ଭଦ୍ରକରେ ହିଂସା ଘଟଣାର ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି ୱାଇ.ବି ଖୁରାନିଆ, ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ଅପିଲ୍‌ କଲେ

The Sakala Picture
Published On

ଭଦ୍ରକ: ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ଉଦ୍ୟମ। ଏପଟେ ଆଜି ଭଦ୍ରକରେ ପହଞ୍ଚି ହିଂସା ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ.ବି.ଖୁରାନିଆ। ଭଦ୍ରକ ଓ ଧାମନଗରରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି। ତାଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଅଛନ୍ତି। ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପରେ DG ପ୍ରତିକ୍ରିୟା ରଖିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଡିଜିପି ୱାଇ.ବି. ଖୁରାନିଆ […]

ଭଦ୍ରକ: ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ଉଦ୍ୟମ। ଏପଟେ ଆଜି ଭଦ୍ରକରେ ପହଞ୍ଚି ହିଂସା ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ.ବି.ଖୁରାନିଆ। ଭଦ୍ରକ ଓ ଧାମନଗରରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି। ତାଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଅଛନ୍ତି। ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପରେ DG ପ୍ରତିକ୍ରିୟା ରଖିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ସେ ଆହୁରି ମଧ୍ୟ କହିଛନ୍ତି କି, ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ । ପୁଲିସ ଗୁରୁଦାୟିତ୍ୱ ତୁଲାଉଛି, ସ୍ଥିତିରେ ନିଶ୍ଚିତ ସୁଧାର ଆସିବ। ସ୍ଥିତି ନିୟନ୍ତ୍ରଣରେ ଅଛି । ଦିନେ ଦୁଇ ଦିନରେ ସ୍ଵାଭାବିକ ହେବ । ଅଧିକାରୀଙ୍କ ସହ ଆଲୋଚନା କରିଛି । ୨୨ ତାରିଖରେ ଘଟଣା ପରେ ପୋଲିସ ସଜାଗ ହୋଇଛି । ୫ଟି ଥାନା ଅଞ୍ଚଳ ପ୍ରଭାବିତ ହୋଇଛି । ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ନିୟମିତ ପାଟ୍ରୋଲିଂ କରୁଛନ୍ତି । ସୋସିଆଲ ମିଡ଼ିଆରେ ଭୁଲ୍ ପୋଷ୍ଟ ହେଉଥିବା ଆମ ନଜରକୁ ଆସୁଛି । ଆପତ୍ତିଜନକ ପୋଷ୍ଟ ଦେଖିଲେ ପୋଲିସକୁ ଜଣାନ୍ତୁ । ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଜିପି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ଅନ୍ୟପଟେ ୪ ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ ଧାରା ବଳବତ୍ତର ରହିଛି। ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଧାମନଗର ଓ ଦୋବଲରେ ଧାରା ୧୬୩କୁ ସାମାନ୍ୟ କୋହଳ କରାଯାଇଛି। ସକାଳ ୬ଟାରୁ ରାତି ୮ଟା ଯାଏଁ କଟକଣା ମଧ୍ୟରେ ଦୋକାନବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। କୌଣସି ସ୍ଥାନରେ ୨ରୁ ଅଧିକ ଲୋକ ଭିଡ଼ ନଜମାଇବା, ମିଟିଂ ଓ ରାଲି ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଦେଖି ଇଣ୍ଟରନେଟ ସେବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

01 Oct 2024 By The Sakala

ଭଦ୍ରକରେ ହିଂସା ଘଟଣାର ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି ୱାଇ.ବି ଖୁରାନିଆ, ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ଅପିଲ୍‌ କଲେ

ଭଦ୍ରକ: ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ଉଦ୍ୟମ। ଏପଟେ ଆଜି ଭଦ୍ରକରେ ପହଞ୍ଚି ହିଂସା ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ.ବି.ଖୁରାନିଆ। ଭଦ୍ରକ ଓ ଧାମନଗରରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି। ତାଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଅଛନ୍ତି। ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପରେ DG ପ୍ରତିକ୍ରିୟା ରଖିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି, ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ । ପୁଲିସ ଗୁରୁଦାୟିତ୍ୱ ତୁଲାଉଛି, ସ୍ଥିତିରେ ନିଶ୍ଚିତ ସୁଧାର ଆସିବ। ସ୍ଥିତି ନିୟନ୍ତ୍ରଣରେ ଅଛି । ଦିନେ ଦୁଇ ଦିନରେ ସ୍ଵାଭାବିକ ହେବ । ଅଧିକାରୀଙ୍କ ସହ ଆଲୋଚନା କରିଛି । ୨୨ ତାରିଖରେ ଘଟଣା ପରେ ପୋଲିସ ସଜାଗ ହୋଇଛି । ୫ଟି ଥାନା ଅଞ୍ଚଳ ପ୍ରଭାବିତ ହୋଇଛି । ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ନିୟମିତ ପାଟ୍ରୋଲିଂ କରୁଛନ୍ତି । ସୋସିଆଲ ମିଡ଼ିଆରେ ଭୁଲ୍ ପୋଷ୍ଟ ହେଉଥିବା ଆମ ନଜରକୁ ଆସୁଛି । ଆପତ୍ତିଜନକ ପୋଷ୍ଟ ଦେଖିଲେ ପୋଲିସକୁ ଜଣାନ୍ତୁ । ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଜିପି କହିଛନ୍ତି ।

ଅନ୍ୟପଟେ ୪ ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ ଧାରା ବଳବତ୍ତର ରହିଛି। ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଧାମନଗର ଓ ଦୋବଲରେ ଧାରା ୧୬୩କୁ ସାମାନ୍ୟ କୋହଳ କରାଯାଇଛି। ସକାଳ ୬ଟାରୁ ରାତି ୮ଟା ଯାଏଁ କଟକଣା ମଧ୍ୟରେ ଦୋକାନବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। କୌଣସି ସ୍ଥାନରେ ୨ରୁ ଅଧିକ ଲୋକ ଭିଡ଼ ନଜମାଇବା, ମିଟିଂ ଓ ରାଲି ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଦେଖି ଇଣ୍ଟରନେଟ ସେବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର