ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଗହଳି

The Sakala Picture
Published On

ପୁରୀ: ଆଜି ପବିତ୍ର ଅଁଳା ନବମୀ । ଧର୍ମ ମାସ କାର୍ତ୍ତିକରେ ପଡ଼ୁଥିବା ସମସ୍ତ ପର୍ବ, ଓଷା ଏବଂ ବ୍ରତ ମଧ୍ୟରୁ ଅଁଳା ନବମୀ ସ୍ବତନ୍ତ୍ରତା ବହନ କରେ। ଏହି ଦିବସଟି କାର୍ତ୍ତିକ ଶୁକ୍ଳ ନବମୀରେ ପାଳିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ଅଁଳାଗଛ ମୂଳେ ବସି ଭୋଜନ କରନ୍ତି। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହି ପବିତ୍ର ଦିନରେ ପୁରୀ ଜିଲ୍ଲା […]

ପୁରୀ: ଆଜି ପବିତ୍ର ଅଁଳା ନବମୀ । ଧର୍ମ ମାସ କାର୍ତ୍ତିକରେ ପଡ଼ୁଥିବା ସମସ୍ତ ପର୍ବ, ଓଷା ଏବଂ ବ୍ରତ ମଧ୍ୟରୁ ଅଁଳା ନବମୀ ସ୍ବତନ୍ତ୍ରତା ବହନ କରେ। ଏହି ଦିବସଟି କାର୍ତ୍ତିକ ଶୁକ୍ଳ ନବମୀରେ ପାଳିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ଅଁଳାଗଛ ମୂଳେ ବସି ଭୋଜନ କରନ୍ତି। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଏହି ପବିତ୍ର ଦିନରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାଧାଙ୍କର ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି। ଏଥିପାଇଁ ଏହି ଦିବସଟି ‘ରାଧାପାଦ ଦର୍ଶନ’ ନାମରେ ବିଦିତ । ଏହି ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପୀନାଥ ମନ୍ଦିରରେ ଆଜି ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷକରେ ଥରେ ଶ୍ରଦ୍ଧାଳୁମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି l ସୁରକ୍ଷା, ଭିଡ଼ ପରିଚାଳନା ଓ ସମସ୍ତ ଭକ୍ତଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି l

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

10 Nov 2024 By The Sakala

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଗହଳି

ପୁରୀ: ଆଜି ପବିତ୍ର ଅଁଳା ନବମୀ । ଧର୍ମ ମାସ କାର୍ତ୍ତିକରେ ପଡ଼ୁଥିବା ସମସ୍ତ ପର୍ବ, ଓଷା ଏବଂ ବ୍ରତ ମଧ୍ୟରୁ ଅଁଳା ନବମୀ ସ୍ବତନ୍ତ୍ରତା ବହନ କରେ। ଏହି ଦିବସଟି କାର୍ତ୍ତିକ ଶୁକ୍ଳ ନବମୀରେ ପାଳିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ଅଁଳାଗଛ ମୂଳେ ବସି ଭୋଜନ କରନ୍ତି। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ।

ଏହି ପବିତ୍ର ଦିନରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାଧାଙ୍କର ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି। ଏଥିପାଇଁ ଏହି ଦିବସଟି ‘ରାଧାପାଦ ଦର୍ଶନ’ ନାମରେ ବିଦିତ । ଏହି ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପୀନାଥ ମନ୍ଦିରରେ ଆଜି ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷକରେ ଥରେ ଶ୍ରଦ୍ଧାଳୁମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି l ସୁରକ୍ଷା, ଭିଡ଼ ପରିଚାଳନା ଓ ସମସ୍ତ ଭକ୍ତଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି l

ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି ।

https://www.thesakala.in/latest-odisha-news/today-is-holy-anla-navami-sri-radhapaada-darshan-at-puri-sakhigopal-temple/article-36455
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର