ଗୋପାଳପୁରରେ ତୃଣମୂଳସ୍ତରରୁ ବିଜେଡି ସଂଗଠନକୁ ମଜଭୁତ କରିବାକୁ ସାଂସଦ ମାନସ ମଙ୍ଗରାଜଙ୍କ ଆହ୍ବାନ

The Sakala Picture
Published On

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀ ହେଉଛି ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନମଣ୍ଡଳୀ ରାଜ୍ୟ ସରକାରଙ୍କ ଫୋକସରେ ରହିଛି । ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏଠାରୁ ବଡ଼ ବ୍ୟବଧାନରେ ବିଜୟୀ ହେବେ ବୋଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି । ଗୋପାଳପୁର ନୂଆ ବସଷ୍ଟାଣ୍ଡ ନିକଟରେ ଆୟୋଜିତ ସଭାରେ ଉଦବୋଧନ ଦେଇ ତୃଣମୂଳସ୍ତରରୁ ବିଜେଡି ସଂଗଠନକୁ ମଜଭୁତ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଗୋପାଳପୁରରେ […]

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀ ହେଉଛି ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନମଣ୍ଡଳୀ ରାଜ୍ୟ ସରକାରଙ୍କ ଫୋକସରେ ରହିଛି । ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏଠାରୁ ବଡ଼ ବ୍ୟବଧାନରେ ବିଜୟୀ ହେବେ ବୋଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି । ଗୋପାଳପୁର ନୂଆ ବସଷ୍ଟାଣ୍ଡ ନିକଟରେ ଆୟୋଜିତ ସଭାରେ ଉଦବୋଧନ ଦେଇ ତୃଣମୂଳସ୍ତରରୁ ବିଜେଡି ସଂଗଠନକୁ ମଜଭୁତ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଗୋପାଳପୁରରେ ବିଜେଡି କାର୍ଯ୍ୟାଳୟକୁ ମାନସ ରଞ୍ଜନ ମଙ୍ଗରାଜ ଉଦଘାଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ପୂର୍ବରୁ ମାନସ ରଞ୍ଜନ ମଙ୍ଗରାଜଙ୍କୁ ବିଜେଡି ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗୋପାଳପୁର ଜଙ୍କସନରୁ ବିରାଟ ବାଇକ ରାଲିରେ ତାଙ୍କୁ ନେତା ଓ କର୍ମୀ ପାଛୋଟି ନେଇଥିଲେ । ରାଲିରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା, ଅମିତ ମଲ୍ଲିକ, ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମ, ବ୍ଲକ ଅଧ୍ୟକ୍ଷ ସି.ଏସ ଉଷାରାଣୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜେଶ୍ବରୀ ଦୋରା, ବ୍ଲକ ସଭାପତି ଅଜିତ ଦାସ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶଶିଭୂଷଣ ମହାନ୍ତିଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ଲୋକ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର