ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ

The Sakala Picture
Published On

ଭୁବନେଶ୍ଵର: ଆୟୁଷ୍ମାନ ଭବ ଅଭିଯାନ ଅନ୍ତର୍ଗତ ସ୍ବଚ୍ଛତା ହି ସେବା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଆଜି ସକାଳ ୧୦ରେ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଦେଶର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମକୁ ସାକାର ରୂପ ଦେବାକୁ ଏମ୍ସ ପକ୍ଷରୁ ଏକ ପ୍ରମୁଖ ପର୍ଯ୍ୟଟନ […]

ଭୁବନେଶ୍ଵର: ଆୟୁଷ୍ମାନ ଭବ ଅଭିଯାନ ଅନ୍ତର୍ଗତ ସ୍ବଚ୍ଛତା ହି ସେବା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଆଜି ସକାଳ ୧୦ରେ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଦେଶର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମକୁ ସାକାର ରୂପ ଦେବାକୁ ଏମ୍ସ ପକ୍ଷରୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଆହୁରି ଅନେକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

। ଆଜି ଅନୁଷ୍ଠିତ ଏକ ଘଣ୍ଟା ଶ୍ରମଦାନ ସ୍ୱରୂପ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନେ ବ୍ୟାପକ ସଫେଇ କରିବା ସହିତ ସ୍ବଚ୍ଛତା ଅଭିଯାନ ନିମନ୍ତେ ଶପଥ ନେଇଥିଲେ। ଏଥିସହିତ ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ସମସ୍ତ ପର୍ଯ୍ୟଟକମାନଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରେରିତ କରୁଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ମେଡିକାଲ ଅଧୀକ୍ଷକ ଡ ଦିଲ୍ଲୀପ କୁମାର ପରିଡ଼ା, ଡ ଜେ ଏସ ପିଲ୍ଲାଇ, ଡ ପ୍ରଭାସ ରଂଜନ ତ୍ରିପାଠୀ, ଡ ମନୋଜ କୁମାର ମହାନ୍ତି, ଡ ସୌଭାଗ୍ୟ କୁମାର ଜେନା, ଡ ଅଶୋକ କୁମାର ଜେନା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ, କର୍ମଚାରୀ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର