ପଢ଼ୁଆଁ ହେବେ ବଡ଼ଠାକୁର, ନିଆଳିର ମାଧବାନନ୍ଦଜିଉଙ୍କ ପୀଠରୁ ଶ୍ରୀମନ୍ଦିର ଗଲା ପଢ଼ୁଆଁ ଭାର

The Sakala Picture
Published On

ନିଆଳି: ପଢ଼ୁଆଁ ହେବେ ବଡ଼ଠାକୁର । ମାମୁ ଘରୁ ଗଲା ପଢ଼ୁଆଁ ଭାର । ନିଆଳିର ମାଧବାନନ୍ଦଜିଉଙ୍କ ପୀଠରୁ ଶ୍ରୀମନ୍ଦିର ଗଲା ପଢ଼ୁଆଁ ଭାର । ପାଟବସ୍ତ୍ର ଓ ବିଭିନ୍ନ ଫଳମୂଳ ସହ ଏକଲକ୍ଷ ପୀଠା ଭାର ଗଲା ଶ୍ରୀମନ୍ଦିର । ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବଡଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ନେଇ ଯାଉଛନ୍ତି ।‌ […]

ନିଆଳି: ପଢ଼ୁଆଁ ହେବେ ବଡ଼ଠାକୁର । ମାମୁ ଘରୁ ଗଲା ପଢ଼ୁଆଁ ଭାର । ନିଆଳିର ମାଧବାନନ୍ଦଜିଉଙ୍କ ପୀଠରୁ ଶ୍ରୀମନ୍ଦିର ଗଲା ପଢ଼ୁଆଁ ଭାର । ପାଟବସ୍ତ୍ର ଓ ବିଭିନ୍ନ ଫଳମୂଳ ସହ ଏକଲକ୍ଷ ପୀଠା ଭାର ଗଲା ଶ୍ରୀମନ୍ଦିର । ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବଡଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ନେଇ ଯାଉଛନ୍ତି ।‌ ଏହି ପୋଢୁଆଁ ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ, ବିଭିନ୍ନ ପ୍ରକାରର ଫଳମୂଳ ସହ ତୁଳସୀ ଏବଂ ପଦ୍ମଫୁଲ ସାମିଲ ହୋଇଛି । ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ନୃତ୍ୟ କରାଯାଇ ଏହି ଭାର ଶ୍ରୀମନ୍ଦିରକୁ ଅଭିମୁଖେ ଯାଇଛି ଏହି ପଢ଼ୁଆଁ ଭାର ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଏହି ଅବସରରେ ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିରକୁ ଯାଉଛି ପୋଢୁଆଁ ଭାର । ପୂଣ୍ୟତ୍ରୟା ପ୍ରାଚୀ ନଦୀ ମାଧବାନନ୍ଦ ପିଠରୁ କାଳିଆ ଦିଅଁ ପାଇଁ ଯାଉଛି ପୋଢୁଆଁ ଭାର । ଶୁକ୍ରବାର ପ୍ରାତଃ ୪ଟା ୩୦ ମିନିଟରେ ଶ୍ରୀମାଧବଙ୍କ ସ୍ନାନ ଓ ମାର୍ଜନା ହୋଇଛି । ସକାଳ ୫ଟାରେ ମହାପ୍ରଭୁଙ୍କ ରାଜା-ରାଜେଶ୍ୱର ବେଶ, ୫ଟା ୩୦ ମିନିଟରେ ଗୋପାଳବଲ୍ଲବ ଭୋଗ ନିତିସାରି ସକାଳ ୭ଟା ୩୦ ମିନିଟରେ ମାଧବ ମନ୍ଦିରରୁ ପୋଢୁଆଁ ଭାର ନେଇ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା ଆରମ୍ଭ ହୋଇଛି

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର