ପରୀ ହତ୍ୟା ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସମ୍ପାଦକଙ୍କ ଟାର୍ଗେଟ୍

The Sakala Picture
Published On

ଭୁବନେଶ୍ୱର: ଧର୍ମେନ୍ଦ୍ର କରିଛନ୍ତି ମହାପାପ । ନୟାଗଡ଼ ପରୀ ହତ୍ୟାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପରୀକୁ ନ୍ୟାୟ ମିଳିବା ପରେ ସୋସିଆଲ ସାଇଟ ‘ଏକ୍ସ’ରେ ଧର୍ମେନ୍ଦ୍ରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ପ୍ରଣବ। .@dpradhanbjp ଭାଇ, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ହୀନ ଉଦ୍ୟମ କଲେ ଏବଂ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରି […]

ଭୁବନେଶ୍ୱର: ଧର୍ମେନ୍ଦ୍ର କରିଛନ୍ତି ମହାପାପ । ନୟାଗଡ଼ ପରୀ ହତ୍ୟାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପରୀକୁ ନ୍ୟାୟ ମିଳିବା ପରେ ସୋସିଆଲ ସାଇଟ ‘ଏକ୍ସ’ରେ ଧର୍ମେନ୍ଦ୍ରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ପ୍ରଣବ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସେ କହିଛନ୍ତି ଯେ, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଧର୍ମେନ୍ଦ୍ର ହୀନଉଦ୍ୟମ କରିଥିଲେ। ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରିବାକୁ ଉଦ୍ୟମ କରିଥିଲେ। ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ତାଙ୍କ ହୀନକାର୍ଯ୍ୟକୁ ଓଡ଼ିଶାବାସୀ ଦେଖିଛନ୍ତି। ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା। ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ ବୋଲି କହି ବର୍ଷିଛନ୍ତି ପ୍ରଣବ।  ଗତକାଲିର ରାୟ ପରେ ତାଙ୍କ ଅନ୍ତରାତ୍ମା କିଭଳି ତାଙ୍କୁ ଶାନ୍ତିରେ ରଖାଇ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ। ଆପଣ ଠିକ୍ କରିଛନ୍ତି ନା ଭୁଲ୍ ? ନିରୀହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଯାଇ ଧର୍ମେନ୍ଦ୍ର ମହାପାପ କରିଛନ୍ତି ବୋଲି କହିଛନ୍ତି ପ୍ରଣବ । ସେଥିପାଇଁ ସେ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମାଆମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

07 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର