ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

The Sakala Picture
Published On

ଟାଙ୍ଗୀ : ଟାଙ୍ଗୀ ଥାନା ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗ୍ରାମରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ଗୌତମ ଚରଣ ସ୍ୱାଇଁ (୩୨)। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ ବୁଧବାର ପୁଲିସ ମୃତକଙ୍କ ସମ୍ପର୍କୀୟ ଭାଇ ଓ ଭାଉଜଙ୍କୁ ଗିରଫ କରିଛି। ଶବ ବ୍ୟବଛେଦ ନିମନ୍ତେ କଟକ ମେଡିକାଲକୁ ପଠାଯାଇଛି। ଗୌତମ ରାତିରେ ଘର ପଛ ବିଲକୁ ଶୌଚ ନିମନ୍ତେ ଯାଇଥିଲେ। ଫେରିବା ବିଳମ୍ବ ହେବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ଶେଷରେ […]

ଟାଙ୍ଗୀ : ଟାଙ୍ଗୀ ଥାନା ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗ୍ରାମରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ଗୌତମ ଚରଣ ସ୍ୱାଇଁ (୩୨)। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ ବୁଧବାର ପୁଲିସ ମୃତକଙ୍କ ସମ୍ପର୍କୀୟ ଭାଇ ଓ ଭାଉଜଙ୍କୁ ଗିରଫ କରିଛି। ଶବ ବ୍ୟବଛେଦ ନିମନ୍ତେ କଟକ ମେଡିକାଲକୁ ପଠାଯାଇଛି। ଗୌତମ ରାତିରେ ଘର ପଛ ବିଲକୁ ଶୌଚ ନିମନ୍ତେ ଯାଇଥିଲେ। ଫେରିବା ବିଳମ୍ବ ହେବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ଶେଷରେ ଘର ପାଖରୁ ମାତ୍ର ୨୦୦ମିଟର ଦୂର ବିଲରେ ଗୌତମଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଓ ମୁଣ୍ଡରେ ଟାଙ୍ଗିଆ ଲାଖି ରହିଥିବା ଦେଖିବାକୁ ପାଇଥିଲେ। ଗ୍ରାମବାସୀ ଖବର ପାଇ ଗୌତମଙ୍କୁ ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଖବର ପାଇ ଟାଙ୍ଗୀ ଥାନାଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ଓ ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ କୌଣସି ନିଜ ଲୋକ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ପୁଲିସ ଜାଣିବାକୁ ପାଇଥିଲା। ବୁଧବାର ସକାଳୁ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ଅନୁସଂଧାନ କରିଥିଲେ। ପାଦଚିହ୍ନ ଓ ପାରିପାର୍ଶ୍ବିକ ଅବସ୍ଥାରୁ ପଡ଼ିଶା ଘରେ ରହୁଥିବା ଗୌତମଙ୍କ ସଂପର୍କୀୟ ଭାଇ ଓ ଭାଉଜଙ୍କ ଉପରେ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଜେରା ପରେ ଭାଇ, ବିଷ୍ଣୁ ଚରଣ ସ୍ୱାଇଁ ଓ ଭାଉଜ ବନିତା ସ୍ୱାଇଁ ଉଭୟେ ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ମାନିଥିଲେ। ଏସଡିପିଓଙ୍କ କହିବାନୁସାରେ, ମୃତକ ଜଣକ ଦୀର୍ଘ ଦିନ ଧରି ଭାଉଜ ବନିତାଙ୍କୁ ଖରାପ ଦୃଷ୍ଟିରେ ଦେଖୁଥିଲେ। ଘରେ କେହି ନଥିବା ସୁଯୋଗରେ ଭାଉଜଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଅସହ୍ୟ ହେବାରୁ ବନିତା ନିଜ ସ୍ୱାମୀଙ୍କୁ ଏସବୁ ଜଣାଇଥିଲେ। ଫଳରେ ଉଭୟେ ବିଷ୍ଣୁ ଓ ବନିତା ଗୌତମଙ୍କୁ ମାରିଦେବାକୁ ଚକ୍ରାନ୍ତ କରିଥିଲେ। ଘଟଣା ଦିନ ବନିତା ବିଳମ୍ବିତ ରାତିରେ ଫୋନ କରି ଗୌତମଙ୍କୁ ଘର ପଛ ବିଲକୁ ଡକାଇଥିଲେ। ପୂର୍ବରୁ ଟାଙ୍ଗିଆ ସହ ବିଷ୍ଣୁ ମାରିବାକୁ ଅପେକ୍ଷା କରିଥିବା ବେଳେ ଗୌତମ ଏହା ଜାଣିନଥିଲେ। ତେଣୁ ସେ ଶୌଚ ବାହାନାରେ ଘରୁ ବାହାରି ଆସିଥିଲେ। ବନିତାଙ୍କ ନିକଟରେ ପହଞ୍ଚିବା ପରେ ପଛରୁ ବିଷ୍ଣୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ବାରମ୍ବାର ବିଷ୍ଣୁ ଚୋଟ ମାରିବା ଦ୍ୱାରା ଗୌତମଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ଏନେଇ ତଦନ୍ତ ଜାରି ରହିଥ଄ଲା ବେଳେ ଗୁରୁବାର ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର