ମାନବିକତା ଭୁଲି ଗଲେ ତହସିଲଦାର: ବୃଦ୍ଧ ବ୍ଯବସାୟୀଙ୍କୁ ମାଡ଼ ମାରିବା ସହ ଛଡାଇ ନେଲେ ମାପଯନ୍ତ୍ର

The Sakala Picture
Published On

ଝାରସୁଗୁଡା: ଅନେକ ସ୍ଥାନରେ କୋଭିଡ ନିୟମ ଆଳରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ଏଭଳି ଆଉ ଏକ ଚିତ୍ର ଝାରସୁଗୁଡା ସହରରୁ ଆସିଛି। ମାନବିକତା ଭୁଲିଯାଇଛନ୍ତି ତହସିଲଦାର। ଏକ ବୃଦ୍ଧଙ୍କର ଉପରେ ନିଜର ପାରିବା ପଣିଆ ଦେଖାଇଛନ୍ତି। ଏକ ବୃଦ୍ଧ ତରଭୁଜ ବିକାଳିଙ୍କୁ ମାଡ ମାରିବା ସହ ତାଙ୍କ ବଟକରା ଓ ମାପଯନ୍ତ୍ର ଛଡାଇ ନେଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। […]

ଝାରସୁଗୁଡା: ଅନେକ ସ୍ଥାନରେ କୋଭିଡ ନିୟମ ଆଳରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ଏଭଳି ଆଉ ଏକ ଚିତ୍ର ଝାରସୁଗୁଡା ସହରରୁ ଆସିଛି। ମାନବିକତା ଭୁଲିଯାଇଛନ୍ତି ତହସିଲଦାର। ଏକ ବୃଦ୍ଧଙ୍କର ଉପରେ ନିଜର ପାରିବା ପଣିଆ ଦେଖାଇଛନ୍ତି। ଏକ ବୃଦ୍ଧ ତରଭୁଜ ବିକାଳିଙ୍କୁ ମାଡ ମାରିବା ସହ ତାଙ୍କ ବଟକରା ଓ ମାପଯନ୍ତ୍ର ଛଡାଇ ନେଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

ସୂଚନା ଅନୁଯାୟୀ, ବମ୍ବେ ଛକରେ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡିରେ ମାଡ ମାରୁଥିବା ଭିଡିଓ ଭାଇରଲ ହେଉଛି। ଏହାପରେ ବୁଢା ତରଭୁଜ ବିକାଳି ଜଣକ ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଦାଦାଗିରି ବାବଦରେ ମୁହଁ ଖୋଲିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

ଅଭିଯୋଗ ମୁତାବକ , ସେ ଆଜି ପୂର୍ବାହ୍ଣ ୧୧ଟାରେ ତରଭୁଜ ଦୋକାନ ବନ୍ଦ କରୁଥିବାବେଳେ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ପହଁଚି ତାଙ୍କୁ ଗାଳି କରିବାସହ ତାଙ୍କ ବଟକରା ଓ ମାପଯନ୍ତ୍ର ଜବତ କରୁଥିଲେ । ବୁଢା ତରଭୁଜ ଦୋକାନୀ ଜଣକ ଏହାକୁ ବିରୋଧ କରିବାପରେ ଅତିରିକ୍ତ ତହସିଲଦାର ତାଙ୍କୁ ୧୦ ରୁ୧୨ ଥର ବାଡ଼ିରେ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ପାଖରେ ଥିବା ତାଙ୍କ ନାବାଳକ ପୁଅକୁ ମଧ୍ୟ ଅତିରିକ୍ତ ତହସିଲଦାର ମାଡ ମାରିଥିବା ଦୋକାନୀ ଜଣକ କହିଛନ୍ତି। ସେପଟେ ତହସିଲଦାର ମାଡ ମାରୁଥିବା ସମୟର ଦୃଶ୍ୟ ଏବେ ସୋସିଆଲ ମଡିଆରେ ଭାିରାଲ ହେବାରେ ଲାଗିଛି  ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

03 Jun 2021 By The Sakala

ମାନବିକତା ଭୁଲି ଗଲେ ତହସିଲଦାର: ବୃଦ୍ଧ ବ୍ଯବସାୟୀଙ୍କୁ ମାଡ଼ ମାରିବା ସହ ଛଡାଇ ନେଲେ ମାପଯନ୍ତ୍ର

ଝାରସୁଗୁଡା: ଅନେକ ସ୍ଥାନରେ କୋଭିଡ ନିୟମ ଆଳରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ଏଭଳି ଆଉ ଏକ ଚିତ୍ର ଝାରସୁଗୁଡା ସହରରୁ ଆସିଛି। ମାନବିକତା ଭୁଲିଯାଇଛନ୍ତି ତହସିଲଦାର। ଏକ ବୃଦ୍ଧଙ୍କର ଉପରେ ନିଜର ପାରିବା ପଣିଆ ଦେଖାଇଛନ୍ତି। ଏକ ବୃଦ୍ଧ ତରଭୁଜ ବିକାଳିଙ୍କୁ ମାଡ ମାରିବା ସହ ତାଙ୍କ ବଟକରା ଓ ମାପଯନ୍ତ୍ର ଛଡାଇ ନେଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ବମ୍ବେ ଛକରେ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡିରେ ମାଡ ମାରୁଥିବା ଭିଡିଓ ଭାଇରଲ ହେଉଛି। ଏହାପରେ ବୁଢା ତରଭୁଜ ବିକାଳି ଜଣକ ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଦାଦାଗିରି ବାବଦରେ ମୁହଁ ଖୋଲିଛନ୍ତି ।

ଅଭିଯୋଗ ମୁତାବକ , ସେ ଆଜି ପୂର୍ବାହ୍ଣ ୧୧ଟାରେ ତରଭୁଜ ଦୋକାନ ବନ୍ଦ କରୁଥିବାବେଳେ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ପହଁଚି ତାଙ୍କୁ ଗାଳି କରିବାସହ ତାଙ୍କ ବଟକରା ଓ ମାପଯନ୍ତ୍ର ଜବତ କରୁଥିଲେ । ବୁଢା ତରଭୁଜ ଦୋକାନୀ ଜଣକ ଏହାକୁ ବିରୋଧ କରିବାପରେ ଅତିରିକ୍ତ ତହସିଲଦାର ତାଙ୍କୁ ୧୦ ରୁ୧୨ ଥର ବାଡ଼ିରେ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ପାଖରେ ଥିବା ତାଙ୍କ ନାବାଳକ ପୁଅକୁ ମଧ୍ୟ ଅତିରିକ୍ତ ତହସିଲଦାର ମାଡ ମାରିଥିବା ଦୋକାନୀ ଜଣକ କହିଛନ୍ତି। ସେପଟେ ତହସିଲଦାର ମାଡ ମାରୁଥିବା ସମୟର ଦୃଶ୍ୟ ଏବେ ସୋସିଆଲ ମଡିଆରେ ଭାିରାଲ ହେବାରେ ଲାଗିଛି  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର