ରାଜ୍ୟରେ ଆଉ ୫ ଦିନ କାଳବୈଶାଖୀ, ସପ୍ତାହେ ପର୍ଯ୍ୟନ୍ତ ତାତିରେ ଲାଗିବ ଲଗାମ

The Sakala Picture
Published On

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଲାଗିଛି ବିରାମ। ୫ ଦିନ ଯାଏ କାଳବୈଶାଖୀ ପ୍ରଭାବରେ ସପ୍ତାହେ ପର୍ଯ୍ୟନ୍ତ ତାତିରେ ଲଗାମ ଲାଗିବ। ମାତ୍ର ୧୭ ତାରିଖରୁ ରାଜ୍ୟକୁ ପୁଣି ଫେରିବ ତାତି। ଗ୍ରୀଷ୍ମ ଲହରୀରେ ପୁଣି ଅସ୍ତବ୍ୟସ୍ତ ହେବ ଅଧା ଓଡ଼ିଶା। ଆଇଏମ୍‌‌ଡିର ବିସ୍ତାରିତ ପରିସର ଆକଳନ ଅନୁଯାୟୀ ଆସନ୍ତା ମେ’ ୧୭ ତାରିଖରୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ହେବ ଏବଂ ଏହି ପ୍ରକୋପ ୨୩ ତାରିଖ ପର୍ଯ୍ୟନ୍ତ ରହିବ। ଏପରିକି ଏହି ସମୟରେ ଦିନର ତାପମାତ୍ରା […]

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଲାଗିଛି ବିରାମ। ୫ ଦିନ ଯାଏ କାଳବୈଶାଖୀ ପ୍ରଭାବରେ ସପ୍ତାହେ ପର୍ଯ୍ୟନ୍ତ ତାତିରେ ଲଗାମ ଲାଗିବ। ମାତ୍ର ୧୭ ତାରିଖରୁ ରାଜ୍ୟକୁ ପୁଣି ଫେରିବ ତାତି। ଗ୍ରୀଷ୍ମ ଲହରୀରେ ପୁଣି ଅସ୍ତବ୍ୟସ୍ତ ହେବ ଅଧା ଓଡ଼ିଶା। ଆଇଏମ୍‌‌ଡିର ବିସ୍ତାରିତ ପରିସର ଆକଳନ ଅନୁଯାୟୀ ଆସନ୍ତା ମେ’ ୧୭ ତାରିଖରୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ହେବ ଏବଂ ଏହି ପ୍ରକୋପ ୨୩ ତାରିଖ ପର୍ଯ୍ୟନ୍ତ ରହିବ। ଏପରିକି ଏହି ସମୟରେ ଦିନର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇବ। ଏହାଦ୍ୱାରା ପୁଣିଥରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ସ୍ଥିତି ଉପୁଜିବ। ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିବା କାରଣରୁ ତାପମାତ୍ରା ହ୍ରାସ ପାଇଛି। ବିଶେଷକରି ଉପକୂଳ ଓଡ଼ିଶାରେ ଲଗାତାର କାଳବୈଶାଖୀ ଜନିତ ବର୍ଷା ଓ ପବନ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ଦେଇଛି। ଅନ୍ୟପଟେ ଏହି ସ୍ଥିତି ପ୍ରାୟ ୫ ଦିନ ପର୍ଯ୍ୟନ୍ତ ଜାରି ରହିବା ସହ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

11 May 2024 By The Sakala

ରାଜ୍ୟରେ ଆଉ ୫ ଦିନ କାଳବୈଶାଖୀ, ସପ୍ତାହେ ପର୍ଯ୍ୟନ୍ତ ତାତିରେ ଲାଗିବ ଲଗାମ

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଲାଗିଛି ବିରାମ। ୫ ଦିନ ଯାଏ କାଳବୈଶାଖୀ ପ୍ରଭାବରେ ସପ୍ତାହେ ପର୍ଯ୍ୟନ୍ତ ତାତିରେ ଲଗାମ ଲାଗିବ। ମାତ୍ର ୧୭ ତାରିଖରୁ ରାଜ୍ୟକୁ ପୁଣି ଫେରିବ ତାତି। ଗ୍ରୀଷ୍ମ ଲହରୀରେ ପୁଣି ଅସ୍ତବ୍ୟସ୍ତ ହେବ ଅଧା ଓଡ଼ିଶା। ଆଇଏମ୍‌‌ଡିର ବିସ୍ତାରିତ ପରିସର ଆକଳନ ଅନୁଯାୟୀ ଆସନ୍ତା ମେ’ ୧୭ ତାରିଖରୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ହେବ ଏବଂ ଏହି ପ୍ରକୋପ ୨୩ ତାରିଖ ପର୍ଯ୍ୟନ୍ତ ରହିବ। ଏପରିକି ଏହି ସମୟରେ ଦିନର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇବ। ଏହାଦ୍ୱାରା ପୁଣିଥରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ସ୍ଥିତି ଉପୁଜିବ। ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିବା କାରଣରୁ ତାପମାତ୍ରା ହ୍ରାସ ପାଇଛି। ବିଶେଷକରି ଉପକୂଳ ଓଡ଼ିଶାରେ ଲଗାତାର କାଳବୈଶାଖୀ ଜନିତ ବର୍ଷା ଓ ପବନ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ଦେଇଛି। ଅନ୍ୟପଟେ ଏହି ସ୍ଥିତି ପ୍ରାୟ ୫ ଦିନ ପର୍ଯ୍ୟନ୍ତ ଜାରି ରହିବା ସହ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର