ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଅପରାହ୍ଣ ୧ଟା ପରେ ଭିତରକୁ ଯିବେ ଟିମ୍‌

The Sakala Picture
Published On

ପୁରୀ: ଘୋଷଣା ଅନୁସାରେ କିଛି ଦିନ ବିଳମ୍ବ ହେଲେ ମଧ୍ୟ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଖୋଲିବାକୁ ଯାଉଛି ମହାପ୍ରଭୂଙ୍କ ରତ୍ନଭଣ୍ଡାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଅନୁମୋଦନ ପ୍ରଦାନ କରିଛନ୍ତି। ଅତ୍ୟନ୍ତ ସ୍ୱଚ୍ଛତାର ସହ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ହେବ। ଗତକାଲି ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଶୁଭ ସମୟ ଦେଖି କମିଟି ସଦସ୍ୟମାନେ ଭଣ୍ଡାର ଭିତରକୁ ପ୍ରବେଶ କରିବେ। ରତ୍ନଭଣ୍ଡାର ଖୋଲିବା […]

ପୁରୀ: ଘୋଷଣା ଅନୁସାରେ କିଛି ଦିନ ବିଳମ୍ବ ହେଲେ ମଧ୍ୟ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଖୋଲିବାକୁ ଯାଉଛି ମହାପ୍ରଭୂଙ୍କ ରତ୍ନଭଣ୍ଡାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଅନୁମୋଦନ ପ୍ରଦାନ କରିଛନ୍ତି। ଅତ୍ୟନ୍ତ ସ୍ୱଚ୍ଛତାର ସହ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ହେବ। ଗତକାଲି ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଶୁଭ ସମୟ ଦେଖି କମିଟି ସଦସ୍ୟମାନେ ଭଣ୍ଡାର ଭିତରକୁ ପ୍ରବେଶ କରିବେ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ରତ୍ନଭଣ୍ଡାର ଖୋଲିବା ପାଇଁ ବ୍ରାହ୍ମଣଙ୍କ ପରାମର୍ଶକ୍ରମେ ଦୁଇଟି ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ଅପରାହ୍ନ ୧ଟା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ଟିମ୍‌ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଛନ୍ତି। ଜଷ୍ଟିସ ରଥ କହିଛନ୍ତି, ରବିବାର ଭିତର ରତ୍ନଭଣ୍ଡାର ଖୋଲାଯିବ ବୋଲି ଚୂଡ଼ାନ୍ତ ହୋଇଛି। ଏଥିପାଇଁ ଜିଲ୍ଲା ଟ୍ରେଜେରୀରେ ଥିବା ଚାବିକୁ ପ୍ରଥମେ ବ୍ୟବହାର କରାଯିବ। ଯେ ହେତୁ ଦୀର୍ଘବର୍ଷ ହେଲାଣି ଖୋଲାଯାଇ ନ ଥିବାରୁ ଲୁହା ତାଲାରେ କଳଙ୍କି ଲାଗି ଯାଇଥାଇପାରେ। ଯଦି ତାଲା ନ ଖୋଲିଲା, ତେବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଲାକୁ ଭଙ୍ଗାଯିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ରତ୍ନଭଣ୍ଡାର ଭିତରକୁ କିଏ କିଏ ଯିବେ ତାହା ଏସଓପିରେ ସ୍ପଷ୍ଟ କରାଯାଇଛି। ତାଦରଖ କମିଟିର ଦୁଇଜଣ, ଜିଲ୍ଲାପାଳ ଓ ତାଲା ଭଙ୍କା ଟିମ୍‌ ଭିତରକୁ ଯିବେ। ସେହିପରି ଭାରତୀୟ ପ୍ରତ୍ନତତ୍ୱ ସେର୍ବକ୍ଷଣ ସଂସ୍ଥା (ଏଏସ୍‌ଆଇ), ଭଣ୍ଡାର ମେକାପ, ତଡଉ କରଣ ମଧ୍ୟ ଭିତରକୁ ଯିବେ। ଭଣ୍ଡାରରୁ ରତ୍ନ ଅଳଙ୍କାର ଆଦି ବାହାର କରିବା ପରେ ସୁରକ୍ଷିତ ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ କରାଯାଇଛି। ସେହିପରି ରତ୍ନଭଣ୍ଡାର ଭିତରେ ସାପ ରହିଥିବା ଆଶଙ୍କା ଥିବାରୁ ପ୍ରବେଶ ପୂର୍ବରୁ ସ୍ନେକ୍‌ ହେଲ୍ପଲାଇନ୍‌ ଓ ମେଡିକାଲ ଟିମ୍‌କୁ ଆଗୁଆ ପ୍ରସ୍ତୁତ ରଖାଯିବ। ଆବଶ୍ୟକ ହେଲେ ସାପ ଧରା ବିଶେଷଜ୍ଞ ମଧ୍ୟ ଭିତରକୁ ଯିବେ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଶ୍ରୀ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର କିପରି ଖୋଲାଯିବ, କିପରି ଗଣତି ମଣତି ହେବ, ତାଲିକା କିପରି ପ୍ରସ୍ତୁତ କରାଯିବ ଏସବୁ କାମ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର (ଏସ୍‌ଓପି) ଧାର୍ଯ୍ୟ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ମହାପ୍ରଭୂଙ୍କର ନୀତିକାନ୍ତି ଭଳି ରତ୍ନଭଣ୍ଡାର ଗଣତିକୁ ମଧ୍ୟ ବିବେଚନା କରାଯିବ। ସେଥିପାଇଁ ଅତ୍ୟନ୍ତ ସତର୍କତା ଓ ଦାୟିତ୍ୱ ସହ ପଦକ୍ଷେପ ନିଆଯିବ। ରତ୍ନଭଣ୍ଡାର ଖୋଲିବା ଏବଂ ଅନ୍ୟ କାର୍ଯ୍ୟ ପାଇଁ କମିଟି ଯେଉଁ ଚିଠା ଏସ୍‌ଓପି ପ୍ରଦାନ କରିଥିଲେ ତାହା ଉପରେ ସରକାର ଭଲ ଭାବେ ତର୍ଜମା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଇଥିଲେ। ଏସ୍‌ଓପି ଅନୁସାରେ ଆଜିଠୁ ପର୍ଯ୍ୟାୟକ୍ରମିକ ଭାବେ ପଦକ୍ଷେପ ନିଆଯିବ। ଏଥିରେ ଆରବିଆଇର ପ୍ରତିନିଧିମାନେ ଉପସ୍ଥିତ ରହି କମିଟିକୁ ସହାୟତା ପ୍ରଦାନ କରିବେ। ମହାପ୍ରଭୂଙ୍କର ପ୍ରତିଟି ଅଳଙ୍କାରର ସଂଖ୍ୟା, ତାହାର ଗୁଣାତ୍ମକ ମାନ, ତାହାର ଓଜନ କରାଯିବ। ଏହାର ଡିଜିଟାଲ ଡକ୍ୟୁମେଣ୍ଟେସନ୍‌ ପ୍ରସ୍ତୁତ କରି ରଖାଯିବ ଯାହା ଭବିଷ୍ୟତରେ ଆବଶ୍ୟକ ହେବ।

ଗଣତି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପ୍ରତିନିଧି ଉପସ୍ଥିତ ରହିବେ। ପ୍ରତି ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀର ତାଲିକା ଡିଜିଟାଲ ପଦ୍ଧତ୍ତିରେ ଲିପିବଦ୍ଧ କରାଯିବ। ଫଟୋ ଉଠାଯିବା ସହ ତାହାର ଡିଜିଟାଲ ତାଲିକା ରହିବ। ଫଳରେ ଭବିଷ୍ୟତରେ ଅଳଙ୍କାର ଗଣତି ପାଇଁ ସମସ୍ୟା ରହିବ ନାହିଁ। ଗଣତି ସମୟରେ ମହାପ୍ରଭୂଙ୍କ ନୀତିକାନ୍ତି ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୌଣସି ସମସ୍ୟା ରହିବ ନାହିଁ।
ଶ୍ରୀ ହରିଚନ୍ଦନ କହିଥିଲେ, ରତ୍ନଭଣ୍ଡାର ଖୋଲାଯିବା ସହିତ ମରାମତି କାର୍ଯ୍ୟ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। କିନ୍ତୁ ମରାମତି ଜରୁରୀ କି ନାହିଁ ତାହା ଭଣ୍ଡାର ଖୋଲି ଅନୁଧ୍ୟାନ କରିବା ପରେ ସ୍ପଷ୍ଟ ହେବ।

ଏସବୁ କାମ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରତ୍ନଭଣ୍ଡାର ଭିତରକୁ ପ୍ରବେଶ ପାଇଁ ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଛି। ସେଥିରେ ଆରବିଆଇ, ଏଏସ୍‌ଆଇ, ଭଣ୍ଡାର ସହ ସମ୍ପୃକ୍ତ ସେବାୟତ, ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ପ୍ରତିନିଧିଙ୍କୁ ନେଇ ଭିନ୍ନ ଭିନ୍ନ ଟିମ୍‌ ଗଠନ କରାଯାଇଛି ଏବଂ ସେମାନଙ୍କ ଦାୟିତ୍ୱ ଅନୁସାରେ କାର୍ଯ୍ୟ କରିବେ। ସରକାରଙ୍କ ପାଖରେ ଉପଲବ୍ଧ ଥିବା ଚାବିରେ ତାଲା ଖୋଲାଯିବ। ଯଦି କିଛି ସମସ୍ୟା ହୁଏ ତା ହେଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯିବ ବୋଲି ଆଇନ୍‌ ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଗତଥର ରତ୍ନଭଣ୍ଡାର ସମ୍ପତ୍ତି ଗଣତି ପାଇଁ ୭୦/୭୧ ଦିନ ସମୟ ଲାଗିଥିଲା। ଏବେ ଜ୍ଞାନକୌଶଳ ବହୁତ ଆଗକୁ ଗଲାଣି। ତେଣୁ ଗଣତି ମଣତି ପାଇଁ କେତେଦିନ ସମୟ ଲାଗିବ ତାହା କାର୍ଯ୍ୟ ଆରମ୍ଭ ହେବା ପରେ ଜଣାପଡିବ ବୋଲି ମନ୍ତ୍ରୀ କହିଛନ୍ତି।

14 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର