ଓଡ଼ିଶାରେ ଜିଓର ଦବ୍‌ଦବା ଜାରି, ମାର୍ଚ୍ଚରେ ଯୋଡି ହୋଇଛନ୍ତି ୨.୭୨ ଲକ୍ଷରୁ ଅଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତର ଦୂରସଂଚାର ନିୟାୟକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି । ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଓଡ଼ିଶାରେ ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ୧.୪୩ କୋଟିରୁ […]

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତର ଦୂରସଂଚାର ନିୟାୟକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ମନଇଛା ଗଛ କାଟିବା ଅଭିଯୋଗରେ ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ନିଲମ୍ବିତ

ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଓଡ଼ିଶାରେ ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ୧.୪୩ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଅଛନ୍ତି । ୨୦୨୧ ମାର୍ଚ୍ଚ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବାବେଳେ ଏହି ମାସରେ ଏୟାରଟେଲ ମାତ୍ର ୬୪,୭୦୧ ଏବଂ ବିଏସଏନଏଲ୍ ୪୯,୧୩୩ ଗ୍ରାହକ ଯୋଗ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି । ଏହି ମାସରେ ଭୋଡାଫୋନ ଆଇଡିଆ ରାଜ୍ୟରେ ୫୨,୭୫୧ ଗ୍ରାହକ ହରାଇଛି । ଏଥିସହିତ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ମାର୍ଚ୍ଚ ମାସରେ ୩.୩୩ ଲକ୍ଷ ବୃଦ୍ଧି ଘଟି ଏହା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୩.୪୩ କୋଟି ଅତିକ୍ରମ କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରେଳ ଧାରଣା ପାରି ହେଉଥିବାବେଳେ ଟ୍ରେନରେ ପିଟି ହୋଇ ଦୁଇ ମହିଳା ମୃତ

ସର୍ବଭାରତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୭୯ ଲକ୍ଷ ନୂଆ ଗ୍ରାହକ ଯୋଗକରିଥିବାବେଳେ ତାହା ପଛକୁ ଏୟାରଟେଲ ପ୍ରାୟ ୪୦ ଲକ୍ଷ ଯୋଗକରିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଦୂୂରସଂଚାର କ୍ଷେତ୍ରରେ ରାଜ୍ୟରେ ମୋଟ ରାଜସ୍ୱର ୫୦ ପ୍ରତିଶତରୁ ଅଧିକ ଅଂଶ ହାସଲ ସହିତ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ହୋଇଛି । ରିଲାଏନ୍ସ ଜିଓ ଏହାର ସର୍ବବୃହତ ଟ୍ରୁ-୪ଜି ନେଟୱର୍କ ବଳରେ ତଥା ଏପର୍ୟ୍ୟନ୍ତ ଅପହଂଚ ରହିଥିବା ଅଂଚଳଗୁଡିକରେ ଦ୍ରୁତ ନେଟୱର୍କ ସଂପ୍ରସାରଣ ଏବଂ ସୁଲଭ ମୂଲ୍ୟରେ ସେବା ସହିତ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଂଟରନେଟ ସେବା ଯୋଗାଇ ଗତ କିଛିବର୍ଷ ଧରି ପ୍ରତି ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରୁଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ଜିଓ ସଫଳତାର ସହିତ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ୟ୍ୟ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ରାଜ୍ୟରେ ଏହାର ଗ୍ରାହକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ସହିତ ୪ଜି ନେଟ୍‌ୱର୍କ ଓ ଇଂଟରନେଟ୍ ବେଗରେ ବୃଦ୍ଧି ଘଟିଛି । ଏହା ମଧ୍ୟ ନିଜର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଓଡ଼ିଶାର ବିଭିନ୍ନ ସହର ଓ ନଗରକୁ ଦ୍ରୁତ ସମ୍ପ୍ରସାରଣ କରୁଛି ଏବଂ ଏବେ ସୁଦ୍ଧା ରାଜ୍ୟର ୨୬ରୁ ଉର୍ଦ୍ଧ୍ୱ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର