ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ୱୟ ବୈଠକ, ଅଧିକ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ, ପୁରୀ, କଟକ ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ […]

ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ, ପୁରୀ, କଟକ ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଯେପରି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଅନ୍ୟରୁଟ୍ ଗାଡ଼ିଗୁଡ଼ିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯିବ । ଆଗ୍ରହୀ ବସ୍ ମାଲିକମାନେ ଏଥିନିମନ୍ତେ ଆବେଦନ କରିବେ ଏବଂ ଏସଟିଏ ମୁଖ୍ୟାଳୟରେ ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥାରେ ଏହାକୁ ଅନୁମୋଦନ ମିଳିବ । ବିଶେଷକରି, କଟକ-ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ବସ୍ ପୁରୀ ଚଳାଚଳ କରିବା ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳି ନିର୍ଦ୍ଧାରିତ ବସ୍ ଭଡ଼ାଠାରୁ କୌଣସି ବସ୍ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଦାବି କରିବାର ଅଭିଯୋଗ ଯେଭଳି ନ ଆସେ ସେ ଦିଗରେ ବସ ମାଲିକ ସଙ୍ଘ ଧ୍ୟାନ ଦେବାକୁ କହିଛନ୍ତି ପରିବହନ ଆୟୁକ୍ତ । ଅଧିକ ଭଡ଼ା ଆଦାୟ କଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ବସ୍ ନୁହେଁ, ମାଳତୀପାଟପୁର କିମ୍ବା ତାଳବଣିଆରୁ ବଡ଼ଦାଣ୍ଡକୁ ଯାଉଥିବା ଅଟୋ କିମ୍ବା ଅନ୍ୟାନ୍ୟ ଗାଡ଼ି ଯେପରି ମନଇଚ୍ଛା ଭଡ଼ା ଦାବି ଏ କରିବେ ସେ ଦିଗରେ ପୁରୀ ପୋଲିସ ଓ ପୁରୀ ଆରଟିଓ ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି । ବସ୍ ରହଣି ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ପ୍ରଶାସନ ତରଫରୁ ଖାଦ୍ୟ, ପାନୀୟ ବଣ୍ଟନର ବ୍ୟବସ୍ଥା କରାଯିବ । ରାସ୍ତାଘାଟ ଆଲୋକୀକରଣକୁ ସୁନିଶ୍ଚିତ କରାଯିବ।
ବସଗୁଡିକରେ ଫାଷ୍ଟଏଡ୍ କିଟ୍ ଓ ପର୍ୟ୍ୟାପ୍ତ ପରିମାଣର ଓଆରଏସ ମହଜୁଦ୍ ରହିବ ଓ ତାହା ଏସଟିଏ ପକ୍ଷରୁ ଯୋଗାଇ ଦିଆଯିବ । ଏହାସହ ରଥଯାତ୍ରା ସମୟରେ ସ୍ପେଶାଲ ପରମିଟ ପାଇଥିବା ବସଗୁଡିକୁ ଟୋଲଗେଟରେ ଫି ଛାଡ଼ ନେଇ ବସ୍ ମାଲିକମାନଙ୍କ ଦୀର୍ଘଦିନର ଏକ ଦାବିକୁ ମଧ୍ୟ ଆଜି ଏସଟିଏ ଗ୍ରହଣ କରିଛି । ଏସଂକ୍ରାନ୍ତରେ ବୈଠକରେ ଉପସ୍ଥିତ ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।

ବସ୍ ଷ୍ଟପ୍ ଗୁଡିକରେ ଯାତ୍ରୀମାନଙ୍କୁ ଯେଉଁ ଭଳି କେହି ହଇରାଣ ନ କରନ୍ତି ସେ ଦିଗରେ ପୋଲିସର ସହାୟତା ଲୋଡ଼ାଯାଇଛି। ଅସାମାଜିକମାନଙ୍କ ଉପରେ କଡ଼ା ନଜର ରଖାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱତନ୍ତ୍ର ଟିମ୍ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ପୁରୀ, ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରର ବସଷ୍ଟାଣ୍ଡରେ ତଦାରଖ କରାଯିବ । ଏହା ସହ ପୁରୀର ତାଳବଣିଆରେ ସିସିଟିଭି ମଧ୍ୟ ଲାଗିବ । ରାଜ୍ୟ ବାହାର ଯାତ୍ରୀବାହୀ ଗାଡିଗୁଡିକ ମାଳତୀପାଟପୁରରେ ରହିବେ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଯାତ୍ରୀ ଓ ଯାତ୍ରୀବାହୀ ଗାଡ଼ିମାନଙ୍କ ସୁବିଧା ନିମନ୍ତେ ରଥଯାତ୍ରା ସମୟରେ ପୁରୀରେ RTOଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଏହାସହ ଗାଡ଼ି ମରାମତି ନିମନ୍ତେ ବିଭିନ୍ନ କମ୍ପାନୀଙ୍କ ସହଯୋଗ, କ୍ରେନ୍ ଓ ଆମ୍ବୁଲାନ୍ସ ସୁବିଧା ମଧ୍ୟ କରାଯିବ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ । ଜାତୀୟ ରାଜପଥରେ ଗହଳି ଆଶଙ୍କା ଥିବା ସ୍ଥାନ ବିଶେଷକରି ପଳାଶୁଣି, ହଂସପାଳ ଭଳି ପଏଣ୍ଟ ଗୁଡ଼ିକରେ ସ୍ଵତନ୍ତ୍ର ଟିମ୍ ଦାୟିତ୍ୱରେ ରହିବେ । ସମସ୍ତ ବିଭାଗ, ଗାଡ଼ି ମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ଆୟୁକ୍ତ । ଏହାସହ ରଥଯାତ୍ରା ସମୟରେ ବେପରୁଆ ଗାଡ଼ି ଚାଳନାକୁ ରୋକିବାକୁ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଇଣ୍ଟେଲିଜେଣ୍ଟ ଏନଫୋର୍ସ ସିଷ୍ଟମ କାର୍ଯ୍ୟକାରୀ ହେବ । ସମନ୍ୱୟ ବୈଠକକୁ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ପରିଚାଳନା କରିଥିବାବେଳେ ଯୁଗ୍ମ ପରିବହନ କମିଶନର ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।

19 Jun 2024 By The Sakala

https://www.thesakala.in/latest-odisha-news/coordination-meeting-for-ratha-yatra-transport-services-on-ride/article-33018
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର