ଭୁଶୁଡିଲା ଓପିଜିସି ଆଶ ପଣ୍ଡ; ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ

The Sakala Picture
Published On

ଝାରସୁଗୁଡ଼ା: ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି । କଣ୍ଟାଟିକ୍ରା ଓ ଶରଧାପାଲି ଗାଁ ନିକଟରେ ପାଉଁଶ ପୋଖରୀ ହିଡ଼ ଭାଙ୍ଗି ଚାଷଜମି ଓ ଆଖପାଖ ଅଞ୍ଚଳରେ ମାଡ଼ି ଯାଇଛି । ବ୍ୟାପକ ଫସଲ ନଷ୍ଟ ସହ ପରିବେଶ ପ୍ରଦୂଷଣ ଆଶଙ୍କା କରାଯାଉଛି । ପାଉଁଶ ପୋଖରୀ ଭାଙ୍ଗିବା ପରେ ଗାଁରେ ଅସନ୍ତୋଷ । ଓପିଜିସି ପକ୍ଷରୁ ଯୁଦ୍ଧକାଳୀନ […]

ଝାରସୁଗୁଡ଼ା: ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି । କଣ୍ଟାଟିକ୍ରା ଓ ଶରଧାପାଲି ଗାଁ ନିକଟରେ ପାଉଁଶ ପୋଖରୀ ହିଡ଼ ଭାଙ୍ଗି ଚାଷଜମି ଓ ଆଖପାଖ ଅଞ୍ଚଳରେ ମାଡ଼ି ଯାଇଛି । ବ୍ୟାପକ ଫସଲ ନଷ୍ଟ ସହ ପରିବେଶ ପ୍ରଦୂଷଣ ଆଶଙ୍କା କରାଯାଉଛି ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ପାଉଁଶ ପୋଖରୀ ଭାଙ୍ଗିବା ପରେ ଗାଁରେ ଅସନ୍ତୋଷ । ଓପିଜିସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆସପଣ୍ଡ ମରାମତି କରାଯାଉଛି । ଓପିଜିସି କର୍ତ୍ତୃପକ୍ଷ କ୍ଷୟକ୍ଷତି ଆକଳନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସକାଳ ୬ଟାରୁ ୮ଟା ମଧ୍ୟରେ ଏହି ଅଘଟଣ ଘଟିଛି । ପାଉଁଶ ପାଣି ହିଡ଼ ଭାଙ୍ଗି ପ୍ରାୟ ୧୦ ଏକର ଚାଷ ଜମିରେ ମାଡି ଯାଇଛି । ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ସ୍ଥାନୀୟ ଲୋକ ଓ ଓପିଜିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଦାବି ନେଇ ଏହି ଆଲୋଚନା କରାଯାଉଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ସୂଚନାଯୋଗ୍ୟ, କିଛିଦିନ ହେବ ହିଡ଼ରୁ ପାଉଁଶ ପାଣି ଲିକ୍ ହେଉଥିଲା । ଏନେଇ ସ୍ଥାନୀୟ ଲୋକେ ଓପିଜିସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ମରାମତି କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି ।

09 Dec 2023 By The Sakala

ଭୁଶୁଡିଲା ଓପିଜିସି ଆଶ ପଣ୍ଡ; ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ

ଝାରସୁଗୁଡ଼ା: ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି । କଣ୍ଟାଟିକ୍ରା ଓ ଶରଧାପାଲି ଗାଁ ନିକଟରେ ପାଉଁଶ ପୋଖରୀ ହିଡ଼ ଭାଙ୍ଗି ଚାଷଜମି ଓ ଆଖପାଖ ଅଞ୍ଚଳରେ ମାଡ଼ି ଯାଇଛି । ବ୍ୟାପକ ଫସଲ ନଷ୍ଟ ସହ ପରିବେଶ ପ୍ରଦୂଷଣ ଆଶଙ୍କା କରାଯାଉଛି ।

ପାଉଁଶ ପୋଖରୀ ଭାଙ୍ଗିବା ପରେ ଗାଁରେ ଅସନ୍ତୋଷ । ଓପିଜିସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆସପଣ୍ଡ ମରାମତି କରାଯାଉଛି । ଓପିଜିସି କର୍ତ୍ତୃପକ୍ଷ କ୍ଷୟକ୍ଷତି ଆକଳନ କରୁଛନ୍ତି ।

ସକାଳ ୬ଟାରୁ ୮ଟା ମଧ୍ୟରେ ଏହି ଅଘଟଣ ଘଟିଛି । ପାଉଁଶ ପାଣି ହିଡ଼ ଭାଙ୍ଗି ପ୍ରାୟ ୧୦ ଏକର ଚାଷ ଜମିରେ ମାଡି ଯାଇଛି । ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ସ୍ଥାନୀୟ ଲୋକ ଓ ଓପିଜିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଦାବି ନେଇ ଏହି ଆଲୋଚନା କରାଯାଉଛି ।

ସୂଚନାଯୋଗ୍ୟ, କିଛିଦିନ ହେବ ହିଡ଼ରୁ ପାଉଁଶ ପାଣି ଲିକ୍ ହେଉଥିଲା । ଏନେଇ ସ୍ଥାନୀୟ ଲୋକେ ଓପିଜିସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ମରାମତି କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର