୨୧ରୁ ପୁଣି ବଢ଼ିବ ବର୍ଷାର ପ୍ରକୋପ

The Sakala Picture
Published On

ଭୁବନେଶ୍ୱର, ୧୮୬ (ସମିସ): ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ଜାରି ରହିଛି । ଯଦିଓ ବର୍ଷାର ପ୍ରକୋପ କମ୍ ରହିଛି, କିନ୍ତୁ ସାରା ପ ରାଜ୍ୟରେ ପାଗ ମେଘୁଆ ରହିଛି। ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୧୯ କିମି ପର୍ଯ୍ୟନ୍ତ ତଥା ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଏକ ଘୃଣ୍ଡିବଳୟ କ୍ଷେତ୍ର କମ୍ବିଛି। ଏହା ସହିତ ଦକ୍ଷିଣ-ପଶ୍ଚିମ ଓ ବିହାର ଏବଂ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ […]

ଭୁବନେଶ୍ୱର, ୧୮୬ (ସମିସ): ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ଜାରି ରହିଛି । ଯଦିଓ ବର୍ଷାର ପ୍ରକୋପ କମ୍ ରହିଛି, କିନ୍ତୁ ସାରା ପ ରାଜ୍ୟରେ ପାଗ ମେଘୁଆ ରହିଛି। ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୧୯ କିମି ପର୍ଯ୍ୟନ୍ତ ତଥା ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଏକ ଘୃଣ୍ଡିବଳୟ କ୍ଷେତ୍ର କମ୍ବିଛି। ଏହା ସହିତ ଦକ୍ଷିଣ-ପଶ୍ଚିମ ଓ ବିହାର ଏବଂ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ରାଜ୍ୟର ସର୍ବାଧୂକ ୪୪ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ଆସନ୍ତା ଦୁଇ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୧ ତାରିଖଠାରୁ ପୁଣି ବର୍ଷାର ପ୍ରଭାବ ବଢ଼ିବାର ଆଶଙ୍କା ରହିଛି। ୨୧ ତାରିଖରେ କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ବରଗଡ଼, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ବାଲେଶ୍ଵର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଏହାକୁ ଦୃଷ୍ଟିରେ ରଖୁ ପାଣିପାଗ କେନ୍ଦ୍ର ପକ୍ଷରୁ ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ହେଲେ କାର୍ଯ୍ୟ ଜାରି କରାଯାଇଛି । ଅନ୍ୟପଟେ ବଙ୍ଗୋପସାଗର ମଧ୍ୟରେ ମୌସୁମୀ ସକ୍ରିୟ ଯୋଗୁ ସମୁଦ୍ର ଅଶାନ୍ତ ରହିଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପ ସାଗର ମଧ୍ୟରେ ପବନର ବେଗ ୪୦-୧୦ କିମି ବେଳେ ବେଳେ ଏହାର ଝଟକା ୭୦ କିମି ରହୁଛି । ତେଣୁ ରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର