ଆଜିଠୁ ଝାରସୁଗୁଡ଼ା-ଦିଲ୍ଲୀ ବିମାନସେବା ବନ୍ଦ

The Sakala Picture
Published On

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ତା’ର ସମ୍ପୂର୍ଣ୍ଣ ବିମାନ ସେବା ଅପସାରଣ କରିନେଇଛି ସ୍ସାଇସ୍‌‌ ଜେଟ୍‌‌। କେବଳ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ଚଳାଚଳ କରୁଥିବା ବିମାନ ମାର୍ଚ୍ଚ ୩୧ରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ବୋଲି ସଂସ୍ଥା ଘୋଷଣା କରିଛି। ଫଳରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯିବା ଆସିବା କରୁଥିବା ଯାତ୍ରୀମାନେ ନିରାଶ ହୋଇଛନ୍ତି। ଗତ ୨୦୨୧ ମସିହାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନବନ୍ଦରରେ ଜାତୀୟ ସ୍ତରର ଉଡାନ୍‌ ପର୍ବ ପାଳନ […]

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ତା’ର ସମ୍ପୂର୍ଣ୍ଣ ବିମାନ ସେବା ଅପସାରଣ କରିନେଇଛି ସ୍ସାଇସ୍‌‌ ଜେଟ୍‌‌। କେବଳ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ଚଳାଚଳ କରୁଥିବା ବିମାନ ମାର୍ଚ୍ଚ ୩୧ରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ବୋଲି ସଂସ୍ଥା ଘୋଷଣା କରିଛି। ଫଳରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯିବା ଆସିବା କରୁଥିବା ଯାତ୍ରୀମାନେ ନିରାଶ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଗତ ୨୦୨୧ ମସିହାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନବନ୍ଦରରେ ଜାତୀୟ ସ୍ତରର ଉଡାନ୍‌ ପର୍ବ ପାଳନ କରିଥିଲେ। କିନ୍ତୁ ଝାରସୁଗୁଡ଼ା ବିମାନବନ୍ଦରରରୁ ଉଡ଼ାନ ଯୋଜନା ଶେଷ ହେବା ପରେ ଧୀରେଧୀରେ ସ୍ପାଇସ୍‌‌ ଜେଟ୍‌‌ ଓ ଏଲାଏନ୍ସ ଏୟାର ତା’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଛି। ପ୍ରଥମେ ଏଲାଏନ୍ସ-ଏୟାର ରାୟପୁର, କୋଲକାତା ବିମାନସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଥିଲା। ପରେ ଭୁବନେଶ୍ୱର ବିମାନ ଚଳାଚଳ ମଧ୍ୟ ବନ୍ଦ କରିଥିଲା। ଏବେ ପୁଣିଥରେ ଏଲାୟନ୍ସ ଏୟାର ଆସନ୍ତା ୧ତାରିଖରୁ କେବଳ ଝାରସୁଗୁଡ଼ା-ଭୁବନେଶ୍ୱର ସପ୍ତାହକୁ ତିନି ଦିନ ବିମାନସେବା ଯୋଗାଇବାକୁ ରାଜି ହୋଇଛି। ଅନ୍ୟପକ୍ଷରେ ସ୍ପାଇସ ଜେଟ୍‌‌ ପର୍ଯ୍ୟାୟକ୍ରମେ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ୱାଇ ବନ୍ଦ କରିସାରିଥିବା ବେଳେ ଏବେ ଦିଲ୍ଲୀକୁ ବିମାନସେବା ବନ୍ଦ କରିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ୱଲପୁର ଓଡ଼ିଶାର ବୃହତ୍ତର ଶିଳ୍ପ କରିଡର୍‌ ହୋଇଥିବାରୁ ପ୍ରତିଦିନ ଅନେକ କର୍ପୋରେଟ୍‌ ଯାତ୍ରୀ ଝାରସୁଗୁଡ଼ା-ଦିଲ୍ଲୀ ମଧ୍ୟରେ ଯାତାୟାତ କରନ୍ତି। ସମ୍ୱଲପୁରରେ ଆଇଆଇଏମ୍‌ ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ, ରାଉରକେଲାରେ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନକୁ ପ୍ରାୟତଃ ଫାକଲ୍ଟି ଓ ଅନ୍ୟାନ୍ୟ ଅତିଥି ଦିଲ୍ଲୀରୁ ଆସିଥା’ନ୍ତି। ରାଉରକେଲାରେ ଥିବା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌କୁ ଝାରସୁଗୁଡ଼ା ବିମାନବନ୍ଦରରୁ ସଂଯୋଗ ରହିଛି, ଯାହା ମାଧ୍ୟମରେ ଦିଲ୍ଲୀରୁ ଖେଳାଳି ଓ ଅଫିସିଆଲ ଆସନ୍ତି। ଇଣ୍ଡିଗୋ ବିମାନସେବା ଝାରସୁଗୁଡ଼ାରୁ କେବଳ କୋଲକାତା ଓ ବେଙ୍ଗାଲୁରୁ ବିମାନ ଚଳାଚଳ କରୁଛି। ଇଣ୍ଡିଗୋ ଆସନ୍ତା ସମର ସିଡ୍ୟୁଲରେ ଦିଲ୍ଲୀ ବିମାନସେବା ଆରମ୍ଭ କରିବ ବୋଲି ଶୁଣାଯାଉଥିଲା। କିନ୍ତୁ ତାହା ମଧ୍ୟ ହୋଇ ପାରିନାହିଁ। ଫଳରେ ଝାରସୁଗୁଡ଼ା-ଦିଲ୍ଲୀ ରୁଟ୍‌‌ରେ ବିମାନସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ସେବା ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର