ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ

The Sakala Picture
Published On

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ବାହୁଡା ଯାତ୍ରା । ମାଉସୀମା’ଙ୍କ ମନ୍ଦିରରେ ବୁଧବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପମଣ୍ଡପରେ ସୁନାବେଶ ସାଙ୍ଗକୁ ବାହୁଡ଼ା ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରଥାରୂଢ଼ କରାଯାଇଛି । ପୂର୍ବ ଦିନ ମାନଙ୍କ ପରି ବୁଧବାର ସମସ୍ତ ନୀତି ପରେ ଦିଅଁଙ୍କ ବେଶକାର୍ଯ୍ୟ ଆରମ୍ଭ ହୋଇଥିଲା । ସକାଳୁ ପହଡ଼ ଭଙ୍ଗାପରେ ମଙ୍ଗଳ ଆଳତୀ ହୋଇଥିଲା । ତା’ପରେ ମହାସ୍ନାନ ଓ ଅବକାଶ […]

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ବାହୁଡା ଯାତ୍ରା । ମାଉସୀମା’ଙ୍କ ମନ୍ଦିରରେ ବୁଧବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପମଣ୍ଡପରେ ସୁନାବେଶ ସାଙ୍ଗକୁ ବାହୁଡ଼ା ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରଥାରୂଢ଼ କରାଯାଇଛି । ପୂର୍ବ ଦିନ ମାନଙ୍କ ପରି ବୁଧବାର ସମସ୍ତ ନୀତି ପରେ ଦିଅଁଙ୍କ ବେଶକାର୍ଯ୍ୟ ଆରମ୍ଭ ହୋଇଥିଲା । ସକାଳୁ ପହଡ଼ ଭଙ୍ଗାପରେ ମଙ୍ଗଳ ଆଳତୀ ହୋଇଥିଲା । ତା’ପରେ ମହାସ୍ନାନ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ତିନିଠାକୁରଙ୍କ ଦ୍ୱାରିକାଧୀଶ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶ ଦେଖିବା ପାଇଁ ପୂର୍ବାହ୍ଣରେ ପ୍ରବଳ ଭିଡ଼ ହୋଇଥିଲା । ମନ୍ଦିର ପରିଚ୍ଛା ଦୂର୍ଗାଚରଣ ଜିତବାବୁ ପୁଷ୍ପଭେଟି ଓ ଅତରଲାଗି କରି ଠାକୁରଙ୍କ ପାଖରୁ ଆଜ୍ଞାମାଳ ନେଇ ଘଣ୍ଟ, ଘଣ୍ଟା, ଶଙ୍ଖ, କାହାଳୀ ଓ ସଂକୀର୍ତ୍ତନ ଦଳଙ୍କ ସହିତ ମନ୍ଦିର ବେଢ଼ା ପ୍ରଦକ୍ଷଣ କରିଥିଲେ । ଆରତୀ ଦର୍ଶନ ପରେ ଦଶମୀ ପୂଜାନୀତି ସମ୍ପନ୍ନ ପରେ ପରମ୍ପରା ଅନୁଯାୟୀ ପାଣିଆଖେଚୁଡ଼ି ଲାଗିପରେ ଭକ୍ତଗଣ ସେବନ କରିଥିଲେ । ଠାକୁରଙ୍କ ବେଶ ପରିବର୍ତ୍ତନ ପରେ ଅଁଳାଭେଟି, ତା’ପରେ ଚକାଛଡ଼ା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟାରେ ବାହୁଡ଼ା ପହଣ୍ଡି ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ବନ୍ଦାପନା (ବିଭୀଷଣ ଦର୍ଶନ) ଗୀତ ଶୁଣାଇ ଫୁଲ ସୁସଜ୍ଜିତ ଟାହିଆ ପରିଧାନ ପୂର୍ବକ ପହଣ୍ଡିରେ ଯାଇ ରଥାରୂଢ଼ ହୋଇଥିଲେ । ବାଟରେ କର୍ପୁର ଲାଗି ଓ ବାଟପୂଜା ହୋଇଥିଲା । ଏହାପରେ ଭକ୍ତଙ୍କୁ ପୂଜକ ଓ ପହଣ୍ଡିଆ ମାନେ ଶିରକପଡ଼ା ପ୍ରଦାନ କରିଥିଲେ । ରାତିରେ ରଥାରୂଢ଼ ଦିଅଁ ରୂପାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପରମ୍ପରା ଅନୁଯାୟୀ ରଥଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ପହଣ୍ଡି ପର ଦୁଇଦିନ ଆଜି ଓ ଆସନ୍ତାକାଲି ଶୁକ୍ରବାର ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ତେବେ ବାହୁଡା ଯାତ୍ରାରେ ପ୍ରଥମେ ଜଗନ୍ନାଥ ବାହୁଡିବେ । ଆଜି ଅପରାହ୍ନ ୨ଟା ୩୦ମିନିଟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବା ସହିତ ଶ୍ରୀମନ୍ଦିର ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଧାବାଟ (ଟାଉନଥାନା) ପର୍ଯ୍ୟନ୍ତ ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା ଟଣାଯିବ । ଶୁକ୍ରବାର ଅପରାହ୍ନ ୨ଟା୩୦ମିନିଟରେ ସେଠାରୁ ମହିଳା ଶ୍ରଦ୍ଧାଳୁ ଦର୍ପଦଳନକୁ ଟାଣି ଶ୍ରୀମନ୍ଦିରରେ ପହଞ୍ଚାଇବା ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇ ଶ୍ରୀମନ୍ଦିରରେ ପହଞ୍ଚିବ । ଏଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନୁରୂପ ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ସୁନାବେଶ ସାଙ୍ଗକୁ ପହଣ୍ଡି ସମ୍ପନ୍ନ ହେବାପରେ ରଥାରୂଢ଼ ହୋଇଛନ୍ତି । ରଥାରୂଢ ଦିଅଁ ଦର୍ଶନ ପାଇଁ ସକାଳେ ବର୍ଷା ସତ୍ତ୍ବେ ଭକ୍ତଙ୍କ ଗହଳି ଲାଗିଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

29 Jun 2023 By The Sakala

https://www.thesakala.in/latest-odisha-news/at-second-shreekhetra-in-baripada-bahuda-yatra-today/article-23038
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର