ଅପରାଜିତାଙ୍କ କେଳେଙ୍କାରୀର ଫର୍ଦ୍ଦ ଖୋଲିଲା ଅଭିଭାବକ ସଂଘ, ଗଣଶିକ୍ଷା ସଚିବ ଥିବାବେଳେ ଘରୋଇ ସ୍କୁଲକୁ ଅବାଞ୍ଛିତ ଅନୁକମ୍ପା

The Sakala Picture
Published On

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅତୀତର କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି ରାଜ୍ୟ ଅଭିଭାବକ ମହାସଂଘ। ଶ୍ରୀମତୀ ଷଡ଼ଙ୍ଗୀ ୨୦୧୧ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ନେଇଥିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ରାଜ୍ୟର ୬ ଲକ୍ଷ ଛାତ୍ରଛାତ୍ରୀ କେବଳ ଶିକ୍ଷାରୁ ବଞ୍ଚିତ ହୋଇ ନାହାନ୍ତି, ପକ୍ଷାନ୍ତରେ କିଛି ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲ ପ୍ରତି ଅବାଞ୍ଛିତ ଅନୁକମ୍ପା ପୋଷଣ କରିଥିବା ମହାସଂଘ ଅଭିଯୋଗ କରିଛି। ଅପରାଜିତାଙ୍କ ଏହି ଐତିହାସିକ ଭୁଲ ଯୋଗୁଁ ଶିକ୍ଷା […]

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅତୀତର କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି ରାଜ୍ୟ ଅଭିଭାବକ ମହାସଂଘ। ଶ୍ରୀମତୀ ଷଡ଼ଙ୍ଗୀ ୨୦୧୧ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ନେଇଥିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ରାଜ୍ୟର ୬ ଲକ୍ଷ ଛାତ୍ରଛାତ୍ରୀ କେବଳ ଶିକ୍ଷାରୁ ବଞ୍ଚିତ ହୋଇ ନାହାନ୍ତି, ପକ୍ଷାନ୍ତରେ କିଛି ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲ ପ୍ରତି ଅବାଞ୍ଛିତ ଅନୁକମ୍ପା ପୋଷଣ କରିଥିବା ମହାସଂଘ ଅଭିଯୋଗ କରିଛି। ଅପରାଜିତାଙ୍କ ଏହି ଐତିହାସିକ ଭୁଲ ଯୋଗୁଁ ଶିକ୍ଷା ଅଧିକାର ଆଇନ ୨୦୦୯ରେ ଅନୁସୂଚୀତ ଜାତି, ଜନଜାତି ଓ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ସେମାନଙ୍କ ପାଇଁ ସଂରକ୍ଷିତ ୨୫% ସ୍ଥାନରୁ ବଞ୍ଚିତ ହୋଇଛନ୍ତି ଏବଂ ଅନ୍ୟପକ୍ଷରେ ଘରୋଇ ସ୍କୁଲଗୁଡ଼ିକ ଏହି ସ୍ଥାନରେ ସ୍ୱଚ୍ଛଳ ବର୍ଗର ପିଲାମାନଙ୍କ ନାମ ଲେଖାଇ ୨୫୦ରୁ ୩୦୦ କୋଟି ଟଙ୍କା ଉପାର୍ଜନ କରିଛନ୍ତି ବୋଲି ଅଭିଭାବକ ମହାସଂଘ ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ରାଜ୍ୟ ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ଅପରାଜିତା ଷଡ଼ଙ୍ଗୀ ୨୦୧୧ ମସିହାରେ ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ କିଛି ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲକୁ ଅନୁକମ୍ପା ଦେଖାଇଛନ୍ତି। ଶିକ୍ଷା ଅଧିକାର ଆଇନରେ ଘରୋଇ ସ୍କୁଲରେ ୨୫% ଆର୍ଥିକ ଦୁର୍ବଳ, ଅନୁସୂଚୀତ ଜାତି ଓ ଜନଜାତି ପିଲାଙ୍କ ନାମ ଲେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ମାତ୍ର ଶ୍ରୀମତୀ ଷଡ଼ଙ୍ଗୀ ଘରୋଇ ସ୍କୁଲଗୁଡ଼ିକ ପାଇଁ ଏହି ନିୟମକୁ କୋହଳ କରିବାରୁ ୨୫% ଦୁର୍ବଳ ଶ୍ରେଣୀର ପିଲା ତ ନାମ ଲେଖାଇ ପାରିଲେ ନାର୍ହି, ଅନ୍ୟପକ୍ଷରେ ସେହିସ୍ଥାନରେ ଅନ୍ୟ ସାଧାରଣ ବର୍ଗର ପିଲାଙ୍କୁ ନାମ ଲେଖା ସୁଯୋଗ ପାଇ ଘରୋଇ ସ୍କୁଲଗୁଡ଼ିକ ବ୍ୟାପକ ଭାବରେ ଲାଭାନ୍ୱିତ ହେଲେ। ଏଥିପାଇଁ ଶ୍ରୀମତୀ ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ରୂପେ ଦାୟୀ।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

୨୦୧୧ ସେପ୍ଟେମ୍ବର ୮ ତାରିଖରେ ଗୋଟିଏ ନାମୀ ବେସରକାରୀ ସ୍କୁଲର ଅଧ୍ୟକ୍ଷ ତତ୍‌‌କାଳୀନ ଗଣଶିକ୍ଷା ବିଭାଗକୁ ଏକ ଚିଠି ଲେଖିଥିଲେ। ସଂରକ୍ଷିତ ୨୫% ସିଟରେ ବିନା ମୂଲ୍ୟରେ ପାଠ ପଢ଼ିବା ପାଇଁ ପିଲା ମିଳୁ ନାହାନ୍ତି, ତେଣୁ ବହୁତ କ୍ଷତି ହେଉଛି। ତେଣୁ ୨୫% ସିଟ୍‌‌ ସଂରକ୍ଷଣ ହଟାଇ ଉକ୍ତ ସ୍ଥାନରେ ସାଧାରଣ ବର୍ଗ ପିଲାଙ୍କ ନାମ ଲେଖା ନିମନ୍ତେ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ। ଆଇନତଃ ଏହା ଗ୍ରହଣୀୟ ହୋଇ ନ ଥିବାରୁ ବିଭାଗର ଅଧିକାରୀମାନେ ଏହାକୁ ଗ୍ରହଣ କରି ନ ଥିଲେ। ଗରିବ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ୨୫% ଆସନ ସାଧାରଣ ବର୍ଗର ପିଲାଙ୍କୁ ଦିଆଯାଇ ପାରିବ ନାହିଁ। ତେଣୁ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୈଫିୟତ ତଲବ କରିବାକୁ ବିଭାଗୀୟ ଅଧିକାରୀମାନେ ସଚିବଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ତତ୍‌‌କାଳୀନ ସଚିବ ଅପରାଜିତା ଷଡ଼ଙ୍ଗୀ ଏହାକୁ ଗ୍ରହଣ କରିବା ପରିବର୍ତ୍ତେ ଜଣେ ପରାମର୍ଶଦାତା ନିଯୁକ୍ତ କରି ତାଙ୍କ ମାଧ୍ୟମରେ ଘରୋଇ ସ୍କୁଲରେ ୨୫% ସଂରକ୍ଷିତ ଆସନରେ ସାଧାରଣ ବର୍ଗର ପିଲାଙ୍କ ନାମଲେଖା ନିମନ୍ତେ ଅନୁମତି ଦେଇଥିବା ଅଭିଭାବକ ସଂଘ ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ସଂଘ ପକ୍ଷରୁ କୁହାଯାଇଛି ଯେ ତତ୍‌‌କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏଥିନିମନ୍ତେ ମନ୍ତ୍ରୀ ବା ସରକାରଙ୍କ ଅନୁମତି ନ ନେଇ ଏପରି ନିଷ୍ପତ୍ତି ନେଇଥିଲେ। ଫଳରେ ସମ୍ପୃକ୍ତ ଘରୋଇ ବିଦ୍ୟାଳୟ ଗତ ୧୦ ବର୍ଷରେ ମ୍ୟାନେଜମେଣ୍ଟ କୋଟା ନାମରେ ଏହି ସିଟ୍‌‌ରେ ସାଧାରଣ ବର୍ଗର ପିଲାଙ୍କ ନାମ ଲେଖାଇ ୬୫ କୋଟି ଟଙ୍କା ରୋଜଗାର କରିଛି। ଶ୍ରୀମତୀ ଷଡ଼ଙ୍ଗୀଙ୍କ ଏହି ଐତିହାସିକ ଭୁଲ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କିଛି ନିର୍ଦ୍ଦିଷ୍ଟ ବିଦ୍ୟାଳୟ ପ୍ରାୟ ୨୫୦ କୋଟି ଟଙ୍କାର ରୋଜଗାର କରିଛି। ଅପରାଜିତା ଷଡ଼ଙ୍ଗୀଙ୍କ ଏହି ନିର୍ଦ୍ଦେଶ ଗରିବ, ନିରୀହ, ଦୁଃଖୀ, ଆଦିବାସୀ, ଦଳିତ ପିଲାମାନଙ୍କ ଗୁଣାତ୍ମକ ପାଠପଢ଼ାରେ ଡ଼ୋରି ବାନ୍ଧି ଦେଇଛି। ଆକଳନ ଅନୁସାରେ ପ୍ରତି ବର୍ଷ ପ୍ରାୟ ୬୦ ହଜାର ଗରିବ ପିଲା ଘରୋଇ ବିଦ୍ୟାଳୟରେ ବିନା ଦେୟରେ ପାଠ ପଢ଼଼ାରୁ ବଞ୍ଚିତ ହୋଇଛନ୍ତି ଓ ଏଥିପାଇଁ ଶ୍ରୀମତୀ ଷଡ଼ଙ୍ଗୀ ଉତ୍ତରଦାୟୀ। ଏହିପରି ଏକ ଐତିହାସିକ ଭୁଲ କରିଥିବାରୁ ସେ କ୍ଷମାପ୍ରାର୍ଥର୍ନା କରିବା ଆବଶ୍ୟକ। ଅନୁରୂପ ଭାବରେ ରାଜ୍ୟ ସରକାର ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଭିଭାବକ ମହାସଂଘ ପକ୍ଷରୁ ଶ୍ରୀ ଭଟ୍ଟ ଦାବି କରିଛନ୍ତି।

24 Nov 2023 By The Sakala

ଅପରାଜିତାଙ୍କ କେଳେଙ୍କାରୀର ଫର୍ଦ୍ଦ ଖୋଲିଲା ଅଭିଭାବକ ସଂଘ, ଗଣଶିକ୍ଷା ସଚିବ ଥିବାବେଳେ ଘରୋଇ ସ୍କୁଲକୁ ଅବାଞ୍ଛିତ ଅନୁକମ୍ପା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅତୀତର କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି ରାଜ୍ୟ ଅଭିଭାବକ ମହାସଂଘ। ଶ୍ରୀମତୀ ଷଡ଼ଙ୍ଗୀ ୨୦୧୧ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ନେଇଥିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ରାଜ୍ୟର ୬ ଲକ୍ଷ ଛାତ୍ରଛାତ୍ରୀ କେବଳ ଶିକ୍ଷାରୁ ବଞ୍ଚିତ ହୋଇ ନାହାନ୍ତି, ପକ୍ଷାନ୍ତରେ କିଛି ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲ ପ୍ରତି ଅବାଞ୍ଛିତ ଅନୁକମ୍ପା ପୋଷଣ କରିଥିବା ମହାସଂଘ ଅଭିଯୋଗ କରିଛି। ଅପରାଜିତାଙ୍କ ଏହି ଐତିହାସିକ ଭୁଲ ଯୋଗୁଁ ଶିକ୍ଷା ଅଧିକାର ଆଇନ ୨୦୦୯ରେ ଅନୁସୂଚୀତ ଜାତି, ଜନଜାତି ଓ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ସେମାନଙ୍କ ପାଇଁ ସଂରକ୍ଷିତ ୨୫% ସ୍ଥାନରୁ ବଞ୍ଚିତ ହୋଇଛନ୍ତି ଏବଂ ଅନ୍ୟପକ୍ଷରେ ଘରୋଇ ସ୍କୁଲଗୁଡ଼ିକ ଏହି ସ୍ଥାନରେ ସ୍ୱଚ୍ଛଳ ବର୍ଗର ପିଲାମାନଙ୍କ ନାମ ଲେଖାଇ ୨୫୦ରୁ ୩୦୦ କୋଟି ଟଙ୍କା ଉପାର୍ଜନ କରିଛନ୍ତି ବୋଲି ଅଭିଭାବକ ମହାସଂଘ ଅଭିଯୋଗ କରିଛି।

ରାଜ୍ୟ ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ଅପରାଜିତା ଷଡ଼ଙ୍ଗୀ ୨୦୧୧ ମସିହାରେ ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ କିଛି ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲକୁ ଅନୁକମ୍ପା ଦେଖାଇଛନ୍ତି। ଶିକ୍ଷା ଅଧିକାର ଆଇନରେ ଘରୋଇ ସ୍କୁଲରେ ୨୫% ଆର୍ଥିକ ଦୁର୍ବଳ, ଅନୁସୂଚୀତ ଜାତି ଓ ଜନଜାତି ପିଲାଙ୍କ ନାମ ଲେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ମାତ୍ର ଶ୍ରୀମତୀ ଷଡ଼ଙ୍ଗୀ ଘରୋଇ ସ୍କୁଲଗୁଡ଼ିକ ପାଇଁ ଏହି ନିୟମକୁ କୋହଳ କରିବାରୁ ୨୫% ଦୁର୍ବଳ ଶ୍ରେଣୀର ପିଲା ତ ନାମ ଲେଖାଇ ପାରିଲେ ନାର୍ହି, ଅନ୍ୟପକ୍ଷରେ ସେହିସ୍ଥାନରେ ଅନ୍ୟ ସାଧାରଣ ବର୍ଗର ପିଲାଙ୍କୁ ନାମ ଲେଖା ସୁଯୋଗ ପାଇ ଘରୋଇ ସ୍କୁଲଗୁଡ଼ିକ ବ୍ୟାପକ ଭାବରେ ଲାଭାନ୍ୱିତ ହେଲେ। ଏଥିପାଇଁ ଶ୍ରୀମତୀ ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ରୂପେ ଦାୟୀ।

୨୦୧୧ ସେପ୍ଟେମ୍ବର ୮ ତାରିଖରେ ଗୋଟିଏ ନାମୀ ବେସରକାରୀ ସ୍କୁଲର ଅଧ୍ୟକ୍ଷ ତତ୍‌‌କାଳୀନ ଗଣଶିକ୍ଷା ବିଭାଗକୁ ଏକ ଚିଠି ଲେଖିଥିଲେ। ସଂରକ୍ଷିତ ୨୫% ସିଟରେ ବିନା ମୂଲ୍ୟରେ ପାଠ ପଢ଼ିବା ପାଇଁ ପିଲା ମିଳୁ ନାହାନ୍ତି, ତେଣୁ ବହୁତ କ୍ଷତି ହେଉଛି। ତେଣୁ ୨୫% ସିଟ୍‌‌ ସଂରକ୍ଷଣ ହଟାଇ ଉକ୍ତ ସ୍ଥାନରେ ସାଧାରଣ ବର୍ଗ ପିଲାଙ୍କ ନାମ ଲେଖା ନିମନ୍ତେ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ। ଆଇନତଃ ଏହା ଗ୍ରହଣୀୟ ହୋଇ ନ ଥିବାରୁ ବିଭାଗର ଅଧିକାରୀମାନେ ଏହାକୁ ଗ୍ରହଣ କରି ନ ଥିଲେ। ଗରିବ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ୨୫% ଆସନ ସାଧାରଣ ବର୍ଗର ପିଲାଙ୍କୁ ଦିଆଯାଇ ପାରିବ ନାହିଁ। ତେଣୁ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୈଫିୟତ ତଲବ କରିବାକୁ ବିଭାଗୀୟ ଅଧିକାରୀମାନେ ସଚିବଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ତତ୍‌‌କାଳୀନ ସଚିବ ଅପରାଜିତା ଷଡ଼ଙ୍ଗୀ ଏହାକୁ ଗ୍ରହଣ କରିବା ପରିବର୍ତ୍ତେ ଜଣେ ପରାମର୍ଶଦାତା ନିଯୁକ୍ତ କରି ତାଙ୍କ ମାଧ୍ୟମରେ ଘରୋଇ ସ୍କୁଲରେ ୨୫% ସଂରକ୍ଷିତ ଆସନରେ ସାଧାରଣ ବର୍ଗର ପିଲାଙ୍କ ନାମଲେଖା ନିମନ୍ତେ ଅନୁମତି ଦେଇଥିବା ଅଭିଭାବକ ସଂଘ ଅଭିଯୋଗ କରିଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ତତ୍‌‌କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏଥିନିମନ୍ତେ ମନ୍ତ୍ରୀ ବା ସରକାରଙ୍କ ଅନୁମତି ନ ନେଇ ଏପରି ନିଷ୍ପତ୍ତି ନେଇଥିଲେ। ଫଳରେ ସମ୍ପୃକ୍ତ ଘରୋଇ ବିଦ୍ୟାଳୟ ଗତ ୧୦ ବର୍ଷରେ ମ୍ୟାନେଜମେଣ୍ଟ କୋଟା ନାମରେ ଏହି ସିଟ୍‌‌ରେ ସାଧାରଣ ବର୍ଗର ପିଲାଙ୍କ ନାମ ଲେଖାଇ ୬୫ କୋଟି ଟଙ୍କା ରୋଜଗାର କରିଛି। ଶ୍ରୀମତୀ ଷଡ଼ଙ୍ଗୀଙ୍କ ଏହି ଐତିହାସିକ ଭୁଲ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କିଛି ନିର୍ଦ୍ଦିଷ୍ଟ ବିଦ୍ୟାଳୟ ପ୍ରାୟ ୨୫୦ କୋଟି ଟଙ୍କାର ରୋଜଗାର କରିଛି। ଅପରାଜିତା ଷଡ଼ଙ୍ଗୀଙ୍କ ଏହି ନିର୍ଦ୍ଦେଶ ଗରିବ, ନିରୀହ, ଦୁଃଖୀ, ଆଦିବାସୀ, ଦଳିତ ପିଲାମାନଙ୍କ ଗୁଣାତ୍ମକ ପାଠପଢ଼ାରେ ଡ଼ୋରି ବାନ୍ଧି ଦେଇଛି। ଆକଳନ ଅନୁସାରେ ପ୍ରତି ବର୍ଷ ପ୍ରାୟ ୬୦ ହଜାର ଗରିବ ପିଲା ଘରୋଇ ବିଦ୍ୟାଳୟରେ ବିନା ଦେୟରେ ପାଠ ପଢ଼଼ାରୁ ବଞ୍ଚିତ ହୋଇଛନ୍ତି ଓ ଏଥିପାଇଁ ଶ୍ରୀମତୀ ଷଡ଼ଙ୍ଗୀ ଉତ୍ତରଦାୟୀ। ଏହିପରି ଏକ ଐତିହାସିକ ଭୁଲ କରିଥିବାରୁ ସେ କ୍ଷମାପ୍ରାର୍ଥର୍ନା କରିବା ଆବଶ୍ୟକ। ଅନୁରୂପ ଭାବରେ ରାଜ୍ୟ ସରକାର ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଭିଭାବକ ମହାସଂଘ ପକ୍ଷରୁ ଶ୍ରୀ ଭଟ୍ଟ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର