କଟକରେ ଦଶହରା ନେଇ ବ୍ୟାପକ ବ୍ୟବସ୍ଥା: ପୂଜା ଓ ଭସାଣ ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ

The Sakala Picture
Published On

କଟକ: ଆସନ୍ତାକାଲି ଠାରୁ ଦୁର୍ଗାପୂଜା ଆରମ୍ଭ ହେଉ ଥିବା ବେଳେ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଏ ନେଇ ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ପୁଲିସ ବ୍ରିଫିଙ୍ଗର ଆୟୋଜନ କରାଯାଇ ଥିଲା । ଏହି ବ୍ରିଫିଙ୍ଗରେ ପୁଲିସ କମିଶନରଙ୍କ ସହ କଟକ ଡିସିପି, ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ […]

କଟକ: ଆସନ୍ତାକାଲି ଠାରୁ ଦୁର୍ଗାପୂଜା ଆରମ୍ଭ ହେଉ ଥିବା ବେଳେ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଏ ନେଇ ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ପୁଲିସ ବ୍ରିଫିଙ୍ଗର ଆୟୋଜନ କରାଯାଇ ଥିଲା । ଏହି ବ୍ରିଫିଙ୍ଗରେ ପୁଲିସ କମିଶନରଙ୍କ ସହ କଟକ ଡିସିପି, ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ କର୍ମଚାରୀମାନେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏହି ବ୍ରିଫିଙ୍ଗରେ ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ ସହରରେ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ୍ବ କନେଷ୍ଟବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ରୁ ଉର୍ଦ୍ଧ୍ବ ଇନିସପେକଟର, ୩୪ ଜଣ DSP, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି । ଏହା ସହିତ ୬ ଶହ ସିସିଟିଭିକୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ସହରର ୩୨ଟି ସ୍ଥାନରେ ପୁଲିସ ଏଡ଼ ପୋଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ବିଶେଷକରି ସୁନା ଓ ରୁପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୁଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା । ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର