ଆସନ୍ତାକାଲି ମାଘସପ୍ତମୀ: ଚଳଚଞ୍ଚଳ ଚନ୍ଦ୍ରଭାଗା, ବୁଡ଼ ପକାଇବା ପାଇଁ ଲାଗିଲାଣି ଲକ୍ଷାଧିକ ଭକ୍ତଙ୍କ ସମାଗମ

The Sakala Picture
Published On

କୋଣାର୍କ: ମାଘସପ୍ତମୀ ପାଇଁ ଚଳଚଞ୍ଚଳ ଚନ୍ଦ୍ରଭାଗା । ପ୍ରତ୍ୟୁଷରୁ ହେବ ଚନ୍ଦ୍ରଭାଗା ବୁଡ଼ । ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ବୁଡ ପକାଇବେ ସାଧୁସନ୍ଥ ଓ ଭକ୍ତ । ଆାଜିଠାରୁ କୋଣାର୍କରେ ଲାଗିଲାଣି ଲକ୍ଷାଧିକ ଭକ୍ତଙ୍କ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ବୁଡ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ପରମ୍ପରା ଅନୁଯାୟୀ, ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର […]

କୋଣାର୍କ: ମାଘସପ୍ତମୀ ପାଇଁ ଚଳଚଞ୍ଚଳ ଚନ୍ଦ୍ରଭାଗା । ପ୍ରତ୍ୟୁଷରୁ ହେବ ଚନ୍ଦ୍ରଭାଗା ବୁଡ଼ । ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ବୁଡ ପକାଇବେ ସାଧୁସନ୍ଥ ଓ ଭକ୍ତ । ଆାଜିଠାରୁ କୋଣାର୍କରେ ଲାଗିଲାଣି ଲକ୍ଷାଧିକ ଭକ୍ତଙ୍କ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ବୁଡ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

ପରମ୍ପରା ଅନୁଯାୟୀ, ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ୩ ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ଥ ଓ ଭକ୍ତ ବୁଡ ପକାଇବେ। ପୌରାଣିକ ମତାନୁସାରେ ମାଘ ସପ୍ତମୀ ଦିନ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ଏହି ତୀର୍ଥରେ ବୁଡ ପକାଇ ସୂର୍ୟ୍ୟଦୋୟ ଦର୍ଶନ କରିଥାନ୍ତି।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଡକୁ ଶୃଙ୍ଖଳିତ କରିବା ପାଇଁ ତୀର୍ଥ ପୁଷ୍କରଣୀ ଖନନ କରାଯାଇଛି । ଏଥିସହ କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଦ୍ଧନ ପାଇଁ ବ୍ଲିଚିଂ ମଧ୍ୟ ପକାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ଵ ଏବଂ ପାର୍କିଂ ସ୍ଥାନରେ ବ୍ୟାରିକେଡ ନିର୍ମାଣ କରାଯାଇଛି । ପରିମଳ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡିଆ ଓ କୋଣାର୍କ ବସ ଷ୍ଟାଣ୍ଡରେ ୧୦୦ରୁ ଊର୍ଦ୍ଧ୍ଵ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। ନିରବିଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ୩ଟି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଜେନେରେଟର ବ୍ୟବସ୍ଥା କରାଯାଇଛି । ମାଘ ବୁଡ଼ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଥିବା ବେଳେ ପୁରୀ ଜିଲ୍ଲାପାଳ ମେଳା ପଡ଼ିଆ ଓ ତୀର୍ଥ ପୁଷ୍କରଣୀର ସ୍ଥିତି ସମୀକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

15 Feb 2024 By The Sakala

ଆସନ୍ତାକାଲି ମାଘସପ୍ତମୀ: ଚଳଚଞ୍ଚଳ ଚନ୍ଦ୍ରଭାଗା, ବୁଡ଼ ପକାଇବା ପାଇଁ ଲାଗିଲାଣି ଲକ୍ଷାଧିକ ଭକ୍ତଙ୍କ ସମାଗମ

କୋଣାର୍କ: ମାଘସପ୍ତମୀ ପାଇଁ ଚଳଚଞ୍ଚଳ ଚନ୍ଦ୍ରଭାଗା । ପ୍ରତ୍ୟୁଷରୁ ହେବ ଚନ୍ଦ୍ରଭାଗା ବୁଡ଼ । ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ବୁଡ ପକାଇବେ ସାଧୁସନ୍ଥ ଓ ଭକ୍ତ । ଆାଜିଠାରୁ କୋଣାର୍କରେ ଲାଗିଲାଣି ଲକ୍ଷାଧିକ ଭକ୍ତଙ୍କ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ବୁଡ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ପରମ୍ପରା ଅନୁଯାୟୀ, ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ୩ ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ଥ ଓ ଭକ୍ତ ବୁଡ ପକାଇବେ। ପୌରାଣିକ ମତାନୁସାରେ ମାଘ ସପ୍ତମୀ ଦିନ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ଏହି ତୀର୍ଥରେ ବୁଡ ପକାଇ ସୂର୍ୟ୍ୟଦୋୟ ଦର୍ଶନ କରିଥାନ୍ତି।

ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଡକୁ ଶୃଙ୍ଖଳିତ କରିବା ପାଇଁ ତୀର୍ଥ ପୁଷ୍କରଣୀ ଖନନ କରାଯାଇଛି । ଏଥିସହ କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଦ୍ଧନ ପାଇଁ ବ୍ଲିଚିଂ ମଧ୍ୟ ପକାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ଵ ଏବଂ ପାର୍କିଂ ସ୍ଥାନରେ ବ୍ୟାରିକେଡ ନିର୍ମାଣ କରାଯାଇଛି । ପରିମଳ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡିଆ ଓ କୋଣାର୍କ ବସ ଷ୍ଟାଣ୍ଡରେ ୧୦୦ରୁ ଊର୍ଦ୍ଧ୍ଵ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। ନିରବିଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ୩ଟି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଜେନେରେଟର ବ୍ୟବସ୍ଥା କରାଯାଇଛି । ମାଘ ବୁଡ଼ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଥିବା ବେଳେ ପୁରୀ ଜିଲ୍ଲାପାଳ ମେଳା ପଡ଼ିଆ ଓ ତୀର୍ଥ ପୁଷ୍କରଣୀର ସ୍ଥିତି ସମୀକ୍ଷା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର