ବଜ୍ରପାତରେ ଗୋଟିଏ ପରିବାରର ଦୁଇ ମହିଳା ସମେତ ୩ ମୃତ

The Sakala Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ପଞ୍ଚାୟତର କୁନ୍ଦୁରୁଗୋଡ଼ା ସାହି ପଡିଆରେ ଟେଣ୍ଟ ମାରି ରହୁଥିବା ଯାଯାବର ପରିବାର ଉପରେ ପଡିଛି ଚଡକ | ଶୁକ୍ରବାର ଅପରାହ୍ନ ରେ କାଳବୈଶାଖି ସହ ବଜ୍ରପାତ ହୋଇଥିଲା । ଫଳରେ ଏଭଳି ଦୁଃଖଦ ଘଟଣା ଘଟିଛି।ସୁଚନା ଅନୁସାରେ କୁଦରଗୋଡା ସାହି ପଡ଼ିଆରେ କେତେକ ଯାଯାବର ଲୋକ ଟେଣ୍ଟ କରି ରହୁଥିଲେ।ଆଜି ତାଙ୍କର ଏକ ବାର୍ଷିକ ପୂଜା ଥିଲା। ପୂଜାସାରି ସମସ୍ତେ ଖୁସି ମନାଉଥିଲେ। ମୃତକ 3 ଜଣ […]

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ପଞ୍ଚାୟତର କୁନ୍ଦୁରୁଗୋଡ଼ା ସାହି ପଡିଆରେ ଟେଣ୍ଟ ମାରି ରହୁଥିବା ଯାଯାବର ପରିବାର ଉପରେ ପଡିଛି ଚଡକ | ଶୁକ୍ରବାର ଅପରାହ୍ନ ରେ କାଳବୈଶାଖି ସହ ବଜ୍ରପାତ ହୋଇଥିଲା । ଫଳରେ ଏଭଳି ଦୁଃଖଦ ଘଟଣା ଘଟିଛି।ସୁଚନା ଅନୁସାରେ କୁଦରଗୋଡା ସାହି ପଡ଼ିଆରେ କେତେକ ଯାଯାବର ଲୋକ ଟେଣ୍ଟ କରି ରହୁଥିଲେ।ଆଜି ତାଙ୍କର ଏକ ବାର୍ଷିକ ପୂଜା ଥିଲା। ପୂଜାସାରି ସମସ୍ତେ ଖୁସି ମନାଉଥିଲେ। ମୃତକ 3 ଜଣ ଏକ ଗଛ ମୂଳରେ ବସି ଫୋନରେ କାହା ସହିତ କଥା ହେଉଥିଲେ।ଏତିକି ବେଳେ ବଜ୍ରପାତ ହୋଇଥିଲା।ଫଳରେ ଘଟଣା ସ୍ଥଳରେ ଭାଉଜ ଦିଲରୁୱା ପାୱାର(50) ନଣନ୍ଦ ରାମକଲି ଭୋସଲେ(40)ମୃତ୍ୟୁବରଣ କରିଥିଲେ। ପାଖରେ ଥିବା ରାମକଲି ର ତିନି ବର୍ଷର ଝିଅ ଅଶ୍ଵନି ଭୋସଲେ ଙ୍କୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଛି । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ପ୍ରଧାନ,ଘଟଗାଁ ଥାନାର ମାନସ ବେହେରା ଅନ୍ୟ ପୋଲିସ କର୍ମଚାରୀ ଙ୍କ ସହ ସେଠାରେ ପହଁଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି। ଏବାବଦରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ପାଇ ଘଟଣା ଟି ଦୁଖଦାୟକ ବୋଲି ମତଦେବା ସହିତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି। ଅନ୍ୟପକ୍ଷରେ ଘଟଗାଁ ବିଡ଼ିଓ ନାରାୟଣ ସାହୁ,ଏବିଡ଼ିଓ ଚିତ୍ତରଞ୍ଜନ ନାଏକ ଘଟଣା ସ୍ଥଳକୁ ଯାଇ ଟେଣ୍ଟରେ ଥିବା ଯାଯାବର ମାନଙ୍କୁ ଆଣି ପାଖ ସ୍କୁଲରେ ରଖି ଖାଦ୍ୟପେୟ ବ୍ୟବସ୍ତା କରୁଥିବା ସୂଚନା ମିଳିଛି। ମୃତକ ସମସ୍ତେ ଝାରଖଣ୍ଡ ରାଞ୍ଚି ର ବୋଲି ଜଣାପଡିଛି । ଘଟଣାଟି ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

21 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର