ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୮ ହଜାର ୮୩୯ କରୋନା ପଜିଟିଭ

The Sakala Picture
Published On

ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ। ଯାହା ଲୋକମାନଙ୍କୁ କିଛି ମାତ୍ରାରେ ଅଶ୍ଵସ୍ତି ପ୍ରଦାନ କରିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୮୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୪୮ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଏବଂ ୩୮୯୧ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ ଜଣ […]

ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ। ଯାହା ଲୋକମାନଙ୍କୁ କିଛି ମାତ୍ରାରେ ଅଶ୍ଵସ୍ତି ପ୍ରଦାନ କରିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୮୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୪୮ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଏବଂ ୩୮୯୧ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୨୩୫ ଜଣ, କଟକରୁ ୭୬୯ ଜଣ, ମୟୂରଭଞ୍ଜରୁ ୫୮୩ ଜଣ, ଢ଼େଙ୍କାନାଳରୁ ୫୧୦ ଜଣ,ଯାଜପୁରରୁ ୪୯୩ ଜଣ, ପୁରୀରୁ ୪୩୮ ଜଣ,ଭଦ୍ରକରୁ ୪୧୯ ଜଣ, ଅନୁଗୁଳରୁ ୪୧୪ ଜଣ, ବାଲେଶ୍ବରରୁ ୩୯୫ ଜଣ, ସୁନ୍ଦରଗଡ଼ରୁ ୩୩୮ ଜଣ, ଜଗତସିଂହପୁରରୁ ୩୧୭ ଜଣ, କେନ୍ଦ୍ରପଡ଼ାରୁ ୩୦୨ ଜଣ,ନୟାଗଡ଼ରୁ ୨୪୬ ଜଣ,ରାୟଗଡ଼ାରୁ ୨୧୬ ଜଣ, ଗଞ୍ଜାମରୁ ୧୯୬ ଜଣ, ସମ୍ବଲପରରୁ ୧୯୪ ଜଣ, ବରଗଡ଼ରୁ ୧୯୩ ଜଣ, କେନ୍ଦୁଝରରୁ ୧୮୮ ଜଣ, ବୌଦ୍ଧରୁ ୧୭୯ ଜଣ,କଳାହାଣ୍ଡିରୁ ୧୪୫ ଜଣ,ନବରଙ୍ଗପୁରରୁ ୧୨୯ ଜଣ, ଝାରସୁଗୁଡ଼ାରୁ ୧୨୧ ଜଣ,ସୋନପୁରରୁ ୧୧୮ ଜଣ, କୋରାପୁଟରୁ ୯୯ ଜଣ, ବଲାଙ୍ଗୀରୁ ୮୯ ଜଣ,ମାଲକାନଗିରିରୁ ୮୫ ଜଣ, ଦେବଗଡ଼ରୁ ୮୪ ଜଣ,କନ୍ଧମାଳରୁ ୫୮ ଜଣ, ଗଜପତିରୁ ୫୨ ଜଣ,ନୂଆପଡ଼ାରୁ ୩୪ ଜଣଏବଂ ଷ୍ଟେଟ୍ ପୋଲ୍‌ରୁ ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୯୦ ହଜାର ୯୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୫ ହଜାର ୪୨୩ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଲକ୍ଷ ୦୨ ହଜାର ୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୮୩୧ ଜଣଙ୍କର ମୃତ୍ୟୁ ହୋଇଛି ।

03 Jun 2021 By The Sakala

https://www.thesakala.in/latest-odisha-news/another-8839-corona-positive-were-reported-in-the-state-today/article-2627
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର