ଆଜି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ଐତିହ୍ୟ ସ୍ଥଳର ବିକାଶ କରାଯିବ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ କରାଯିବ। ଡିଜିଟାଲ ସଂଯୋଗୀକରଣ ପାଇଁ ଭିତ୍ତିଭୂମିର ବିକାଶ କରାଯିବ। ମିଶନ ଶକ୍ତି ପାଇଁ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି ହେବା ସହ କ୍ରୀଡ଼ାର ବିକାଶ କରାଯିବ । ମୁଖ୍ୟମନ୍ତ୍ରୀ ଆଜି ଏହି ଯୋଜନାର ଶୁଭାରମ୍ଭ କରିବା ସହ ଭର୍ଚୁଆଲରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା […]

ଭୁବନେଶ୍ୱର: ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ଐତିହ୍ୟ ସ୍ଥଳର ବିକାଶ କରାଯିବ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ କରାଯିବ। ଡିଜିଟାଲ ସଂଯୋଗୀକରଣ ପାଇଁ ଭିତ୍ତିଭୂମିର ବିକାଶ କରାଯିବ। ମିଶନ ଶକ୍ତି ପାଇଁ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି ହେବା ସହ କ୍ରୀଡ଼ାର ବିକାଶ କରାଯିବ ।

ଆହୁରି ପଢ଼ନ୍ତୁ: ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

ମୁଖ୍ୟମନ୍ତ୍ରୀ ଆଜି ଏହି ଯୋଜନାର ଶୁଭାରମ୍ଭ କରିବା ସହ ଭର୍ଚୁଆଲରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେବେ । ବ୍ଲକ ଓ ଜିଲ୍ଲାସ୍ତରରେ ବି ଏହି ଯୋଜନା ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗତ ଜୁଲାଇ ୧୦ତାରିଖରେ ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ୪ହଜାର କୋଟି ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ଯୋଗାଇବାକୁ ଡିଜିଟାଲ ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯିବ ।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ଗାଁମାନଙ୍କରେ ଥିବା ଧାର୍ମିକ ପୀଠର ବିକାଶ, ଐତିହ୍ୟସ୍ଥଳର ଉନ୍ନତିକରଣ ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ମିଳିବ । ମହିଳା, ଯୁବକଙ୍କୁ ସଶକ୍ତ କରିବାକୁ ଯୋଜନା ହାତକୁ ନିଆଯିବ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଥିବା କ୍ରିଟିକାଲ ଗ୍ୟାପ ପୂରଣ ପାଇଁ ଅନୁଦାନ ମିଳିବ। ଏହା ସହ ପ୍ରତି ଗାଁରେ ଖେଳପଡ଼ିଆର ବିକାଶ, ସାଇନ୍ସ ପାର୍କ, ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ଗାଁ ପିଲାଙ୍କ ପାଇଁ ହକି, ଫୁଟବଲ, ଭଲିବଲ, ବାସ୍କେଟ ବଲ, କ୍ୟାରମ, ଚେସ୍ ଉପକରଣ ଯୋଗାଇବାକୁ ପ୍ରତି ପଞ୍ଚାୟତକୁ ଅଢେଇ ଲକ୍ଷ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାରେ ଏହି ଯୋଜନା ଆରମ୍ଭ ହେବାକୁ ଯାଉଥିବା ବେଳେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଫୋକସ କରାଯିବ।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

10 Oct 2023 By The Sakala

ଆଜି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ଐତିହ୍ୟ ସ୍ଥଳର ବିକାଶ କରାଯିବ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ କରାଯିବ। ଡିଜିଟାଲ ସଂଯୋଗୀକରଣ ପାଇଁ ଭିତ୍ତିଭୂମିର ବିକାଶ କରାଯିବ। ମିଶନ ଶକ୍ତି ପାଇଁ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି ହେବା ସହ କ୍ରୀଡ଼ାର ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ ଆଜି ଏହି ଯୋଜନାର ଶୁଭାରମ୍ଭ କରିବା ସହ ଭର୍ଚୁଆଲରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେବେ । ବ୍ଲକ ଓ ଜିଲ୍ଲାସ୍ତରରେ ବି ଏହି ଯୋଜନା ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗତ ଜୁଲାଇ ୧୦ତାରିଖରେ ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ୪ହଜାର କୋଟି ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ଯୋଗାଇବାକୁ ଡିଜିଟାଲ ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯିବ ।

ଗାଁମାନଙ୍କରେ ଥିବା ଧାର୍ମିକ ପୀଠର ବିକାଶ, ଐତିହ୍ୟସ୍ଥଳର ଉନ୍ନତିକରଣ ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ମିଳିବ । ମହିଳା, ଯୁବକଙ୍କୁ ସଶକ୍ତ କରିବାକୁ ଯୋଜନା ହାତକୁ ନିଆଯିବ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଥିବା କ୍ରିଟିକାଲ ଗ୍ୟାପ ପୂରଣ ପାଇଁ ଅନୁଦାନ ମିଳିବ। ଏହା ସହ ପ୍ରତି ଗାଁରେ ଖେଳପଡ଼ିଆର ବିକାଶ, ସାଇନ୍ସ ପାର୍କ, ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ଗାଁ ପିଲାଙ୍କ ପାଇଁ ହକି, ଫୁଟବଲ, ଭଲିବଲ, ବାସ୍କେଟ ବଲ, କ୍ୟାରମ, ଚେସ୍ ଉପକରଣ ଯୋଗାଇବାକୁ ପ୍ରତି ପଞ୍ଚାୟତକୁ ଅଢେଇ ଲକ୍ଷ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାରେ ଏହି ଯୋଜନା ଆରମ୍ଭ ହେବାକୁ ଯାଉଥିବା ବେଳେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଫୋକସ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର