ରାଜ୍ୟ ମେଡିକାଲ ସେବାରେ ଯୋଗଦେଲେ ଆଉ ୨ ହଜାର ୪୭୩ ନୂଆ ଡାକ୍ତର

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ରୂପାନ୍ତରଣରେ ସ୍ବାସ୍ଥ୍ୟସେବା ଏକ ପ୍ରମୁଖ କ୍ଷେତ୍ର। ଓଡ଼ିଶା ଲୋକଙ୍କ ଟଙ୍କାକୁ ଦରମା ଆକାରରେ ଖର୍ଚ୍ଚ କରାଯାଉଛି। ଆପଣଙ୍କୁ ସେମାନଙ୍କ ସେବା କରିବାକୁ ପଡ଼ିବ। ପ୍ରତ୍ୟେକ ରୋଗୀଙ୍କୁ ସକରାତ୍ମକ ମନୋଭାବରେ ଚିକିତ୍ସା କରିବା ଆପଣଙ୍କ ଦାୟିତ୍ବ। ଆଜି ଆଉ ୨ ହଜାର ୪୭୩ ଡାକ୍ତରଙ୍କୁ ନିଯୁକ୍ତି ଦେଇ ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର ଅଛନ୍ତି। […]

ଭୁବନେଶ୍ୱର: ଓଡ଼ିଶା ରୂପାନ୍ତରଣରେ ସ୍ବାସ୍ଥ୍ୟସେବା ଏକ ପ୍ରମୁଖ କ୍ଷେତ୍ର। ଓଡ଼ିଶା ଲୋକଙ୍କ ଟଙ୍କାକୁ ଦରମା ଆକାରରେ ଖର୍ଚ୍ଚ କରାଯାଉଛି। ଆପଣଙ୍କୁ ସେମାନଙ୍କ ସେବା କରିବାକୁ ପଡ଼ିବ। ପ୍ରତ୍ୟେକ ରୋଗୀଙ୍କୁ ସକରାତ୍ମକ ମନୋଭାବରେ ଚିକିତ୍ସା କରିବା ଆପଣଙ୍କ ଦାୟିତ୍ବ। ଆଜି ଆଉ ୨ ହଜାର ୪୭୩ ଡାକ୍ତରଙ୍କୁ ନିଯୁକ୍ତି ଦେଇ ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ଏଥିରେ ୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ବାରା ରାଜ୍ୟର ସ୍ବାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହୋଇଛି। ରାଜ୍ୟ ସରକାର ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି। ରୂପାନ୍ତରଣ ପ୍ରତ୍ୟେକ ଲୋକଙ୍କୁ ନୂଆ ସ୍ତରକୁ ନେବା ପାଇଁ କାମ କରାଯାଉଛି। ୫ଟି ଉପକ୍ରମରେ ସ୍ବାସ୍ଥ୍ୟକ୍ଷେତ୍ରକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ

ପ୍ରତିଟି ଜୀବନ ମୂଲ୍ୟବାନ। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ନେଇ କାମ କରିବାକୁ ନବ ନିଯୁକ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜିର ନିଯୁକ୍ତିକୁ ମିଶାଇ ରାଜ୍ୟରେ ଏପର୍ୟ୍ୟନ୍ତ ୩ ହଜାର ୬୦୦ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆସରିଲାଣି। ଗତ ନଭେମ୍ବରରେ ପ୍ରାୟ ୪ ହଜାର ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନବ ନିଯୁକ୍ତ ଡାକ୍ତରଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଭିଜନରେ ଡାକ୍ତରମାନେ ଅଂଶୀଦାର ହେବାକୁ ଆହ୍ବାନ ଦେଇଥିବା ବେଳେ, ଗ୍ରାମୀଣ ଲୋକଙ୍କ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି ୫ଟି ଅଧ୍ୟକ୍ଷ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଇଣ୍ଡିଆକୁ ଶକ୍ତ ଝଟକା: ଓଡ଼ିଶାର ୧୦୯୧ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ, ରାୟଗଡ଼ାରେ ସର୍ବାଧିକ

28 Dec 2023 By The Sakala

ରାଜ୍ୟ ମେଡିକାଲ ସେବାରେ ଯୋଗଦେଲେ ଆଉ ୨ ହଜାର ୪୭୩ ନୂଆ ଡାକ୍ତର

ଭୁବନେଶ୍ୱର: ଓଡ଼ିଶା ରୂପାନ୍ତରଣରେ ସ୍ବାସ୍ଥ୍ୟସେବା ଏକ ପ୍ରମୁଖ କ୍ଷେତ୍ର। ଓଡ଼ିଶା ଲୋକଙ୍କ ଟଙ୍କାକୁ ଦରମା ଆକାରରେ ଖର୍ଚ୍ଚ କରାଯାଉଛି। ଆପଣଙ୍କୁ ସେମାନଙ୍କ ସେବା କରିବାକୁ ପଡ଼ିବ। ପ୍ରତ୍ୟେକ ରୋଗୀଙ୍କୁ ସକରାତ୍ମକ ମନୋଭାବରେ ଚିକିତ୍ସା କରିବା ଆପଣଙ୍କ ଦାୟିତ୍ବ। ଆଜି ଆଉ ୨ ହଜାର ୪୭୩ ଡାକ୍ତରଙ୍କୁ ନିଯୁକ୍ତି ଦେଇ ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିରେ ୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ବାରା ରାଜ୍ୟର ସ୍ବାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହୋଇଛି। ରାଜ୍ୟ ସରକାର ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି। ରୂପାନ୍ତରଣ ପ୍ରତ୍ୟେକ ଲୋକଙ୍କୁ ନୂଆ ସ୍ତରକୁ ନେବା ପାଇଁ କାମ କରାଯାଉଛି। ୫ଟି ଉପକ୍ରମରେ ସ୍ବାସ୍ଥ୍ୟକ୍ଷେତ୍ରକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର।

ପ୍ରତିଟି ଜୀବନ ମୂଲ୍ୟବାନ। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ନେଇ କାମ କରିବାକୁ ନବ ନିଯୁକ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜିର ନିଯୁକ୍ତିକୁ ମିଶାଇ ରାଜ୍ୟରେ ଏପର୍ୟ୍ୟନ୍ତ ୩ ହଜାର ୬୦୦ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆସରିଲାଣି। ଗତ ନଭେମ୍ବରରେ ପ୍ରାୟ ୪ ହଜାର ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନବ ନିଯୁକ୍ତ ଡାକ୍ତରଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଭିଜନରେ ଡାକ୍ତରମାନେ ଅଂଶୀଦାର ହେବାକୁ ଆହ୍ବାନ ଦେଇଥିବା ବେଳେ, ଗ୍ରାମୀଣ ଲୋକଙ୍କ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି ୫ଟି ଅଧ୍ୟକ୍ଷ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର