ଲଘୁଚାପ ଯୋଗୁଁ ରାଜ୍ୟରେ କାଲିଠୁ ୧୪ ତାରିଖ ଯାଏ ପ୍ରବଳ ବର୍ଷା ଆଶଙ୍କା

The Sakala Picture
Published On

ଭୁବନେଶ୍ବର: ରାଜ୍ୟର କିଛି ସ୍ଥାନରେ ୧୦ରୁ ୧୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି IMD । ଏମିତିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ବି ଉପୁଜିପାରେ। ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି। ବର୍ଷା ଫଳରେ କିଛି ସ୍ଥାନରେ ଭୂସ୍ଖଳହ ହେବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ନେଇ ଏସଆରସି ସତର୍କ କରାଇବା ସହ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି […]

ଭୁବନେଶ୍ବର: ରାଜ୍ୟର କିଛି ସ୍ଥାନରେ ୧୦ରୁ ୧୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି IMD । ଏମିତିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ବି ଉପୁଜିପାରେ। ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି। ବର୍ଷା ଫଳରେ କିଛି ସ୍ଥାନରେ ଭୂସ୍ଖଳହ ହେବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ନେଇ ଏସଆରସି ସତର୍କ କରାଇବା ସହ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଛନ୍ତି । ଏଥିପାଇଁ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏସାରସି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ତେବେ ୧୦ ଜୁନରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁରରେ ବର୍ଷା ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସେହିପରି ୧୧ ଜୁନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା । ୧୧ ଜୁନରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁରରେ ବର୍ଷା । ଜୁନ ୧୨ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳରେ ବର୍ଷା ଆଶଙ୍କା ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର