ଯୁକ୍ତ ଦୁଇ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ଫର୍ମପୂରଣ ପାଇଁ ପୁନଃ ସୁଯୋଗ: ଜୁନ୍‌‌ ୨୮ରେ ପରୀକ୍ଷା, ଜୁଲାଇ ୧୫ରେ ପ୍ରକାଶ ପାଇବ ରେଜଲ୍ଟ

The Sakala Picture
Published On

ଭୁବନେଶ୍ୱର: ସିଏଚ୍‌‌ଏସ୍‌‌ଇ ପରିଚାଳିତ +୨ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ପୁନଃ ସୁଯୋଗ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଗତ ୧ରୁ ୫ ତାରିଖ ମଧ୍ୟରେ ଫର୍ମପୂରଣ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୧ ଓ ୧୨ ତାରିଖରେ ଆଶାୟୀ ଛାତ୍ରଛାତ୍ରୀ ଆ‌ବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି। ୧୩ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର ପ୍ରମାଣପତ୍ର ଅପ୍‌‌ଲୋଡ କରିପାରିବେ। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ପାଇଁ ୨୦ ତାରିଖରେ ଆଡମିଟ୍‌‌ […]

ଭୁବନେଶ୍ୱର: ସିଏଚ୍‌‌ଏସ୍‌‌ଇ ପରିଚାଳିତ +୨ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ପୁନଃ ସୁଯୋଗ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଗତ ୧ରୁ ୫ ତାରିଖ ମଧ୍ୟରେ ଫର୍ମପୂରଣ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୧ ଓ ୧୨ ତାରିଖରେ ଆଶାୟୀ ଛାତ୍ରଛାତ୍ରୀ ଆ‌ବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି। ୧୩ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର ପ୍ରମାଣପତ୍ର ଅପ୍‌‌ଲୋଡ କରିପାରିବେ। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ପାଇଁ ୨୦ ତାରିଖରେ ଆଡମିଟ୍‌‌ କାର୍ଡ ପ୍ରଦାନ କରାଯିବ। ୨୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ଓ ଜୁଲାଇ ୧୫ରେ ଫଳ ପ୍ରକାଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ଯେଉଁ ଛାତ୍ରଛାତ୍ରୀ ଏଗ୍ରିଗେଟ୍‌‌ ମାର୍କ ରଖି ସମସ୍ତ ବିଷୟରେ ପାସ୍‌‌ କରିଥିବେ ଏବଂ କେବଳ ଗୋଟିଏ ବିଷୟରେ ଫେଲ୍‌‌ ହୋଇଥିବେ, ସେମାନେ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

08 Jun 2024 By The Sakala

ଯୁକ୍ତ ଦୁଇ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ଫର୍ମପୂରଣ ପାଇଁ ପୁନଃ ସୁଯୋଗ: ଜୁନ୍‌‌ ୨୮ରେ ପରୀକ୍ଷା, ଜୁଲାଇ ୧୫ରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର: ସିଏଚ୍‌‌ଏସ୍‌‌ଇ ପରିଚାଳିତ +୨ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ପୁନଃ ସୁଯୋଗ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଗତ ୧ରୁ ୫ ତାରିଖ ମଧ୍ୟରେ ଫର୍ମପୂରଣ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୧ ଓ ୧୨ ତାରିଖରେ ଆଶାୟୀ ଛାତ୍ରଛାତ୍ରୀ ଆ‌ବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି। ୧୩ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର ପ୍ରମାଣପତ୍ର ଅପ୍‌‌ଲୋଡ କରିପାରିବେ। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ପାଇଁ ୨୦ ତାରିଖରେ ଆଡମିଟ୍‌‌ କାର୍ଡ ପ୍ରଦାନ କରାଯିବ। ୨୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ଓ ଜୁଲାଇ ୧୫ରେ ଫଳ ପ୍ରକାଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ଯେଉଁ ଛାତ୍ରଛାତ୍ରୀ ଏଗ୍ରିଗେଟ୍‌‌ ମାର୍କ ରଖି ସମସ୍ତ ବିଷୟରେ ପାସ୍‌‌ କରିଥିବେ ଏବଂ କେବଳ ଗୋଟିଏ ବିଷୟରେ ଫେଲ୍‌‌ ହୋଇଥିବେ, ସେମାନେ ଇନ୍‌‌ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର