ଆଜି ଲୋକାର୍ପଣ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ, ୨୬ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି
ଭୁବନେଶ୍ୱର: ଆଜି ବରଗଡ଼ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି। ବରଗଡ଼ ତଥା ସଂଲଗ୍ନ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଆସନ୍ତାକାଲି ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୪ ବ୍ଲକ ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ପ୍ରାୟ ୨୫୬୦୦ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ଓ ରାଜ୍ୟର ସେଚ ଅଭିଯାନକୁ ଏହା ଆହୁରି ଶକ୍ତିଶାଳୀ କରିବ। ଚଳିତବର୍ଷ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର: ଆଜି ବରଗଡ଼ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି। ବରଗଡ଼ ତଥା ସଂଲଗ୍ନ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଆସନ୍ତାକାଲି ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୪ ବ୍ଲକ ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ପ୍ରାୟ ୨୫୬୦୦ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ଓ ରାଜ୍ୟର ସେଚ ଅଭିଯାନକୁ ଏହା ଆହୁରି ଶକ୍ତିଶାଳୀ କରିବ।
ଚଳିତବର୍ଷ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହାଦ୍ୱାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ପ୍ରାୟ ୧ ଲକ୍ଷ ଏକର ଚାଷଜମିକୁ ପାଣି ପହଞ୍ଚିପାରିଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ବିଭିନ୍ନ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ କିଛି ନୂଆ ପ୍ରକଳ୍ପ ହାତକୁ ନିଆଯିବ। ବିଶେଷକରି ବହୁ ନୂତନ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଯଥା ନୟାଗଡ଼ର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ, ଗଞ୍ଜାମ ଜିଲ୍ଲାର ପିପିଳପଙ୍କା ଡ୍ୟାମ, ମୟୂରଭଞ୍ଜର ଖଇରିବନ୍ଦନ ବ୍ୟାରେଜ ପ୍ରକଳ୍ପ ଓ ବଲାଙ୍ଗୀର ଜିଲ୍ଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଏହି ସବୁ ପ୍ରକଳ୍ପଗୁଡ଼ିକ ଚଳିତ ବର୍ଷ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାକୁ ଆପାତତଃ ସ୍ଥିର ହୋଇଛି।
ଅନ୍ୟପକ୍ଷରେ ବିଭିନ୍ନ ଜଳଭଣ୍ଡାର ଏବଂ କେନାଲରୁ ଉପଲବ୍ଧ ଅତିରିକ୍ତ ଜଳ ଉତ୍ତୋଳନ କରି ରାଜ୍ୟର ଉଚ୍ଚଭୂମି ଅଞ୍ଚଳରେ ଖରିଫ୍ ଜଳସେଚନ ଯୋଗାଇବା ପାଇଁ ରାଜ୍ୟ ସରକାର ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି।
ଏହି ଯୋଜନାରେ ଅଦ୍ୟାବଧି ୨୦୨ଟି ପ୍ରକଳ୍ପର କାର୍ଯ୍ୟ ସମ୍ପନ୍ନ କରାଯାଇ ବର୍ତ୍ତମାନ ସୁଦ୍ଧା ୨୫୬୦୦୦ ହେକ୍ଟର ଚାଷଜମିକୁ ଜଳସେଚିତ କରାଯାଇ ପାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ୫ ବର୍ଷ ମଧ୍ୟରେ ୧୦୭୫୯ କୋଟି ଟଙ୍କା ବ୍ୟୟରେ ୧୭୦ଟି ପ୍ରକଳ୍ପ ହାତକୁ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ ଆସନ୍ତା ଆର୍ଥିକ ବର୍ଷ ବିଭାଗ ୧୨୨୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଯଦ୍ୱାରା ବ୍ୟାପକ ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇପାରିବ। ସେହିପରି ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫ଟି ନୂଆ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୮୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାବ୍ୟତୀତ ଜିଲ୍ଲାଗସ୍ତ ସମୟରେ ୫-ଟି ଅଧ୍ୟକ୍ଷ ଜନମତକୁ ଆଧାରି କରି ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରୁଥିବା ବେଳେ ଚଳିତ ବର୍ଷ ବହୁ ପ୍ରକଳ୍ପ କାର୍ଯ୍ୟନ୍ୱୟନର ସମ୍ଭାବନା ରହିଥିବା ନେଇ କୁହାଯାଉଛି।