ଯୁବକଙ୍କୁ ପିଟିପିଟି ନୃଶଂସ ହତ୍ୟା, ୩ ଥାନାରେ ଅଟକ

The Sakala Picture
Published On

କନ୍ଧମାଳ : ଯୁବକଙ୍କୁ ପିଟିପିଟି ନୃଶଂସ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଆଡାସିପଡା ପଂଚାୟତ ବ୍ରଡିଗୁଡା ଗ୍ରାମ ନିକଟରେ । ସୂଚନା ଅନୁସାରେ, ଖଜୁରୀପଡା ବ୍ଲକ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ ସୁଜିତ ସାହାଣୀ ଚକାପାଦ ବ୍ଲକର ପାଣ୍ଡୁଗୁଡା ଗ୍ରାମର ବବୁନ ଦିଗାଲର ବାହାଘର ଭୋଜି ଖାଇବାକୁ ଯାଇଥିଲେ। ଭୋଜି ସ୍ଥାନରେ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ରାତ୍ର ପ୍ରାୟ ୧୦ ଘଂଟିକା ସମୟରେ ଗ୍ରାମକୁ ଫେରୁଥିବା ସମୟରେ ଆଡାସିପଡା ପଂଚାୟତ […]

କନ୍ଧମାଳ : ଯୁବକଙ୍କୁ ପିଟିପିଟି ନୃଶଂସ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଆଡାସିପଡା ପଂଚାୟତ ବ୍ରଡିଗୁଡା ଗ୍ରାମ ନିକଟରେ । ସୂଚନା ଅନୁସାରେ, ଖଜୁରୀପଡା ବ୍ଲକ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ ସୁଜିତ ସାହାଣୀ ଚକାପାଦ ବ୍ଲକର ପାଣ୍ଡୁଗୁଡା ଗ୍ରାମର ବବୁନ ଦିଗାଲର ବାହାଘର ଭୋଜି ଖାଇବାକୁ ଯାଇଥିଲେ। ଭୋଜି ସ୍ଥାନରେ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ରାତ୍ର ପ୍ରାୟ ୧୦ ଘଂଟିକା ସମୟରେ ଗ୍ରାମକୁ ଫେରୁଥିବା ସମୟରେ ଆଡାସିପଡା ପଂଚାୟତ ବ୍ରଡିଗୁଡା ନିକଟରେ ସଙ୍ଘବଧ ଆକ୍ରମଣର ଶିକାର ହୋଇଥିଲେ ସୁଜିତ। ଫଳରେ ଘଟଣା ସ୍ଥଳରେ ସୁଜିତଙ୍କର ମୃତ୍ୟୁ ହୋଇଛି । ପିଟିପିଟି ନୃଶଂସ ଭାବେ ହତ୍ୟା କରାଯାଇଥିଲା। କୌଶଳ କ୍ରମେ ଟିପେଇ ଖସି ଗ୍ରାମକୁ ଆସି ଖବର ଦେବାରୁ ପରିବାର ଏବଂ ଗ୍ରାମର ଲୋକ ଯାଇ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସି ଦେଖିଲାବେଳକୁ ସୁଜିତର ମୃତ୍ୟୁ ହୋଇଯାଇଥିଲା। ଏହା ସହିତ ମୃତ ସୁଜିତ୍ ଧରିଥିବା ୩୦ହଜାର ଟଙ୍କା ଓ ମୋବାଇଲ ମଧ୍ୟ ଦୁର୍ବୃତ୍ତ ମାନେ ଛଡେଇ ନେଇ ଥିବା ଥାନାରେ ଏତଲା ଦିଆଯାଇଛି। ଖଜୁରୀପଡା ଥାନାରେ ଏତଲା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ପଠାଇଛି। ଡଗ ସ୍କ୍ୱାର୍ଡ ମଧ୍ୟ ତଦନ୍ତ କରିଛି। ଲାଇନପଡାର ୩ ଜଣ ପିଲାକୁ ଥାନାକୁ ନେଇଛନ୍ତି ଏବଂ ଶବକୁ ପୋଷ୍ଟମଟମ ପାଇଁ ପଠା ଯାଇଛି ଏବଂ କେତେ ଜଣ ଏହି ଘଟଣାରେ ସମୃକ୍ତ ତଦନ୍ତ କରୁଛନ୍ତି ।ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ତ ଦେବାକୁ ଜନସାଧାରଣ ରେ ଦାବି ହେଉଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର