ସମ୍ବାଦର ଲୋନ ସ୍କାମ: ପୁଣି ଥରେ ସମ୍ବାଦ ଅଫିସରେ EOWର ଚଢ଼ାଉ, ସାମିଲ ଅଛନ୍ତି ସାଇବର ଏକ୍ସପର୍ଟ

The Sakala Picture
Published On

ଭୁବନେଶ୍ବର: ଖୋଲିବାରେ ଲାଗିଛି ‘ସମ୍ବାଦ ବ୍ୟାଙ୍କ୍‌‌ ସ୍କାମ’ର  ଗୁମର । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ତଦନ୍ତ ପରେ ଗୋଟିକ ପରେ ଗୋଟିଏ ନୂଆ ତଥ୍ୟ ମିଳିବାରେ ଲାଗିଛି। ‘ସମ୍ବାଦ’ ଓ ଇଷ୍ଟର୍ଣ୍ଣ ମିଡିଆର କର୍ମଚାରୀଙ୍କୁ ଚାକିରି ହରାଇବା ଭୟ ଦେଖାଇ କିପରି ଯୋଜନାବଦ୍ଧ ଭାବରେ ସେମାନଙ୍କ ନାମରେ ଋଣ ନିଆଯାଉଥିଲା ଏ ନେଇ ଆଜି ଦ୍ୱିତୀୟ ଥର ପାଇଁ ସମ୍ବାଦ ଅଫିସରେ EOW ଚଢ଼ାଉ କରିଛି। ଚଢ଼ାଉ ବେଳେ ହାର୍ଡ ଡିସ୍କ ଜବତ କରିଛି […]

ଭୁବନେଶ୍ବର: ଖୋଲିବାରେ ଲାଗିଛି ‘ସମ୍ବାଦ ବ୍ୟାଙ୍କ୍‌‌ ସ୍କାମ’ର  ଗୁମର । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ତଦନ୍ତ ପରେ ଗୋଟିକ ପରେ ଗୋଟିଏ ନୂଆ ତଥ୍ୟ ମିଳିବାରେ ଲାଗିଛି। ‘ସମ୍ବାଦ’ ଓ ଇଷ୍ଟର୍ଣ୍ଣ ମିଡିଆର କର୍ମଚାରୀଙ୍କୁ ଚାକିରି ହରାଇବା ଭୟ ଦେଖାଇ କିପରି ଯୋଜନାବଦ୍ଧ ଭାବରେ ସେମାନଙ୍କ ନାମରେ ଋଣ ନିଆଯାଉଥିଲା ଏ ନେଇ ଆଜି ଦ୍ୱିତୀୟ ଥର ପାଇଁ ସମ୍ବାଦ ଅଫିସରେ EOW ଚଢ଼ାଉ କରିଛି। ଚଢ଼ାଉ ବେଳେ ହାର୍ଡ ଡିସ୍କ ଜବତ କରିଛି EOW ।  ଚଢ଼ାଉରେ ସାମିଲ ଅଛନ୍ତି EOWର ବରିଷ୍ଠ ଅଧିକାରୀ । ଚଢ଼ାଉ ଟିମ୍‌ରେ ସାମିଲ ଅଛନ୍ତି ସାଇବର ଏକ୍ସପର୍ଟ । ଚଢାଉ ବେଳେ ବହୁ ସନ୍ଦେହ ଜନକ ଦସ୍ତାବିଜ ମିଳିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସେହିପରି, ପୁଣି ଥରେ  EOWରେ ହାଜର ହୋଇଛନ୍ତି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ । କେମିତି ହୋଇଥିଲା ବ୍ୟାଙ୍କ ଫ୍ରଡ୍ ଗୁଡାଇ ତୁଡାଇ ପଚାରୁଛି EOW । ଜୟେଦବ ବିହାର ଓଡ଼ିଶା ଗ୍ୟାମ ବ୍ୟାଙ୍କ (OGB) ମ୍ୟାନେଜର ଓ ଅଧିକାରୀଙ୍କୁ ପଚରା ଉଚରା କରାଯଇଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଅଧିକାଂଶ ସମ୍ବାଦ କର୍ମଚାରୀଙ୍କ ନାଁରେ ଲୋନ ଉଠାଯାଇଥିଲା।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଏହି ବ୍ୟାଙ୍କ ସ୍କାମରେ ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଥିବା ବେଳେ କାର୍ପଟଦାର ମାନବସମ୍ବଳ ମୁଖ୍ୟ ବୈଜୟନ୍ତୀ କର ଥିଲେ ବୋଲି ଅଭିଯୋଗ ହୋଇଛି। ଋଣ ନେବାକୁ କର୍ମଚାରୀ ମନା କଲେ ମାନସିକ ନିର୍ଯାତନା, ଚାକିରି ହରାଇବାର ଭୟ, ବଦଳି ବା ଚାକିରିରୁ ବିଦା କରାଯାଉଥିବା ନେଇ ଏହି କର୍ମଚାରୀମାନେ ବଖାଣିଛନ୍ତି। କର୍ମଚାରୀଙ୍କ ବେତନ ପ୍ରମାଣପତ୍ରକୁ ଜାଲିଆତି କରି ଏକାଧିକ ବ୍ୟାଙ୍କରୁ ଋଣ ନିଆଯାଇଥିବା ପ୍ରସଙ୍ଗରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଜାରି ରହିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଅନ୍ୟପକ୍ଷରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କ ଏହି ସାଂଘାତିକ ‘ସଙ୍ଗଠିତ ବ୍ୟାଙ୍କ ଠକେଇ’ର ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ତାଙ୍କ ପରିଚାଳିତ ଦୁଇ ଗଣମାଧ୍ୟମ ‘ସମ୍ବାଦ’ ଓ ‘କନକ ଟିଭି’ ପକ୍ଷରୁ ରୀତିମତ ଉଦ୍ୟମ ଆରମ୍ଭ ହୋଇଛି। ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’ରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଉଲ୍ଲେଖ କରି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଦେଖାଯାଉଛି। ଏପରିକି ବିଭିନ୍ନ ସ୍ଥାନରେ ପ୍ରାୟୋଜିତ ପ୍ରତିବାଦ କରାଯାଉଥିବା ମଧ୍ୟ ଦେଖାଯାଉଛି। ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ଲାଗି ସମ୍ୱାଦ ଓ କନକ ନ୍ୟୁଜ୍‌‌ ଦିନ ରାତି ଲାଗି ପଡ଼ିଛନ୍ତି। ସମ୍ୱାଦ ସପକ୍ଷରେ କହିବା ପାଇଁ ବିଭିନ୍ନ ବ୍ୟକ୍ତି ଓ ସଙ୍ଗଠନ ପାଖରେ ନେହୁରା ହେଉଛନ୍ତି। ସମ୍ୱାଦର ଏହି ବ୍ୟାଙ୍କ ସ୍କାମ୍‌‌ ଲୋକଲୋଚନକୁ ଆଣିବାରୁ ‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ ବିରୋଧରେ ସମ୍ୱାଦ ଓ କନକ ନ୍ୟୁଜ୍‌‌ ରକ୍ତ ଚାଉଳ ଚୋବାଇବାରେ ଲାଗିଛନ୍ତି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର