ଭୁଶୁଡିଲା ଓପିଜିସି ଆଶ ପଣ୍ଡ; ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ

The Sakala Picture
Published On

ଝାରସୁଗୁଡ଼ା: ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି । କଣ୍ଟାଟିକ୍ରା ଓ ଶରଧାପାଲି ଗାଁ ନିକଟରେ ପାଉଁଶ ପୋଖରୀ ହିଡ଼ ଭାଙ୍ଗି ଚାଷଜମି ଓ ଆଖପାଖ ଅଞ୍ଚଳରେ ମାଡ଼ି ଯାଇଛି । ବ୍ୟାପକ ଫସଲ ନଷ୍ଟ ସହ ପରିବେଶ ପ୍ରଦୂଷଣ ଆଶଙ୍କା କରାଯାଉଛି । ପାଉଁଶ ପୋଖରୀ ଭାଙ୍ଗିବା ପରେ ଗାଁରେ ଅସନ୍ତୋଷ । ଓପିଜିସି ପକ୍ଷରୁ ଯୁଦ୍ଧକାଳୀନ […]

ଝାରସୁଗୁଡ଼ା: ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି । କଣ୍ଟାଟିକ୍ରା ଓ ଶରଧାପାଲି ଗାଁ ନିକଟରେ ପାଉଁଶ ପୋଖରୀ ହିଡ଼ ଭାଙ୍ଗି ଚାଷଜମି ଓ ଆଖପାଖ ଅଞ୍ଚଳରେ ମାଡ଼ି ଯାଇଛି । ବ୍ୟାପକ ଫସଲ ନଷ୍ଟ ସହ ପରିବେଶ ପ୍ରଦୂଷଣ ଆଶଙ୍କା କରାଯାଉଛି ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ପାଉଁଶ ପୋଖରୀ ଭାଙ୍ଗିବା ପରେ ଗାଁରେ ଅସନ୍ତୋଷ । ଓପିଜିସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆସପଣ୍ଡ ମରାମତି କରାଯାଉଛି । ଓପିଜିସି କର୍ତ୍ତୃପକ୍ଷ କ୍ଷୟକ୍ଷତି ଆକଳନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଆତଙ୍କ: ଘରେ ପଶି ଯୁବତୀ ଓ ତାଙ୍କ ବାପା-ମା'ଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ସକାଳ ୬ଟାରୁ ୮ଟା ମଧ୍ୟରେ ଏହି ଅଘଟଣ ଘଟିଛି । ପାଉଁଶ ପାଣି ହିଡ଼ ଭାଙ୍ଗି ପ୍ରାୟ ୧୦ ଏକର ଚାଷ ଜମିରେ ମାଡି ଯାଇଛି । ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ସ୍ଥାନୀୟ ଲୋକ ଓ ଓପିଜିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଦାବି ନେଇ ଏହି ଆଲୋଚନା କରାଯାଉଛି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ସୂଚନାଯୋଗ୍ୟ, କିଛିଦିନ ହେବ ହିଡ଼ରୁ ପାଉଁଶ ପାଣି ଲିକ୍ ହେଉଥିଲା । ଏନେଇ ସ୍ଥାନୀୟ ଲୋକେ ଓପିଜିସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ମରାମତି କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର