ମା’କୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ, ଉଦ୍ଧାର କଲେ ସ୍ଥାନୀୟ ଲୋକ

The Sakala Picture
Published On

ବାରଙ୍ଗ: ମା’କୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ବାରଙ୍ଗ ଥାନା କାନପୁର ନିକଟସ୍ତ ପୁରୀ କେନାଲରେ ଘଟିଛି ଏହି ଅଘଟଣ । ସୂଚନା ଅନୁଯାୟୀ, ଆଜି ସକାଳ ୯ ସମୟରେ ନନ୍ଦନକାନନ ଥାନା ପଦାସହି ଅଞ୍ଚଳର ଦୁଇ ଭଉଣୀ ନିଜ ପିଲାମାନଙ୍କୁ ନେଇ ପୁରୀ କେନାଲକୁ ଆସିଥିଲେ । କେନାଲରେ ଗାଧୋଇବା ବେଳେ ହଠାତ ଦୁଇ ଭଉଣୀଙ୍କ ମଧ୍ୟରୁ […]

ବାରଙ୍ଗ: ମା’କୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ବାରଙ୍ଗ ଥାନା କାନପୁର ନିକଟସ୍ତ ପୁରୀ କେନାଲରେ ଘଟିଛି ଏହି ଅଘଟଣ ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ସୂଚନା ଅନୁଯାୟୀ, ଆଜି ସକାଳ ୯ ସମୟରେ ନନ୍ଦନକାନନ ଥାନା ପଦାସହି ଅଞ୍ଚଳର ଦୁଇ ଭଉଣୀ ନିଜ ପିଲାମାନଙ୍କୁ ନେଇ ପୁରୀ କେନାଲକୁ ଆସିଥିଲେ । କେନାଲରେ ଗାଧୋଇବା ବେଳେ ହଠାତ ଦୁଇ ଭଉଣୀଙ୍କ ମଧ୍ୟରୁ ଗୋଟିଏ ଭଉଣୀ ବୁଡି ଯାଉଥିଲେ । ମାଆ ବୁଡିଯାଉଥିବା ଦେଖି ଦୁଇ ପୁଅ ମାଆକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ପଶି ଯାଇଥିଲେ । ହେଲେ ଦୁଇ ନାବାଳକ ପୁଅଙ୍କୁ ପହଁରା ଆସୁନଥିବାରୁ ସେମାନେ ମଧ୍ୟ ବୁଡ଼ି ଯାଉଥିଲେ । ସେହି ସମୟରେ ନିକଟରେ ଗାଧୋଉଥିବା କିଛି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଯାଇ ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ । ଦୁଇ ନାବାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଁଚି ପରିବାର ଲୋକଙ୍କୁ ପଚରା ଉଚରା କରିବା ସହିତ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

12 Jul 2024 By The Sakala

ମା’କୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ, ଉଦ୍ଧାର କଲେ ସ୍ଥାନୀୟ ଲୋକ

ବାରଙ୍ଗ: ମା’କୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ବାରଙ୍ଗ ଥାନା କାନପୁର ନିକଟସ୍ତ ପୁରୀ କେନାଲରେ ଘଟିଛି ଏହି ଅଘଟଣ ।

ସୂଚନା ଅନୁଯାୟୀ, ଆଜି ସକାଳ ୯ ସମୟରେ ନନ୍ଦନକାନନ ଥାନା ପଦାସହି ଅଞ୍ଚଳର ଦୁଇ ଭଉଣୀ ନିଜ ପିଲାମାନଙ୍କୁ ନେଇ ପୁରୀ କେନାଲକୁ ଆସିଥିଲେ । କେନାଲରେ ଗାଧୋଇବା ବେଳେ ହଠାତ ଦୁଇ ଭଉଣୀଙ୍କ ମଧ୍ୟରୁ ଗୋଟିଏ ଭଉଣୀ ବୁଡି ଯାଉଥିଲେ । ମାଆ ବୁଡିଯାଉଥିବା ଦେଖି ଦୁଇ ପୁଅ ମାଆକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ପଶି ଯାଇଥିଲେ । ହେଲେ ଦୁଇ ନାବାଳକ ପୁଅଙ୍କୁ ପହଁରା ଆସୁନଥିବାରୁ ସେମାନେ ମଧ୍ୟ ବୁଡ଼ି ଯାଉଥିଲେ । ସେହି ସମୟରେ ନିକଟରେ ଗାଧୋଉଥିବା କିଛି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଯାଇ ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ । ଦୁଇ ନାବାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଁଚି ପରିବାର ଲୋକଙ୍କୁ ପଚରା ଉଚରା କରିବା ସହିତ ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର