ଅନ୍‌ଲାଇନ୍‌ରେ ଘର ସାମଗ୍ରୀ ବିକ୍ରି କରିବା ମହଙ୍ଗା ପଡ଼ିଲା ଲୁଟିନେଲେ ଲକ୍ଷେ ଟଙ୍କା

The Sakala Picture
Published On

ଭୁବନେଶ୍ୱର : ଅନ୍‌ଲାଇନ୍‌ରେ ଘରର ଆସବାବପତ୍ର ବିକ୍ରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ତାଙ୍କ ଆକାଉଣ୍ଟରୁ ସାଇବର୍‌ ଠକ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିବା ବିନୋଦ ବେହେରା ନାମକ ଯୁବକ ଏନେଇ ସାଇବର୍‌ ହେଲ୍ମଡେସ୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ବିନୋଦ କ୍ୟାପିଟାଲ ଥାନା ୟୁନିଟ୍ ୬ ଅଞ୍ଚଳରେ ରହୁଛନ୍ତି । ସେ ତାଙ୍କ ଘରର ଡାଇନିଂ ଟେବୁଲ ଏବଂ ଅନ୍ୟାନ ଆସବାବପତ୍ର ବିକ୍ରି କରିବା […]

ଭୁବନେଶ୍ୱର : ଅନ୍‌ଲାଇନ୍‌ରେ ଘରର ଆସବାବପତ୍ର ବିକ୍ରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ତାଙ୍କ ଆକାଉଣ୍ଟରୁ ସାଇବର୍‌ ଠକ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିବା ବିନୋଦ ବେହେରା ନାମକ ଯୁବକ ଏନେଇ ସାଇବର୍‌ ହେଲ୍ମଡେସ୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ବିନୋଦ କ୍ୟାପିଟାଲ ଥାନା ୟୁନିଟ୍ ୬ ଅଞ୍ଚଳରେ ରହୁଛନ୍ତି । ସେ ତାଙ୍କ ଘରର ଡାଇନିଂ ଟେବୁଲ ଏବଂ ଅନ୍ୟାନ ଆସବାବପତ୍ର ବିକ୍ରି କରିବା ପାଇଁ ଏକ ଅନ୍‌ଲାଇନ୍ ସାଇଟ୍‌ରେ ବିଜ୍ଞାପନ ଦେଇଥିଲେ। ବିନୋଦ ଏହାକୁ ୨୮ ହଜାର ଟଙ୍କାରେ ବିକ୍ରି କରିବେ ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ହାତୀ ମଣିଷ ଲଢେ଼ଇରେ ଗଡୁଛି ମଣିଷ ମୁଣ୍ଡ; ତିନି ବର୍ଷରେ ଗଲାଣି ୪୪୩ ଜଣଙ୍କ ଜୀବନ

ଜଣେ ବ୍ୟକ୍ତି ଆସବାବପତ୍ର କିଣି ନେବ ବୋଲି ରାଜି ହୋଇଥିଲେ । କିନ୍ତୁ ଟଙ୍କା କେବଳ ଅନ୍‌ଲାଇନ୍‌ରେ ପଠାଇବ ବୋଲି ସର୍ତ୍ତ ରଖୁଥିଲେ । ଟଙ୍କା ପଠାଇବା ପରେ ତାଙ୍କର ଜଣେ ବ୍ୟକ୍ତି ତୁମ ଠିକଣାରେ ପହଞ୍ଚି ଘରର ଆସବାବପତ୍ର ଗାଡ଼ିରେ ଲଦି ଆଣିବେ ବୋଲି କହିଥିଲେ । ତେଣୁ ସେ ବିନୋଦଙ୍କ ମୋବାଇଲ୍‌କୁ ଏକ ଲିଙ୍କ୍ ପଠାଇଥିଲେ। ଏହି ଲିଙ୍କରେ କ୍ଲିକ୍ କରି ୧୦ ଟଙ୍କା ପଠାଇବାକୁ ଠକ କହିଥିଲେ। ଠକ ପଠାଇଥିବା ଲିଙ୍କରେ ବିନୋଦ କ୍ଲିକ୍ କରି ୧୦ ଟଙ୍କା ପଠାଇବା ପରେ ତାଙ୍କ ଆକାଉଣ୍ଟରୁ ୭ ଟି ପର୍ଯ୍ୟାୟରେ ଏକ ଲକ୍ଷ ଟଙ୍କା କଟି ଯାଇଥିଲା। ସେ ଏନେଇ ସାଇବର ହେଲ୍ସଡେସ୍କରେ ଅଭିଯୋଗ କରି ଜଣାଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା

23 Jun 2021 By The Sakala

ଅନ୍‌ଲାଇନ୍‌ରେ ଘର ସାମଗ୍ରୀ ବିକ୍ରି କରିବା ମହଙ୍ଗା ପଡ଼ିଲା ଲୁଟିନେଲେ ଲକ୍ଷେ ଟଙ୍କା

ଭୁବନେଶ୍ୱର : ଅନ୍‌ଲାଇନ୍‌ରେ ଘରର ଆସବାବପତ୍ର ବିକ୍ରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ତାଙ୍କ ଆକାଉଣ୍ଟରୁ ସାଇବର୍‌ ଠକ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିବା ବିନୋଦ ବେହେରା ନାମକ ଯୁବକ ଏନେଇ ସାଇବର୍‌ ହେଲ୍ମଡେସ୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ବିନୋଦ କ୍ୟାପିଟାଲ ଥାନା ୟୁନିଟ୍ ୬ ଅଞ୍ଚଳରେ ରହୁଛନ୍ତି । ସେ ତାଙ୍କ ଘରର ଡାଇନିଂ ଟେବୁଲ ଏବଂ ଅନ୍ୟାନ ଆସବାବପତ୍ର ବିକ୍ରି କରିବା ପାଇଁ ଏକ ଅନ୍‌ଲାଇନ୍ ସାଇଟ୍‌ରେ ବିଜ୍ଞାପନ ଦେଇଥିଲେ। ବିନୋଦ ଏହାକୁ ୨୮ ହଜାର ଟଙ୍କାରେ ବିକ୍ରି କରିବେ ବୋଲି କହିଥିଲେ ।

ଜଣେ ବ୍ୟକ୍ତି ଆସବାବପତ୍ର କିଣି ନେବ ବୋଲି ରାଜି ହୋଇଥିଲେ । କିନ୍ତୁ ଟଙ୍କା କେବଳ ଅନ୍‌ଲାଇନ୍‌ରେ ପଠାଇବ ବୋଲି ସର୍ତ୍ତ ରଖୁଥିଲେ । ଟଙ୍କା ପଠାଇବା ପରେ ତାଙ୍କର ଜଣେ ବ୍ୟକ୍ତି ତୁମ ଠିକଣାରେ ପହଞ୍ଚି ଘରର ଆସବାବପତ୍ର ଗାଡ଼ିରେ ଲଦି ଆଣିବେ ବୋଲି କହିଥିଲେ । ତେଣୁ ସେ ବିନୋଦଙ୍କ ମୋବାଇଲ୍‌କୁ ଏକ ଲିଙ୍କ୍ ପଠାଇଥିଲେ। ଏହି ଲିଙ୍କରେ କ୍ଲିକ୍ କରି ୧୦ ଟଙ୍କା ପଠାଇବାକୁ ଠକ କହିଥିଲେ। ଠକ ପଠାଇଥିବା ଲିଙ୍କରେ ବିନୋଦ କ୍ଲିକ୍ କରି ୧୦ ଟଙ୍କା ପଠାଇବା ପରେ ତାଙ୍କ ଆକାଉଣ୍ଟରୁ ୭ ଟି ପର୍ଯ୍ୟାୟରେ ଏକ ଲକ୍ଷ ଟଙ୍କା କଟି ଯାଇଥିଲା। ସେ ଏନେଇ ସାଇବର ହେଲ୍ସଡେସ୍କରେ ଅଭିଯୋଗ କରି ଜଣାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର