ଆଜିଠୁ +୨ କଳା ଓ ବାଣିଜ୍ୟ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା। ଶୁକ୍ରବାର ପ୍ରଥମ ଦିନରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି। ଏହି ବିଷୟରେ କପି କରି ସାରା ରାଜ୍ୟରୁ ସମୁଦାୟ ୧୧ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସବୁଠି ସୁରୁଖୁରୁରେ ପ୍ରଥମ ଦିନ ପରୀକ୍ଷା ସରିଥିବାବେଳେ କୌଣସି ତ୍ରୁଟି ହୋଇ ନ ଥିବା ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି। ଅନ୍ୟପଟେ, ଆଜି ଠାରୁ +୨ କଳା ଓ ବାଣିଜ୍ୟ […]

ଭୁବନେଶ୍ୱର: ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା। ଶୁକ୍ରବାର ପ୍ରଥମ ଦିନରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି। ଏହି ବିଷୟରେ କପି କରି ସାରା ରାଜ୍ୟରୁ ସମୁଦାୟ ୧୧ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସବୁଠି ସୁରୁଖୁରୁରେ ପ୍ରଥମ ଦିନ ପରୀକ୍ଷା ସରିଥିବାବେଳେ କୌଣସି ତ୍ରୁଟି ହୋଇ ନ ଥିବା ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଅନ୍ୟପଟେ, ଆଜି ଠାରୁ +୨ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେବ। ଉଭୟ ବିଭାଗର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି। କଳା ବିଭାଗରେ ମୋଟ୍‌‌ ୨ ଲକ୍ଷ ୩୭ ହଜାର ୭୫୦ଜଣ ଓ ବାଣିଜ୍ୟରେ ୨୬ ହଜାର ୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍‌‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି। ଏହାସହ କଣ୍ଟ୍ରୋଲ ରୁମ୍‌‌ରୁ ସିସିଟିଭି ଲାଇଭ୍‌‌ ଷ୍ଟ୍ରିମିଂ ଦେଖି ପରିଷଦ ପକ୍ଷରୁ ପରୀକ୍ଷା ନିରୀକ୍ଷଣ କରାଯାଇଛି। ପରୀକ୍ଷା ସମୟରେ କୌଣସି ତ୍ରୁଟି ନ ହେବା ପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର