୧୨ରେ ଲଘୁଚାପ ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର : ଜୁଲାଇ ୧୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଜୁଲାଇ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆମେରିକାର ଜିଏଫ୍‍ଏସ୍‍ ମଡେଲ୍‍ରୁ ଲଘୁଚାପ ନେଇ ଆଭାସ ମିଳିଛି। ମଡେଲ୍‍ କହୁଛି ଯେ ଜୁଲାଇ ମାସ ୧୨ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହା ପ୍ରଭାବରେ ସାରା ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ। ଏହା […]

ଭୁବନେଶ୍ୱର : ଜୁଲାଇ ୧୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଜୁଲାଇ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆମେରିକାର ଜିଏଫ୍‍ଏସ୍‍ ମଡେଲ୍‍ରୁ ଲଘୁଚାପ ନେଇ ଆଭାସ ମିଳିଛି। ମଡେଲ୍‍ କହୁଛି ଯେ ଜୁଲାଇ ମାସ ୧୨ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହା ପ୍ରଭାବରେ ସାରା ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ। ଏହା ସହିତ ସାରା ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବା ନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି। ଏହାସହିତ ରାଜ୍ୟର ୧୪ ଜିଲ୍ଲାରେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ଦେଖା ଦେଇଥିବା ବେଳେ ଏଠାରେ ପ୍ରାୟ ୨୦-୫୯ ପ୍ରତିଶତ ପର୍ଯ୍ୟନ୍ତ ବର୍ଷାର ପରିମାଣ କମ୍‍ ରହିଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୫ ଦିନ ମଧ୍ୟରେ ବିଶେଷ ବର୍ଷା ନ ଥିବା ବେଳେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ଜୁଲାଇ ୧ରୁ ବିଜୁଳି ଘଡ଼ଘଡ଼ି ବୃଦ୍ଧି ପାଇବ। ସେହିଦିନ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ମାତ୍ର ଏହାପରେ ବର୍ଷାର ପରିମାଣ କମିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର