ବଙ୍ଗୋପସାଗରରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ପାଇଁ ପାଣିପାଗ ଅନୁକୂଳ, ୪ରୁ ରାଜ୍ୟରେ ବଢ଼ିବ ବର୍ଷା

The Sakala Picture
Published On

ଭୁବନେଶ୍ୱର: ବର୍ଷାରେ ଭିଜିପାରେ ଦୁର୍ଗାପୂଜା। ଗତ ଦୁଇଦିନ ହେଲା ରାଜ୍ଯରେ ଚାଲିଛି ଖରାବର୍ଷାର ଲୁଚକାଳି ଖେଳ । ପ୍ରବଳ ଖରା ସାଙ୍ଗକୁ ଅକସ୍ମାତ ହେଉଛି ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଆଜି ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ଦେଖାଦେଇଛି । ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୪ ତାରିଖରୁ […]

ଭୁବନେଶ୍ୱର: ବର୍ଷାରେ ଭିଜିପାରେ ଦୁର୍ଗାପୂଜା। ଗତ ଦୁଇଦିନ ହେଲା ରାଜ୍ଯରେ ଚାଲିଛି ଖରାବର୍ଷାର ଲୁଚକାଳି ଖେଳ । ପ୍ରବଳ ଖରା ସାଙ୍ଗକୁ ଅକସ୍ମାତ ହେଉଛି ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଆଜି ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ଦେଖାଦେଇଛି । ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟପଟେ ମୌସୁମୀ ଋତୁ ଶେଷ ହୋଇଛି । ସାରା ଦେଶରୁ ମୌସୁମୀ ଅପସାରଣ ମଧ୍ୟ ଆରମ୍ଭ ହୋଇଯାଇଛି। ଆଉ ଦିନ କେଇଟାରେ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯିବ। ତେବେ ମୌସୁମୀ ଯିବା ସହ ଅକ୍ଟୋବର ୧ରୁ ଆରମ୍ଭ ହୋଇଯାଇଛି ବାତ୍ୟା ଋତୁ। ଅକ୍ଟୋବର-ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଯେ କୌଣସି ମୁହୂର୍ତ୍ତରେ ବାତ୍ୟା ବିପଦ ଦେଖାଦେଇପାରେ। ଅନ୍ୟପଟେ ବଙ୍ଗୋପସାଗରରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ପାଇଁ ପାଣିପାଗ ଅନୁକୂଳ ରହିଥିବା ଜଣାପଡ଼ିଛି। ବାତ୍ୟା ପାଇଁ ସାମୁଦ୍ରିକ ସ୍ଥିତି ଅନୁକୂଳ ରହୁଥିବାରୁ ଏହି ୪ ମାସରେ ଲଘୁଚାପ ସୃଷ୍ଟି ହେଲେ ଏହା ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ମୌସୁମୀ ଅପସାରଣ ପରେ ବାତ୍ୟାଗୁଡ଼ିକ ସାଧାରଣତଃ ଅଧିକ ଶକ୍ତିଶାଳୀ ହୋଇଥାଏ। ବର୍ତ୍ତମାନ ମାଡାନ୍‌ ଜୁଲିୟନ ଓସିଲେନସନର ସକରାତ୍ମକ ପ୍ରଭାବ ରହିଛି। ଏହା ବାତ୍ୟା ସୃଷ୍ଟି କରିବାରେ ଅତ୍ୟଧିକ ସହାୟକ ହୋଇଥାଏ। ସେହିପରି ଉତ୍ତର ଆଣ୍ଡାମାନ ସାଗର ସମେତ ବଙ୍ଗୋପସାଗରରେ ତାପମାତ୍ରା ପ୍ରାୟ ୩୨-୩୩ ଡିଗ୍ରୀ ମଧ୍ୟରେ ରହୁଛି। ବଙ୍ଗୋପସାଗର ତାପମାତ୍ରା ୨୬.୫ ଡିଗ୍ରୀ ଡେଇଁଲେ ଏହା ବାତ୍ୟା ପାଇଁ ସୁହାଉଥିବା ବେଳେ ଚଳିତ ବର୍ଷ ଏହା ତୁଳନାରେ ତାପମାତ୍ରା ଯଥେଷ୍ଟ ଅଧିକ ରହିଛି। ଏହାସହିତ ସମ୍ପୃକ୍ତ ଅଞ୍ଚଳରେ ବାୟୁ ପ୍ରବାହ ମଧ୍ୟ ସ୍ଥିର ରହିଛି। ଯାହାକି ବାତ୍ୟା ସୃଷ୍ଟି ଏକ ବଳିଷ୍ଠ ବାତାବରଣ ସୃଷ୍ଟି କରିଛି। ପୂର୍ବରୁ ଏହି ଭଳି ସ୍ଥିତି ସମୟରେ ୧୧ ଅକ୍ଟୋବର ୨୦୧୮ରେ ‘ତିତଲୀ’, ୧୨ ଅକ୍ଟୋବର ୨୦୧୩ରେ ଫାଇଲିନ, ୧୨ ଅକ୍ଟୋବର ୨୦୧୪ରେ ‘ହୁଡ୍‌ହୁଡ୍‌’ ଭଳି ବାତ୍ୟା ଓଡ଼ିଶା ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ ଚଳିତ ବର୍ଷ ମଧ୍ୟ ବାତ୍ୟା ଋତୁକୁ ପାଣିପାଗ ବିଭାଗ ସତର୍କତାର ସହ ନିରୀକ୍ଷଣ କରୁଛି। ଅକ୍ଟୋବର ମାସରେ ଆସୁଥିବା ବାତ୍ୟାଗୁଡ଼ିକ ଅଧିକ ଓ ଶକ୍ତିଶାଳୀ ହେଉଥିବାରୁ ଆସନ୍ତା ସପ୍ତାହରେ ସୃଷ୍ଟି ହେବାକୁଥିବା ଲଘୁଚାପ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି। ସୂଚନାଯୋଗ୍ୟ ଯେ ୧୯୯୯ ମହାବାତ୍ୟା ମଧ୍ୟ ଅକ୍‌ଟୋବର ୨୯ ତାରିଖରେ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଆଜିଠାରୁ ମୌସୁମୀ ଋତୁ ୫% ନିଅଣ୍ଟିଆ ସହ ଶେଷ ହୋଇଛି। ଚଳିତ ମୌସୁମୀରେ ରାଜ୍ୟରେ ଜୁନ ୧ରୁ ଏଯାବତ ସ୍ୱାଭାବିକ ବର୍ଷା ୧୧୫୦.୨ ମିମି ତୁଳନାରେ ୧୦୯୨.୦ ମିମି ରେକର୍ଡ ହୋଇଛି। ଏହି ସମୟରେ ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ତେବେ ଭଦ୍ରକ, କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡ଼ା ଆଦି ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକଡର଼୍ ହୋଇଛି। ଭଦ୍ରକରେ ନିଅଣ୍ଟିଆ ବର୍ଷା ପରିମାଣ ସର୍ବାଧିକ ୨୭ ପ୍ରତିଶତ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର