୧୦ରୁ ସକ୍ରିୟ ହେବ ମୌସୁମୀ: ପ୍ରଥମ ଅପେକ୍ଷା ଶକ୍ତିଶାଳୀ ହେବ ଦ୍ୱିତୀୟ ଲଘୁଚାପ

The Sakala Picture
Published On

ଭୁବନେଶ୍ୱର: ବର୍ତ୍ତମାନ ଦୁର୍ବଳ ମୌସୁମୀ ଆସନ୍ତା ୧୦ ତାରିଖଠାରୁ ପୁଣି ସକ୍ରିୟ ହେବ। ଜୁଲାଇ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଲଘୁଚାପ ପ୍ରଭାବ ମୌସୁମୀକୁ ସକ୍ରିୟ କରିବ। ୫ ଦିନ ବ୍ୟବଧାନରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀ ସକ୍ରିୟ ହୋଇ ରାଜ୍ୟରେ ପ୍ରବଳ ବର୍ଷା ହେବ। ଆମେରିକାର ଜିଏଫଏସ୍‍ ମଡେଲ୍‍ରୁ ଜଣାପଡ଼ୁଛି ଯେ ପ୍ରଥମ ଲଘୁଚାପ ଅର୍ଥାତ ୧୨ ତାରିଖ ହେବାକୁ ଥିବା ଲଘୁଚାପ ଅପେକ୍ଷା ଦ୍ୱିତୀୟ ଲଘୁଚାପ ଅଧିକ ବର୍ଷା […]

ଭୁବନେଶ୍ୱର: ବର୍ତ୍ତମାନ ଦୁର୍ବଳ ମୌସୁମୀ ଆସନ୍ତା ୧୦ ତାରିଖଠାରୁ ପୁଣି ସକ୍ରିୟ ହେବ। ଜୁଲାଇ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଲଘୁଚାପ ପ୍ରଭାବ ମୌସୁମୀକୁ ସକ୍ରିୟ କରିବ। ୫ ଦିନ ବ୍ୟବଧାନରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀ ସକ୍ରିୟ ହୋଇ ରାଜ୍ୟରେ ପ୍ରବଳ ବର୍ଷା ହେବ। ଆମେରିକାର ଜିଏଫଏସ୍‍ ମଡେଲ୍‍ରୁ ଜଣାପଡ଼ୁଛି ଯେ ପ୍ରଥମ ଲଘୁଚାପ ଅର୍ଥାତ ୧୨ ତାରିଖ ହେବାକୁ ଥିବା ଲଘୁଚାପ ଅପେକ୍ଷା ଦ୍ୱିତୀୟ ଲଘୁଚାପ ଅଧିକ ବର୍ଷା କରାଇବାରେ ସଫଳ ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ।ପୂର୍ବରୁ ଜୁଲାଇ ମାସରେ ୪-୫ ଟି ଲଘୁଚାପ ହେବାର ନଜର ରହିଛି। ତେଣୁ ଚଳିତ ବର୍ଷ ମଧ୍ୟ ଜୁଲାଇ ଦ୍ୱିତୀୟ ସପ୍ତାହରୁ ୨ ଟି ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୧୨ ତାରିଖରେ ହେବାକୁ ଥିବା ଲଘୁଚାପ ସମ୍ପର୍କରେ ଭୂ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ମଧ୍ୟ ଟ୍ୱିଟ୍‍ ଯୋଗେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ୮ ଜୁଲାଇରୁ କେନ୍ଦ୍ରୀୟ ଭାରତ ସମେତ ଦକ୍ଷିଣ ପଶ୍ଚିମ ଉପକୂଳରେ ବର୍ଷାର ପରିମାଣ ବୃଦ୍ଧି ହେବ। ଏହାସହିତ ୧୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାଦ୍ୱାରା ପୁଣି ଥରେ ମୌସୁମୀ ସକ୍ରିୟ ହେବ ବୋଲି ଶ୍ରୀ ରାଜୀବନ୍‍ କହିଛନ୍ତି। ଅନ୍ୟପଟେ ୧୬ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ପ୍ରବଳ ବର୍ଷା ହେବ। ଏହାସହିତ ଲଘୁଚାପର ପ୍ରଭାବ ପାକିସ୍ତାନ ଉପରେ ମଧ୍ୟ ରହିବ। ଫଳତଃ ପାକିସ୍ତାନରେ ମଧ୍ୟ ଲଘୁଚାପ ଜନିତ ବର୍ଷା ହେବ ବୋଲି ଜଣାପଡ଼ିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟତଃ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବ। ଏହାପରେ ଲଘୁଚାପ ସୃଷ୍ଟି ହେବା କାରଣରୁ ମୌସୁମୀ ସକ୍ରିୟ ହୋଇ ମୌସୁମୀ ଓ ଲଘୁଚାପ ବର୍ଷା ଆରମ୍ଭ ହେବ। ଏହି ବର୍ଷାପରେ ରାଜ୍ୟରେ ଯେଉଁ ପରିମାଣରେ ନିଅଣ୍ଟିଆ ବର୍ଷା ରହିଛି, ତାହା କିଛିକାଂଶରେ ଭରଣା ହେବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ ୧୭ ପ୍ରତିଶତ କମ୍‍ ବର୍ଷା ରେକର୍ଡ କରାଯାଇଛି। ଏଥିରେ ୧୪ଟି ଜିଲ୍ଲାରେ ୨୦-୫୯% ପର୍ଯ୍ୟନ୍ତ ବର୍ଷା କମ୍‍ ରହିଛି। ଭଦ୍ରକ ଜିଲ୍ଲାରେ ସ୍ଥିତି ସବୁଠାରୁ ଉଦ୍‍ବେଗଜନକ ରହିଛି। ଏଠାରେ ସ୍ୱାଭାବିକଠାରୁ ୫୪ % କମ୍‍ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ରରୁ ଜଣାପଡ଼ିଛି। ମଙ୍ଗଳବାର କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୧୩ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

06 Jul 2021 By The Sakala

୧୦ରୁ ସକ୍ରିୟ ହେବ ମୌସୁମୀ: ପ୍ରଥମ ଅପେକ୍ଷା ଶକ୍ତିଶାଳୀ ହେବ ଦ୍ୱିତୀୟ ଲଘୁଚାପ

ଭୁବନେଶ୍ୱର: ବର୍ତ୍ତମାନ ଦୁର୍ବଳ ମୌସୁମୀ ଆସନ୍ତା ୧୦ ତାରିଖଠାରୁ ପୁଣି ସକ୍ରିୟ ହେବ। ଜୁଲାଇ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଲଘୁଚାପ ପ୍ରଭାବ ମୌସୁମୀକୁ ସକ୍ରିୟ କରିବ। ୫ ଦିନ ବ୍ୟବଧାନରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀ ସକ୍ରିୟ ହୋଇ ରାଜ୍ୟରେ ପ୍ରବଳ ବର୍ଷା ହେବ। ଆମେରିକାର ଜିଏଫଏସ୍‍ ମଡେଲ୍‍ରୁ ଜଣାପଡ଼ୁଛି ଯେ ପ୍ରଥମ ଲଘୁଚାପ ଅର୍ଥାତ ୧୨ ତାରିଖ ହେବାକୁ ଥିବା ଲଘୁଚାପ ଅପେକ୍ଷା ଦ୍ୱିତୀୟ ଲଘୁଚାପ ଅଧିକ ବର୍ଷା କରାଇବାରେ ସଫଳ ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ।ପୂର୍ବରୁ ଜୁଲାଇ ମାସରେ ୪-୫ ଟି ଲଘୁଚାପ ହେବାର ନଜର ରହିଛି। ତେଣୁ ଚଳିତ ବର୍ଷ ମଧ୍ୟ ଜୁଲାଇ ଦ୍ୱିତୀୟ ସପ୍ତାହରୁ ୨ ଟି ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୧୨ ତାରିଖରେ ହେବାକୁ ଥିବା ଲଘୁଚାପ ସମ୍ପର୍କରେ ଭୂ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ମଧ୍ୟ ଟ୍ୱିଟ୍‍ ଯୋଗେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ୮ ଜୁଲାଇରୁ କେନ୍ଦ୍ରୀୟ ଭାରତ ସମେତ ଦକ୍ଷିଣ ପଶ୍ଚିମ ଉପକୂଳରେ ବର୍ଷାର ପରିମାଣ ବୃଦ୍ଧି ହେବ। ଏହାସହିତ ୧୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାଦ୍ୱାରା ପୁଣି ଥରେ ମୌସୁମୀ ସକ୍ରିୟ ହେବ ବୋଲି ଶ୍ରୀ ରାଜୀବନ୍‍ କହିଛନ୍ତି। ଅନ୍ୟପଟେ ୧୬ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ପ୍ରବଳ ବର୍ଷା ହେବ। ଏହାସହିତ ଲଘୁଚାପର ପ୍ରଭାବ ପାକିସ୍ତାନ ଉପରେ ମଧ୍ୟ ରହିବ। ଫଳତଃ ପାକିସ୍ତାନରେ ମଧ୍ୟ ଲଘୁଚାପ ଜନିତ ବର୍ଷା ହେବ ବୋଲି ଜଣାପଡ଼ିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟତଃ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବ। ଏହାପରେ ଲଘୁଚାପ ସୃଷ୍ଟି ହେବା କାରଣରୁ ମୌସୁମୀ ସକ୍ରିୟ ହୋଇ ମୌସୁମୀ ଓ ଲଘୁଚାପ ବର୍ଷା ଆରମ୍ଭ ହେବ। ଏହି ବର୍ଷାପରେ ରାଜ୍ୟରେ ଯେଉଁ ପରିମାଣରେ ନିଅଣ୍ଟିଆ ବର୍ଷା ରହିଛି, ତାହା କିଛିକାଂଶରେ ଭରଣା ହେବ ବୋଲି ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ ୧୭ ପ୍ରତିଶତ କମ୍‍ ବର୍ଷା ରେକର୍ଡ କରାଯାଇଛି। ଏଥିରେ ୧୪ଟି ଜିଲ୍ଲାରେ ୨୦-୫୯% ପର୍ଯ୍ୟନ୍ତ ବର୍ଷା କମ୍‍ ରହିଛି। ଭଦ୍ରକ ଜିଲ୍ଲାରେ ସ୍ଥିତି ସବୁଠାରୁ ଉଦ୍‍ବେଗଜନକ ରହିଛି। ଏଠାରେ ସ୍ୱାଭାବିକଠାରୁ ୫୪ % କମ୍‍ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ରରୁ ଜଣାପଡ଼ିଛି। ମଙ୍ଗଳବାର କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୧୩ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର