ଓଡ଼ିଶା ବଜେଟ ୨୦୨୪-୨୫: ସୃଷ୍ଟି ହେବେ ‘ଲକ୍ଷପତି ଦିଦି’, ଶୁଭାରମ୍ଭ ହେବ ‘ସୁଭଦ୍ରା ଯୋଜନା’

The Sakala Picture
Published On

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ।  ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ରହିିଛି। ତେବେ ଏହି ବଜେଟରେ ନାରୀ ଶକ୍ତିକୁ ଗୁରୁତ୍ବ ଦିଆଯାଇଛି। ବଜେଟରେ ଅଭିଭାଷଣରେ ମୋହନ […]

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ।  ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ରହିିଛି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ତେବେ ଏହି ବଜେଟରେ ନାରୀ ଶକ୍ତିକୁ ଗୁରୁତ୍ବ ଦିଆଯାଇଛି। ବଜେଟରେ ଅଭିଭାଷଣରେ ମୋହନ ଚରଣ ମାଝୀ କହିଛନ୍ତି ଯେ, ଭାରତୀୟ ସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଏ । ଋଗ ବେଦର କଲ୍ୟାଣ ବିଭାଗ ଦେବୀସୂକ୍ତ ସ୍ତୋତ୍ର, ନାରୀକୁ ସମଗ୍ର ମଗ୍ର ବିଶ୍ବ ବ୍ରହ୍ମାଣ୍ଡର ମୂଳାଧାର ରୂପେ ପରିଗଣିତ କରିଅଛି। ମହିଳାମାନଙ୍କର ସଶକ୍ତିକରଣ ଓ ଗରିମାରକ୍ଷା, ସରକାରଙ୍କର ପ୍ରମୁଖ ପ୍ରାଥମିକତା । ଏହି ଲକ୍ଷ୍ୟ ନେଇ ଉଭୟ ମହିଳା ଓ ଶିଶୁ ଏବଂ ମିଶନ ଶକ୍ତି ବିଭାଗ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଜଟ୍ ଅଟକଳରେ ଥିବା ୬ ହଜାର ୨ ଶହ ୨୪ କୋଟି ଟଙ୍କାକୁ ୩ ଗୁଣା ବୃଦ୍ଧି କରାଯାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୭ ହଜାର ୯ ଶହ ୪୨ କୋଟି ଟଙ୍କା କରାଯାଇଛି ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମ କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା ଯୋଜନା’ ଶୁଭାରମ୍ଭ କରିବା ପାଇଁ  ଅନୁମୋଦନ କରାଯାଇଛି। ଏହି ଯୋଜନା, ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ବାଧୀନତା ପ୍ରତି ସରକାରଙ୍କର ପ୍ରତିବଦ୍ଧତାକୁ ଦୃଢୀଭୂତ କରିବ । ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ ୧୦  ହଜାର କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ସ୍ବୟଂ ସହାୟକ ଗୋଷ୍ଠୀମାନ ମାନଙ୍କ ପାଇଁ ଶିଳ୍ପ ପୁଞ୍ଜର ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକର ବିପଣନ ଏବଂ ପ୍ରଚାର ପ୍ରସାର ନିମନ୍ତେ ୨୦୨୭ ମସିହା ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରିବାକୁ ଲକ୍ଷ ରଖାଯାଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର