ଗୋଦାମ ତାଲା ଭାଙ୍ଗି ବୋହିନେଲେ ୨୫୦ କୁଇଣ୍ଟାଲ ଚାଉଳ, ଗହମ

The Sakala Picture
Published On

ବାହାନଗା : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ପଞ୍ଚାୟତରେ ଶନିବାର ସନ୍ଧ୍ୟାରେ ରିଲିଫ ତାତି ଦେଖିବାକୁ ମିଳିଛି। ତୁଣ୍ଡରା ଗ୍ରାମର ଶତାଧିକ ଲୋକ ପଞ୍ଚାୟତ ଗୋଦାମ ଘର ତାଲା ଭାଙ୍ଗି ପ୍ରାୟ ୨୫୦ କୁଇଣ୍ଟାଲ ଚାଉଳ ଓ ଗହମ ସହ କିରୋସିନ ବୋହି ନେଇଥିଲେ। ଆଉ ରାସ୍ତାରେ ଖାଲିବସ୍ତା ଓ କାଗଜପତ୍ର ପୋଡ଼ି ଦେଇଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି ପଞ୍ଚାୟତ ତୁଣ୍ଡରା ଗ୍ରାମ ଲୋକଙ୍କ ପାଇଁ ବାତ୍ୟାରେ ରିଲିଫ ଚାଉଳ ଆସିନଥିଲା। […]

ବାହାନଗା : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ପଞ୍ଚାୟତରେ ଶନିବାର ସନ୍ଧ୍ୟାରେ ରିଲିଫ ତାତି ଦେଖିବାକୁ ମିଳିଛି। ତୁଣ୍ଡରା ଗ୍ରାମର ଶତାଧିକ ଲୋକ ପଞ୍ଚାୟତ ଗୋଦାମ ଘର ତାଲା ଭାଙ୍ଗି ପ୍ରାୟ ୨୫୦ କୁଇଣ୍ଟାଲ ଚାଉଳ ଓ ଗହମ ସହ କିରୋସିନ ବୋହି ନେଇଥିଲେ। ଆଉ ରାସ୍ତାରେ ଖାଲିବସ୍ତା ଓ କାଗଜପତ୍ର ପୋଡ଼ି ଦେଇଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି ପଞ୍ଚାୟତ ତୁଣ୍ଡରା ଗ୍ରାମ ଲୋକଙ୍କ ପାଇଁ ବାତ୍ୟାରେ ରିଲିଫ ଚାଉଳ ଆସିନଥିଲା। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ପରେ ରେମୁଣା ବିଡିଓ ପଞ୍ଚାୟତରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ଚାଉଳ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଶନିବାର ସକାଳେ ପିଡ଼ିଏସ ସାମଗ୍ରୀ ବଣ୍ଟନବେଳେ ତୁଣ୍ଡରା ଗ୍ରାମର କେତେକ ଲୋକ ଗୋଦାମ ଘରେ ଚାଉଳ ମହଜୁଦ ଥିବାର ଦେଖିଥିଲେ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସନ୍ଧ୍ୟା ପ୍ରାୟ ୭.୩୦ରେ ତୁଣ୍ଡରା ଗ୍ରାମର ଦୁଇ ଶହରୁ ତିନି ଶହ ଲୋକେ ଏକଜୁଟ ହୋଇ ଗୋଦାମ ଘର ତାଲା ଭାଙ୍ଗି ୨୧୦ କୁଇଣ୍ଟାଲ ଚାଉଳ, ୪୦ କୁଇଣ୍ଟାଲ ଗହମ ଓ କିରୋସିନ ବୋହି ନେଇଥିଲେ। ସାମଗ୍ରୀ ଚୋରି କରି ନେବା ସମୟରେ ଗୋଦାମ ଘରେ ଥିବା ଖାଲି ଅଖା ବୁରା ଓ କାଗଜପତ୍ରକୁ ରାସ୍ତାରେ ତେଲ ପକାଇ ପକାଇ ନିଅାଁ ଲଗାଇ ଦେଇଥିଲେ। ଘଟଣା ପ୍ରଘଟ ହେବା ପରେ ତୁଣ୍ଡରା ପଞ୍ଚାୟତ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା। ସରପଞ୍ଚ ଅଜୟ କୁମାର ବାରିକ ଖନ୍ତାପଡ଼ା ଥାନାକୁ ଘଟଣା ବାବଦରେ ସୂଚନା ଦେଇଥିଲେ। ପୁଲିସ ତୁଣ୍ଡରା ଗ୍ରାମରେ ପହଞ୍ଚି ଗୋଦାମ ତାଲା ଭାଙ୍ଗି ଚାଉଳ, ଗହମ ଚୋରି କରିଥିବା ଲୋକଙ୍କୁ ତଲାସୀ ଜାରି ରଖିଛି। ଖବର ଲେଖା ହେବା ବେଳକୁ ପୁଲିସ ଗ୍ରାମରେ ତଲାସୀ ଅଭିଯାନ ଜାରି ରଖିଥିବା ବେଳେ ଗ୍ରାମର ଲୋକେ ଛାନିଅାଁରେ ଲୁଚି ଯାଇଥିବାର ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

06 Jun 2021 By The Sakala

ଗୋଦାମ ତାଲା ଭାଙ୍ଗି ବୋହିନେଲେ ୨୫୦ କୁଇଣ୍ଟାଲ ଚାଉଳ, ଗହମ

ବାହାନଗା : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ପଞ୍ଚାୟତରେ ଶନିବାର ସନ୍ଧ୍ୟାରେ ରିଲିଫ ତାତି ଦେଖିବାକୁ ମିଳିଛି। ତୁଣ୍ଡରା ଗ୍ରାମର ଶତାଧିକ ଲୋକ ପଞ୍ଚାୟତ ଗୋଦାମ ଘର ତାଲା ଭାଙ୍ଗି ପ୍ରାୟ ୨୫୦ କୁଇଣ୍ଟାଲ ଚାଉଳ ଓ ଗହମ ସହ କିରୋସିନ ବୋହି ନେଇଥିଲେ। ଆଉ ରାସ୍ତାରେ ଖାଲିବସ୍ତା ଓ କାଗଜପତ୍ର ପୋଡ଼ି ଦେଇଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି ପଞ୍ଚାୟତ ତୁଣ୍ଡରା ଗ୍ରାମ ଲୋକଙ୍କ ପାଇଁ ବାତ୍ୟାରେ ରିଲିଫ ଚାଉଳ ଆସିନଥିଲା। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ପରେ ରେମୁଣା ବିଡିଓ ପଞ୍ଚାୟତରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ଚାଉଳ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଶନିବାର ସକାଳେ ପିଡ଼ିଏସ ସାମଗ୍ରୀ ବଣ୍ଟନବେଳେ ତୁଣ୍ଡରା ଗ୍ରାମର କେତେକ ଲୋକ ଗୋଦାମ ଘରେ ଚାଉଳ ମହଜୁଦ ଥିବାର ଦେଖିଥିଲେ।

ସନ୍ଧ୍ୟା ପ୍ରାୟ ୭.୩୦ରେ ତୁଣ୍ଡରା ଗ୍ରାମର ଦୁଇ ଶହରୁ ତିନି ଶହ ଲୋକେ ଏକଜୁଟ ହୋଇ ଗୋଦାମ ଘର ତାଲା ଭାଙ୍ଗି ୨୧୦ କୁଇଣ୍ଟାଲ ଚାଉଳ, ୪୦ କୁଇଣ୍ଟାଲ ଗହମ ଓ କିରୋସିନ ବୋହି ନେଇଥିଲେ। ସାମଗ୍ରୀ ଚୋରି କରି ନେବା ସମୟରେ ଗୋଦାମ ଘରେ ଥିବା ଖାଲି ଅଖା ବୁରା ଓ କାଗଜପତ୍ରକୁ ରାସ୍ତାରେ ତେଲ ପକାଇ ପକାଇ ନିଅାଁ ଲଗାଇ ଦେଇଥିଲେ। ଘଟଣା ପ୍ରଘଟ ହେବା ପରେ ତୁଣ୍ଡରା ପଞ୍ଚାୟତ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା। ସରପଞ୍ଚ ଅଜୟ କୁମାର ବାରିକ ଖନ୍ତାପଡ଼ା ଥାନାକୁ ଘଟଣା ବାବଦରେ ସୂଚନା ଦେଇଥିଲେ। ପୁଲିସ ତୁଣ୍ଡରା ଗ୍ରାମରେ ପହଞ୍ଚି ଗୋଦାମ ତାଲା ଭାଙ୍ଗି ଚାଉଳ, ଗହମ ଚୋରି କରିଥିବା ଲୋକଙ୍କୁ ତଲାସୀ ଜାରି ରଖିଛି। ଖବର ଲେଖା ହେବା ବେଳକୁ ପୁଲିସ ଗ୍ରାମରେ ତଲାସୀ ଅଭିଯାନ ଜାରି ରଖିଥିବା ବେଳେ ଗ୍ରାମର ଲୋକେ ଛାନିଅାଁରେ ଲୁଚି ଯାଇଥିବାର ସୂଚନା ମିଳିଛି।

https://www.thesakala.in/latest-odisha-news/breaking-the-warehouse-lock-and-carrying-250-quintals-of-rice-and-wheat/article-2715
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର