ଦିନକ ପରେ ରଙ୍ଗର ପର୍ବ ‘ହୋଲି’; ଭଳି କି ଭଳି ରଙ୍ଗ ପସରାରେ ରଙ୍ଗିନ ରାଜଧାନୀ

The Sakala Picture
Published On

ଭୁବନେଶ୍ୱର: ମଙ୍ଗଳବାର ଫଗୁ ଓ ଫଗୁଣର ପର୍ବ ହୋଲି। ଯାହାର ଝଲକ ମଧ୍ୟ ରାଜଧାନୀର ରାସ୍ତାଘାଟ ଠାରୁ ଆରମ୍ଭ କରି ହାଟବଜାରରେ ମଧ୍ୟ ଅନୁଭୂତ ହୋଇଛି। ଭଳି କି ଭଳି ରଙ୍ଗ ପସରା ସାଙ୍ଗକୁ ହୋଲିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ପଥଚାରୀଙ୍କ ଆଖି ଝଲସାଇ ଦେଉଛି। ବିଭିନ୍ନ ପ୍ରକାର ରଙ୍ଗ ଅବିର, ପିଚକାରୀ, ଟୋପି, ମୁଖା ଆଦି ଆକର୍ଷଣ ପାଲଟିଛି। ସେହିପରି ଛୋଟ ପିଲାମାନଙ୍କ ନିମନ୍ତେ ପଶୁ, ରାକ୍ଷସ, ଝିଅ, ପୁଅ ଆଦି ଆକର୍ଷଣୀୟ ମୁଖା […]

ଭୁବନେଶ୍ୱର: ମଙ୍ଗଳବାର ଫଗୁ ଓ ଫଗୁଣର ପର୍ବ ହୋଲି। ଯାହାର ଝଲକ ମଧ୍ୟ ରାଜଧାନୀର ରାସ୍ତାଘାଟ ଠାରୁ ଆରମ୍ଭ କରି ହାଟବଜାରରେ ମଧ୍ୟ ଅନୁଭୂତ ହୋଇଛି। ଭଳି କି ଭଳି ରଙ୍ଗ ପସରା ସାଙ୍ଗକୁ ହୋଲିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ପଥଚାରୀଙ୍କ ଆଖି ଝଲସାଇ ଦେଉଛି। ବିଭିନ୍ନ ପ୍ରକାର ରଙ୍ଗ ଅବିର, ପିଚକାରୀ, ଟୋପି, ମୁଖା ଆଦି ଆକର୍ଷଣ ପାଲଟିଛି। ସେହିପରି ଛୋଟ ପିଲାମାନଙ୍କ ନିମନ୍ତେ ପଶୁ, ରାକ୍ଷସ, ଝିଅ, ପୁଅ ଆଦି ଆକର୍ଷଣୀୟ ମୁଖା ଓ ଚଷମା ରହିଛି। ଯାହାର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ ହୋଇ ୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଡାଇନୋସର୍‌‌, ଆଇରନମ୍ୟାନ୍‌‌, ଡୋରେମନ୍‌‌, ଛୋଟାଭୀମ୍‌‌ ଭଳି ପିଚକାରୀ ମଧ୍ୟ ରହିଛି। ଯାହା ଛୋଟ ପିଲାଙ୍କୁ ଆକର୍ଷିତ କରୁଛି। ତେବେ ଉପହାର ଦେବା ପାଇଁ ବିଭିନ୍ନ ରଙ୍ଗର ପ୍ୟାକେଟ୍‌‌ ରହିବା ସହ ରଙ୍ଗ ବେରଙ୍ଗର ଅବିର ରହିଛି। ଯାହା କିଲୋ ପ୍ରତି ଦର ଶହେରୁ ୨ଶହ ଟଙ୍କା ରହିଥିବା ବେଳେ ସୁଗନ୍ଧ ବା ବାସ୍ନା ଅବିର କିଲୋ ପିଛା ୩ଶହ ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ମୁଣ୍ଡଫଟାରୁ ପ୍ରାକୃତିକ ରଙ୍ଗ
ପୂର୍ବରୁ ହୋଲି ପର୍ବ ଆସିବା ପୂର୍ବରୁ ବଜାରକୁ ଆସିଥାଏ ବିଭିନ୍ନ ପ୍ରକାର ରଙ୍ଗ। ସବୁଠାରୁ ଅଧିକ ମୁଣ୍ଡଫଟା ରଙ୍ଗ, ବାର୍ନିସ୍‌‌, ଆଲକାତରା ଆଦିକୁ ବ୍ୟବହାର କରୁଥିଲେ ଲୋକେ। ଏହିସବୁଥିରେ ପ୍ରଚୁର ପରିମାଣରେ ରସାୟନ ପଦାର୍ଥ ମିଶ୍ରଣ କରାଯାଉଥିବାରୁ ଚର୍ମ ଓ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ବିଶେଷ କରି ଆଖି ପାଇଁ କ୍ଷତିକାରକ ହୋଇଥାଏ। ଏହି ରଙ୍ଗ ଲାଗିଲେ ତାହା ସହଜରେ ଛାଡ଼ି ନ ଥାଏ। ତେଣୁ ଧୀରେ ଧୀରେ ଲୋକମାନେ ସଚେତନତା ଅବଲମ୍ବନ କରି ଅବିର ଖେଳିବାକୁ ପସନ୍ଦ କରିଥିଲେ। ଏବେ ପ୍ରାୟ ବଜାରରେ ହର୍ବାଲ ରଙ୍ଗ ଅଧିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଫୁଲ, ଫଳ, ପନିପରିବା ସହ ଘରେ ନିତିଦିନ ବ୍ୟବହାର ହେଉଥିବା ହଳଦୀ ଗୁଣ୍ଡ, ଚନ୍ଦନ, ମୁଲତାନି ମାଟି ଆଦିରୁ ତିଆରି ରଙ୍ଗର ଟ୍ରେଣ୍ଡ୍‌‌ ଆରମ୍ଭ ହୋଇଛି। ବଜାରରେ ମଧ୍ୟ ଏହିସବୁ ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଲାଣି। ଯାହା ଏକ ସୁରକ୍ଷିତ ହୋଲିର ନୂଆ ଧାରା ସୃଷ୍ଟି କରିଛି। ଏହାଦ୍ୱାରା ଯେକୌଣସି ବୟସର ବ୍ୟକ୍ତି ବିନା ଦ୍ୱିଧାରେ ଏହିସବୁ ପ୍ରାକୃତିକ ରଙ୍ଗ ବ୍ୟବହାର କରିପାରିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ଏହାକୁ ମହିଳାମାନେ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ରସାୟନ ଯୁକ୍ତ ରଙ୍ଗ ବିକ୍ରି ନିଷିଦ୍ଧ ହେଉ
ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଏ ନେଇ ବଜାରରେ ଭଳିକିଭଳି ଯଥା ନାଲି, ନୀଳ, ସବୁଜ, ଗେରୁଆ, କଳା ଇତ୍ୟାଦି ରଙ୍ଗର ପସରା ଖୋଲିଗଲାଣି। ଅଧିକାଂଶ ଦୋକାନରେ ରାସାୟନିକ ଯୁକ୍ତ ରଙ୍ଗ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏହି ରଙ୍ଗକୁ ନିଷିଦ୍ଧ କରିବା ପାଇଁ ଦାବି କରିଛନ୍ତି ପରିବେଶବିତ୍‌‌ ସୁଶାନ୍ତ ସାହୁ। ରାସାୟନିକ ଯୁକ୍ତ ରଙ୍ଗର ବିକ୍ରିକୁ ରଙ୍ଗର ପର୍ବ ହୋଲିରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଲାଗି ପ୍ରଶାସନ ନିକଟରେ ଶ୍ରୀ ସାହୁ ଏକ ପ୍ରେସ୍‌‌ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି।

24 Mar 2024 By The Sakala

https://www.thesakala.in/latest-odisha-news/different-type-colour-available-for-sell-in-bhubaneswar-for-holi-festival/article-30900
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର