ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ବରରେ ଜୋରଦାର ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ସରିଲା ଫୁଲ୍ ଡ୍ରେସ୍ ରିହର୍ସାଲ
ଭୁବନେଶ୍ୱର: ଦିନକ ପରେ ଦେଶ ପାଳିବ ୭୬ତମ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି ପ୍ରସ୍ତୁତି। ଉତ୍ସବ ସ୍ଥଳରେ ଆଜି ଫୁଲ୍ ଡ୍ରେସ ରିହର୍ସଲ କରାଯାଉଛି । ପରେଡ୍ ରିହର୍ସାଲରେ ପୋଲିସ ଡିଜି ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲିସ କମିଶନର ଓ ଡେପୁଟି ପୋଲିସ କମିଶନର ପ୍ରମୁଖ ସାମିଲ ହୋଇଥିଲେ । ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ […]
ଭୁବନେଶ୍ୱର: ଦିନକ ପରେ ଦେଶ ପାଳିବ ୭୬ତମ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି ପ୍ରସ୍ତୁତି। ଉତ୍ସବ ସ୍ଥଳରେ ଆଜି ଫୁଲ୍ ଡ୍ରେସ ରିହର୍ସଲ କରାଯାଉଛି । ପରେଡ୍ ରିହର୍ସାଲରେ ପୋଲିସ ଡିଜି ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲିସ କମିଶନର ଓ ଡେପୁଟି ପୋଲିସ କମିଶନର ପ୍ରମୁଖ ସାମିଲ ହୋଇଥିଲେ । ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ କମାଣ୍ଡଣ୍ଡ ରହିବେ ଆଇପିଏସ ଅଙ୍କିତ ବର୍ମା ।
ପରେଡ୍ ରିହର୍ସାଲରେ ୪ଟି କଣ୍ଟିଜେଣ୍ଟ ସହ ପୋଲିସ ବ୍ୟାଣ୍ଡ ସାମିଲ ହୋଇଥିଲେ । ପରେଡରେ ଏସଏସବି, ଓଏସଏପି ସପ୍ତମ ବାଟାଲିୟନ, ଓଡ୍ରାଫ, ଓଡ଼ିଶା ବ୍ରାସବ୍ୟାଣ୍ଡ ସାଙ୍ଗକୁ ଛତିଶଗଡ଼ ପୋଲିସର ଏକ ଟିମ୍ ପରେଡରେ ଅଂଶଗ୍ରହଣ କରିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି ପୋଲିସ। ସମ୍ପୂର୍ଣ୍ଣ ଉତ୍ସବ ସ୍ଥଳକୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ପରେଡକୁ କମାଣ୍ଡ କରିବେ ଆଇପିଏସ ଅଙ୍କିତ କୁମାର ବର୍ମା । ସ୍ବାଧୀନତା ଦିବସରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ଅଫିସର ମୁତୟନ ହେବେ । ଦର୍ଶକଙ୍କ ସହ ଅତିଥିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ଵତନ୍ତ୍ର ଭାବେ କରାଯାଇଛି ବ୍ୟବସ୍ଥା ।