ଜାମିନର ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣିଥରେ ଜେଲ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

କଟକ: ପୁଣି ଜେଲ ଯିବ ଗ୍ୟାଙ୍ଗଷ୍ଟର ଟିଟୋ । ତାକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜାମିନର ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣିଥରେ ଜେଲ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀ ସର୍ତ୍ତମୂଳକ ଜାମିନରେ ଥିଲା । ସୂଚନାଯୋଗ୍ୟ, ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ଟିଟୋ […]

କଟକ: ପୁଣି ଜେଲ ଯିବ ଗ୍ୟାଙ୍ଗଷ୍ଟର ଟିଟୋ । ତାକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜାମିନର ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣିଥରେ ଜେଲ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀ ସର୍ତ୍ତମୂଳକ ଜାମିନରେ ଥିଲା ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ସୂଚନାଯୋଗ୍ୟ, ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ଟିଟୋ । ତେବେ ସର୍ତ୍ତ କୋହଳ କରିବାକୁ ପୁଣି କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ଟିଟୋ । କିନ୍ତୁ କୋର୍ଟ ଏ ବାବଦରେ ରାୟ ଦେବା ପୂର୍ବରୁ ଥାନା ହାଜିରା ବନ୍ଦ କରିଦେଇଥିଲା ଟିଟୋ ।ଏ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା ପକ୍ଷରୁ କୋର୍ଟକୁ ଅବଗତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର