ଡ଼ିସେମ୍ବର ୨୬ରୁ ‘୨୪’ ପାଇଁ ବିଜେଡିର ସମରସଜ୍ଜା; ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଡ଼ିସେମ୍ବର ୨୬ ତାରିଖରୁ ‘୨୪’ ପାଇଁ ସମରସଜ୍ଜା ଆରମ୍ଭ କରିବ ବିଜୁ ଜନତା ଦଳ। ‘ମିଶନ୍ ୨୦୨୪’ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର। ଏହା ପୂର୍ବରୁ ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଦଳର ବରିଷ୍ଠ ନେତାଙ୍କ ସହ କାର୍ଯ୍ୟକାରିଣୀ ବୈଠକରେ ପ୍ରତିଷ୍ଠା ଦିବସ ସମ୍ପର୍କରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଏକ ଲୋକପ୍ରିୟ ଓ ଶକ୍ତିଶାଳୀ ଆଞ୍ଚଳିକ […]
ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଡ଼ିସେମ୍ବର ୨୬ ତାରିଖରୁ ‘୨୪’ ପାଇଁ ସମରସଜ୍ଜା ଆରମ୍ଭ କରିବ ବିଜୁ ଜନତା ଦଳ। ‘ମିଶନ୍ ୨୦୨୪’ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର। ଏହା ପୂର୍ବରୁ ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଦଳର ବରିଷ୍ଠ ନେତାଙ୍କ ସହ କାର୍ଯ୍ୟକାରିଣୀ ବୈଠକରେ ପ୍ରତିଷ୍ଠା ଦିବସ ସମ୍ପର୍କରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି।
ଏକ ଲୋକପ୍ରିୟ ଓ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ସାରାଦେଶରେ ବିଜୁ ଜନତା ଦଳକୁ ମିଳିଛି ମାନ୍ୟତା। ପ୍ରତିଷ୍ଠା ଦିବସକୁ ଜନସେବା ଉତ୍ସବ ଭାବେ ପୂରା ରାଜ୍ୟରେ ପାଳନ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। ନବୀନ ପଟ୍ଟନାୟକଙ୍କ ୨୬ ବର୍ଷର ଜନସେବାକୁ ଅଧିକ ବ୍ୟାପକ କରିବା ଲାଗି ପୂରା ପ୍ରସ୍ତୁତ ହୋଇଛି ଦଳ। ଅତୀତର ପ୍ରତିଷ୍ଠା ଦିବସଗୁଡ଼ିକ ତୁଳନାରେ ଆଗାମୀ ପ୍ରତିଷ୍ଠା ଦିବସ ବେଶ୍ ଗୁରୁ୍ତ୍ୱ ବହନ କରୁଛି। ୬ଷ୍ଠ ଥର ପାଇଁ ବିଜେଡି ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସର୍ବଭାରତୀୟ ପ୍ରଶାସନିକ ପଦ ଛାଡ଼ି ରାଜନୀତିରେ ପାଦ ଦେଇଥିବା ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ଙ୍କ ଉତ୍ସର୍ଗୀକୃତ ସେବାର ସଙ୍କଳ୍ପ ବିଜେଡି ପାଇଁ ଆଶୀର୍ବାଦ ହୋଇଛି। ତେଣୁ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପାଇଥିବା ୧.୨ କୋଟି ଭୋଟକୁ ୧.୫ କୋଟିରେ ପହଞ୍ଚାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୨୪ରେ ବିପୁଳ ବିଜୟ ଉପହାର ଦେବା ଲାଗି ବିଜେଡି ନେତାମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
୧୯୯୭ ଡିସେମ୍ୱର ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମ, ନୀତି ଓ ଆଦର୍ଶକୁ ନେଇ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳ କ୍ରମାଗତ ଭାବେ ଓଡ଼ିଶାର ଶାସନ ଭାର ଗ୍ରହଣ କରି ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶାବାସୀଙ୍କ ହକ୍ ପାଇଁ ଲଢୁଥିବା ବିଜେଡି ଏବେ ରାଜନୈତିକ ଦଳରେ ସୀମିତ ହୋଇ ରହିନାହିଁ, ବରଂ ଏହି ଦଳ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଅପ୍ରତିଦ୍ୱନ୍ଦ୍ୱୀ ଆଞ୍ଚଳିକ ଦଳ ଭାବେ ବିଜେଡି ଉଭା ହୋଇଛି। ଦିନକୁ ଦିନ ଦଳ ନିଜର ପୃଷ୍ଠଭୂମି ସୁଦୃଢ଼ କରି ଚାଲିଛି। ରାଜ୍ୟରେ ଜାରି ରହିଥିବା ରୂପାନ୍ତରଣ ଯାତ୍ରା ଜନସାଧାରଣଙ୍କୁ ଦଳ ସହିତ ଯୋଡ଼ିବା ପାଇଁ ଖୋରାକ ଯୋଗାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢ଼଼ି ବଢ଼଼ି ଚାଲିଛି। ଏପରିସ୍ଥଳେ ଆଉ କିଛି ମାସର ବ୍ୟବଧାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଦଳର ପ୍ରତିଷ୍ଠା ଦିବସ ବେଶ୍ ଗୁରୁତ୍ୱବହନ କରୁଛି। କେବଳ ନିର୍ବାଚନ ରଣନୀତି ନୁହେଁ, ଜନସେବାକୁ ଅଧିକ ତ୍ୱରାନ୍ୱିତ ଓ ବ୍ୟାପକ କରିବା ଉପରେ ଦଳ ଗୁରୁତ୍ୱ ଦେଉଛି। ଏହା ପୂର୍ବରୁ ଜିଲ୍ଲାରୁ ରାଜ୍ୟସ୍ତରଯାଏ ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି।
ବିଧାନସଭା, ସଂସଦ, ପୌର ଓ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ ଆଶୀର୍ବାଦର ସୁନା କଳସ ଢ଼ାଳିବାରେ ଅବହେଳା କରି ନାହାନ୍ତି। ପ୍ରତିଥର ପରି ଏଥର ମଧ୍ୟ ଦଳ ଲୋକଙ୍କ ସେବାରେ ଉତ୍ସର୍ଗ କରିବ। ସେଥିପାଇଁ ବିଜେଡି ପ୍ରତିଷ୍ଠା ଦିବସକୁ ଓଡ଼ିଶାବାସୀ ‘ଜନସେବା ଉତ୍ସବ’ ଭାବେ ପାଳନ କରିବେ ବୋଲି ଦଳର ନେତାମାନେ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ପ୍ରତ୍ୟେକ ଘରେ ପହଞ୍ଚାଇବା ସହିତ ତୃଣମୂଳ ସ୍ତରରୁ ଜନସେବାକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀଙ୍କ ସୁଖଦୁଃଖର ସାଥୀ ହୋଇଛି ବିଜେଡି।
ରୂପାନ୍ତରଣ ପଥରେ ଆଗକୁ ଚାଲିଥିବା ଓଡ଼ିଶା ଏବେ ପୂରା ଦେଶର ରୋଲ୍ ମଡେଲ ସାଜିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି, ପର୍ଯ୍ୟଟନ, ଆଇଟି, କୃଷିକ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ବିକଶିତ ଓଡ଼ିଶା ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ଏପରିସ୍ଥଳେ ମିଶନ୍ ୨୦୨୪ ପାଇଁ ନବୀନଙ୍କ ଗୁରୁମନ୍ତ୍ର ଯଥେଷ୍ଟ ଗୁରୁତ୍ୱବହନ କରିବ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ଓଡ଼ିଶାବାସୀଙ୍କ ସେବାରେ ମୁଖ୍ୟମନ୍ତ୍ରୀ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର। ତାଙ୍କର ତ୍ୟାଗପୂତ ସେବା ହିଁ ତାଙ୍କୁ ଆଜି ଅପ୍ରତିଦ୍ୱନ୍ଦ୍ୱୀ ନେତାରେ ପରିଣତ କରିଛି। ଆମର କାହା ସହିତ ପ୍ରତିଦ୍ୱନ୍ଦ୍ୱିତା ନାହିଁ। କାରଣ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତୀ ଓ ସେବା ମନୋଭାବ ହିଁ ତାଙ୍କୁ ଲୋକଙ୍କ ଆଶୀର୍ବାଦ ଆଣି ଦେଇଛି। ତେଣୁ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାବାସୀ ଆଶୀର୍ବାଦ କରିବେ ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।