ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର କ୍ୟାବିନେଟ୍‌ ବୈଠକ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିପାରେ ମୋହର

The Sakala Picture
Published On

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ ମୋହନ ସରକାରଙ୍କ ତୃତୀୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ। ବିଧାନସଭାର ବଜେଟ୍‌ ଅଧିବେଶନ ପୂର୍ବରୁ ଏହି ବୈଠକଦ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବୈଠକରେ ପ୍ରାୟ ୨.୯ ଲକ୍ଷ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତାବ ଉପରେ ମନ୍ତ୍ରୀ ପରିଷଦର ଅନୁମୋଦନ ଲୋଡ଼ାଯିବ। ଏହା ସହିତ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟଖସଡ଼ା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଧାନର ଏମ୍‌ଏସ୍‌ପି ବୃଦ୍ଧି, […]

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ ମୋହନ ସରକାରଙ୍କ ତୃତୀୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ। ବିଧାନସଭାର ବଜେଟ୍‌ ଅଧିବେଶନ ପୂର୍ବରୁ ଏହି ବୈଠକଦ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବୈଠକରେ ପ୍ରାୟ ୨.୯ ଲକ୍ଷ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତାବ ଉପରେ ମନ୍ତ୍ରୀ ପରିଷଦର ଅନୁମୋଦନ ଲୋଡ଼ାଯିବ। ଏହା ସହିତ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟଖସଡ଼ା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଧାନର ଏମ୍‌ଏସ୍‌ପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ନିଷ୍ପତ୍ତି ହୋଇଛି। ଦ୍ୱିତୀୟ କ୍ୟାବିନେଟ୍‌ରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଯେଉଁଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ରହିଥିଲା।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ମାତ୍ର ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନିର୍ବାଚନ ପୂର୍ବରୁ ଦଳ କ୍ଷମତାକୁ ଆସିଲେ ୨୧ଟି ପ୍ରମୁଖ ପ୍ରତିଶ୍ରୁତି ଘୋଷଣା କରିଥିଲା। ଏହାର ଅନୁପାଳନ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ରହିଛି। କେବଳ ୩ଟି ପ୍ରତିଶ୍ରୁତି ଅନୁପାଳନ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ଚଳିତ ଆର୍ଥିକ ବର୍ଷରେ ଅନ୍ୟୂନ ୩୦ ହଜାରରୁ ୪୦ ହଜାର କୋଟି ଟଙ୍କା କରଜ କରିବାକୁ ପଡ଼ିବ। ଯଦି ବିଜେଡି ସରକାର ସମୟରେ ପ୍ରଚଳିତ ବିଏସ୍‌କେୱାଇ, କାଳିଆ, ବଳିଆ ପରି ଯୋଜନାଗୁଡ଼ିକୁ ବନ୍ଦ କରାଯାଏ, ତେବେ ହୁଏତ ଏହି କରଜ ପରିମାଣ କିଛିଟା ହ୍ରାସ ପାଇପାରେ। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ହେବାକୁଥିବା ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଆଜି କେନ୍ଦ୍ର କ୍ୟାବିନେଟ୍‌ ବୈଠକ
ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ ବୋଲି  ସୂଚନା ଦିଆଯାଇଛି। ଆସନ୍ତା ୨୨ ତାରିଖରୁ ସଂସଦର ମୌସୁମୀ ଅଧÒବେଶନ ଆରମ୍ଭ ହେବା ସହିତ ୨୩ ତାରିଖରେ ବଜେଟ୍‌ ଉପସ୍ଥାପନ ହେବାକୁ ଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ବିଶେଷକରି ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବାରୁ ସ୍ଥିତି ମୁକାବିଲା କରିବା ଲାଗି ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବା ଦିଗରେ ଏହି ବୈଠକରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୨୧ ତାରିଖରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ମଧ୍ୟ ସବୁ ବିରୋଧୀ ଏକାଠି ହୋଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଉଛି।

18 Jul 2024 By The Sakala

ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର କ୍ୟାବିନେଟ୍‌ ବୈଠକ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ ମୋହନ ସରକାରଙ୍କ ତୃତୀୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ। ବିଧାନସଭାର ବଜେଟ୍‌ ଅଧିବେଶନ ପୂର୍ବରୁ ଏହି ବୈଠକଦ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବୈଠକରେ ପ୍ରାୟ ୨.୯ ଲକ୍ଷ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତାବ ଉପରେ ମନ୍ତ୍ରୀ ପରିଷଦର ଅନୁମୋଦନ ଲୋଡ଼ାଯିବ। ଏହା ସହିତ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟଖସଡ଼ା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଧାନର ଏମ୍‌ଏସ୍‌ପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ନିଷ୍ପତ୍ତି ହୋଇଛି। ଦ୍ୱିତୀୟ କ୍ୟାବିନେଟ୍‌ରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଯେଉଁଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ରହିଥିଲା।

ମାତ୍ର ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନିର୍ବାଚନ ପୂର୍ବରୁ ଦଳ କ୍ଷମତାକୁ ଆସିଲେ ୨୧ଟି ପ୍ରମୁଖ ପ୍ରତିଶ୍ରୁତି ଘୋଷଣା କରିଥିଲା। ଏହାର ଅନୁପାଳନ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ରହିଛି। କେବଳ ୩ଟି ପ୍ରତିଶ୍ରୁତି ଅନୁପାଳନ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ଚଳିତ ଆର୍ଥିକ ବର୍ଷରେ ଅନ୍ୟୂନ ୩୦ ହଜାରରୁ ୪୦ ହଜାର କୋଟି ଟଙ୍କା କରଜ କରିବାକୁ ପଡ଼ିବ। ଯଦି ବିଜେଡି ସରକାର ସମୟରେ ପ୍ରଚଳିତ ବିଏସ୍‌କେୱାଇ, କାଳିଆ, ବଳିଆ ପରି ଯୋଜନାଗୁଡ଼ିକୁ ବନ୍ଦ କରାଯାଏ, ତେବେ ହୁଏତ ଏହି କରଜ ପରିମାଣ କିଛିଟା ହ୍ରାସ ପାଇପାରେ। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ହେବାକୁଥିବା ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।

ଆଜି କେନ୍ଦ୍ର କ୍ୟାବିନେଟ୍‌ ବୈଠକ
ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ ବୋଲି  ସୂଚନା ଦିଆଯାଇଛି। ଆସନ୍ତା ୨୨ ତାରିଖରୁ ସଂସଦର ମୌସୁମୀ ଅଧÒବେଶନ ଆରମ୍ଭ ହେବା ସହିତ ୨୩ ତାରିଖରେ ବଜେଟ୍‌ ଉପସ୍ଥାପନ ହେବାକୁ ଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ବିଶେଷକରି ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବାରୁ ସ୍ଥିତି ମୁକାବିଲା କରିବା ଲାଗି ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବା ଦିଗରେ ଏହି ବୈଠକରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୨୧ ତାରିଖରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ମଧ୍ୟ ସବୁ ବିରୋଧୀ ଏକାଠି ହୋଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଉଛି।

https://www.thesakala.in/latest-odisha-news/both-the-state-and-central-cabinet-meetings-today/article-33704
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର