଂ ଦ୍ବାରା ବାୟୁମଣ୍ଡଳ ଉପରେ ପଡୁଥିବା ପ୍ରଭାବର ଆକଳନ କରିଛନ୍ତି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ । ଓପନ କାଷ୍ଟ ମାଇନିଂ ଦ୍ବାରା ବାୟୁମଣ୍ଡଳ, ଜଳ ଉତ୍ସଗୁଡିକ ପ୍ରଭାବିତ ହେବା ସହ ଶବ୍ଦ ପ୍ରଦୂଷଣ ମଧ୍ୟ ହେଉଛି । ଏହାକୁ ନିୟନ୍ତ୍ରିତ କରିବାକୁ କୋଇଲା କମ୍ପାନୀ ଗୁଡିକୁ କେନ୍ଦ୍ର ଜଙ୍ଗଲ ପରିବେଶ ନିୟମାବାଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର