ଲୁଟ୍ କରିବାକୁ ଆସି ଲୁଟେରାଙ୍କ ଗୁଳି ଚାଳନା, ୨ଗୁରୁତରଙ୍କ ସମେତ ୬ ଆହତ

The Sakala Picture
Published On

ବାହାନଗା: ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସାଉଡ଼ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା, ଗହଣା ଲୁଟିବାକୁ ଆସିଥିବା ଲୁଟେରାଙ୍କ ଗୁଳି ଚାଳନାରେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ ସାଉଡ଼ ଗ୍ରାମର ସନାତନ କମିଳା ସାଉଡ଼ ବଜାରରେ ସୁନାଗହଣା ଦୋକାନ କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତି ୧ଟାରେ ୭/୮ଜଣ ସଶସ୍ତ୍ର ଦୁର୍ବୃତ୍ତ ଲୁଟ କରିବା […]

ବାହାନଗା: ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସାଉଡ଼ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା, ଗହଣା ଲୁଟିବାକୁ ଆସିଥିବା ଲୁଟେରାଙ୍କ ଗୁଳି ଚାଳନାରେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସୂଚନା ମୁତାବକ ସାଉଡ଼ ଗ୍ରାମର ସନାତନ କମିଳା ସାଉଡ଼ ବଜାରରେ ସୁନାଗହଣା ଦୋକାନ କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତି ୧ଟାରେ ୭/୮ଜଣ ସଶସ୍ତ୍ର ଦୁର୍ବୃତ୍ତ ଲୁଟ କରିବା ଉଦେଶ୍ୟରେ ଘରେ ପଶି ସମସ୍ତ ସଦସ୍ୟଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାନ୍ଧି ଦେଇଥିଲେ। ଦୁର୍ବୃତ୍ତମାନେ ଲୁଟପାଟ ଚଳେଇଥିବା ବେଳେ ଘର ଲୋକେ ଜୀବନ ବିକଳରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଦଉଡି ଆସିବାରୁ ଦୁର୍ବୁତ୍ତମାନେ ୮/୧୦ ରାଉଣ୍ଡ ଗୁଳି ଗ୍ରାମବାସୀଙ୍କୁ ଉପରକୁ ଚଳାଇ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦୁର୍ବୁତ୍ତଙ୍କ ଗୁଳି ବାଜି ରବୀନ୍ଦ୍ର ବାରିକ ଓ କାର୍ତିକ ବାରିକ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ଚେତାଶୂନ୍ୟ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲେଶ୍ୱର ପରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଥିବାର ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଅନ୍ୟମାନଙ୍କ ମଧ୍ୟରେ ସନାତନ କମିଳା, ମନମୋହନ କମିଳା, ଦେବେନ୍ଦ୍ର ବାରିକ, ଦେବାଶିଷ ବାରିକ ପ୍ରମୁଖ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ଦୁଇ ଲକ୍ଷରୁ ଅଧିକ ଟଙ୍କା, ସୁନା ଗହଣା ଲୁଟି ଫେରାର ହେବାରେ ସକ୍ଷମ ହୋଇଥିବାର ସୂଚନା ମିଳିଛି।ଘଟଣାସ୍ଥଳରେ ସୋର ପୋଲିସ ପଂହଛି ତଦନ୍ତ ଜାରି ରଖିଛି। ଖବର ଲେଖା ହେବା ବେଳକୁ ରବିନ୍ଦ୍ରଙ୍କ ପେଟରେ ବୁଲେଟ ରହିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସିମେଣ୍ଟ ମିକ୍ସଚର ଟ୍ରକ୍ ଧକ୍କାରେ ବାପା ଓ ଝିଅଙ୍କ ମୃତ୍ୟୁ

02 Jun 2021 By The Sakala

ଲୁଟ୍ କରିବାକୁ ଆସି ଲୁଟେରାଙ୍କ ଗୁଳି ଚାଳନା, ୨ଗୁରୁତରଙ୍କ ସମେତ ୬ ଆହତ

ବାହାନଗା: ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସାଉଡ଼ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା, ଗହଣା ଲୁଟିବାକୁ ଆସିଥିବା ଲୁଟେରାଙ୍କ ଗୁଳି ଚାଳନାରେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ମୁତାବକ ସାଉଡ଼ ଗ୍ରାମର ସନାତନ କମିଳା ସାଉଡ଼ ବଜାରରେ ସୁନାଗହଣା ଦୋକାନ କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତି ୧ଟାରେ ୭/୮ଜଣ ସଶସ୍ତ୍ର ଦୁର୍ବୃତ୍ତ ଲୁଟ କରିବା ଉଦେଶ୍ୟରେ ଘରେ ପଶି ସମସ୍ତ ସଦସ୍ୟଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାନ୍ଧି ଦେଇଥିଲେ। ଦୁର୍ବୃତ୍ତମାନେ ଲୁଟପାଟ ଚଳେଇଥିବା ବେଳେ ଘର ଲୋକେ ଜୀବନ ବିକଳରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଦଉଡି ଆସିବାରୁ ଦୁର୍ବୁତ୍ତମାନେ ୮/୧୦ ରାଉଣ୍ଡ ଗୁଳି ଗ୍ରାମବାସୀଙ୍କୁ ଉପରକୁ ଚଳାଇ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦୁର୍ବୁତ୍ତଙ୍କ ଗୁଳି ବାଜି ରବୀନ୍ଦ୍ର ବାରିକ ଓ କାର୍ତିକ ବାରିକ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ଚେତାଶୂନ୍ୟ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲେଶ୍ୱର ପରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଥିବାର ଜଣାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ସନାତନ କମିଳା, ମନମୋହନ କମିଳା, ଦେବେନ୍ଦ୍ର ବାରିକ, ଦେବାଶିଷ ବାରିକ ପ୍ରମୁଖ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ଦୁଇ ଲକ୍ଷରୁ ଅଧିକ ଟଙ୍କା, ସୁନା ଗହଣା ଲୁଟି ଫେରାର ହେବାରେ ସକ୍ଷମ ହୋଇଥିବାର ସୂଚନା ମିଳିଛି।ଘଟଣାସ୍ଥଳରେ ସୋର ପୋଲିସ ପଂହଛି ତଦନ୍ତ ଜାରି ରଖିଛି। ଖବର ଲେଖା ହେବା ବେଳକୁ ରବିନ୍ଦ୍ରଙ୍କ ପେଟରେ ବୁଲେଟ ରହିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର