ଶିମିଳିପାଳରେ ଶିକାରୀ ଗୁଳିରେ ଭାରପ୍ରାପ୍ତ ରେଞ୍ଜର ମୃତ୍ୟ ଘଟଣା: ୧୦ ଜଣକୁ ଗିରଫ କଲା ପୁଲିସ

The Sakala Picture
Published On

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଭାରପ୍ରାପ୍ତ ରେଞ୍ଜର ମୃତ୍ୟ ଘଟଣାରେ ୧୦ ଜଣ ଶିକାରୀଙ୍କୁ ଗିରଫ କଲା ମୟୂରଭଂଜ ପୋଲିସ । ଘଟଣା ଘଟିବା ପରେ ଯୋଜନା ବଦ୍ଧ ତଦନ୍ତ ଦ୍ବାରା ପୁଲିସ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଶନିବାର ବାରିପଦା ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆହୂତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ଗିରଫ ସମସ୍ତ ୧୦ଜଣ ଠାକୁରମୁଣ୍ଡା ଥାନା ଅଧୀନ […]

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଭାରପ୍ରାପ୍ତ ରେଞ୍ଜର ମୃତ୍ୟ ଘଟଣାରେ ୧୦ ଜଣ ଶିକାରୀଙ୍କୁ ଗିରଫ କଲା ମୟୂରଭଂଜ ପୋଲିସ । ଘଟଣା ଘଟିବା ପରେ ଯୋଜନା ବଦ୍ଧ ତଦନ୍ତ ଦ୍ବାରା ପୁଲିସ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଶନିବାର ବାରିପଦା ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆହୂତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ଗିରଫ ସମସ୍ତ ୧୦ଜଣ ଠାକୁରମୁଣ୍ଡା ଥାନା ଅଧୀନ ଏଡେଲବେଡା ଗ୍ରାମର ଅଟନ୍ତି। ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ, ଧନୁ-ତୀର ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୬୪/୨ରେ ଆଇପିସିର ଧାରା ୩୦୨, ୩୪, ଅସ୍ତ୍ରଶସ୍ତ୍ର ନିରୋଧ ଆଇର ଧାରା ଓ ୨୭ରେ ମାମଲା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଗିରଫ ଅଭିଯୁକ୍ତମାନେ ହେଲେ ତୁରୀକ କାନ୍ଦେୟାନ(୩୦), ରାମାଇ କାନ୍ଦେୟାନ(୬୧), ମୋରା ହୋ (୪୩), ମାନିକରାମ କାନ୍ଦେୟାନ (୪୩), ଗୋପବନ୍ଧୁ କାନ୍ଦେୟାନ(୩୨), ଦିଲ୍ଲୀପ କାନ୍ଦେୟାନ(୨୫), ରାମସିଂ ଗୁଣ୍ଡୁଆ(୩୪), ସିଙ୍ଗା ହୋ(୩୨), ଗାମେୟ ହୋ(୨୫) ଓ ଚମ୍ପାଇ ହୋ (୨୬)। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟେ ଲାଠି, ୨ଟି ଧନୁ ଓ ୩ଟି ତୀର, ୨ଟି କୁରାଢ଼ୀ, ଗୋଟେ ଲୁହା ରଡ଼ ଓ ବାରୁଦ ସମେତ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସୂଚନାଯୋଗ୍ୟ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ଡେପୁଟି ରେଞ୍ଜର ତଥା ଉପର ବରାହାକାମୁଡ଼ାର ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦା (୪୦)ଙ୍କୁ ଗାମୁଛାଝରଣ ବିଟ ଅଞ୍ଚଳରେ ଜୁନ ୧୬ତାରିଖ ରାତିରେ ପେଟ୍ରୋଲିଂ ସମୟରେ ଗୁଳି କରି ହତ୍ୟା କରିଥିଲେ। ଏହାକୁ ନେଇ ଠାକୁରମୁଣ୍ଡା ଥାନାରେ ମାମଲା ରୁଜୁ କରିବା ସହ ସତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଏଡେଲବେଡା, କାଶିବେଡା, ସାଲେଇବେଡା ଆଦି ଗ୍ରାମ ଚଢ଼ାଉ କରାଯାଇଥିଲା। ତଦନ୍ତ ସମୟରେ ବିଭିନ୍ନ ପ୍ରମାଣକୁ ଭିତ୍ତି କରି ପୁଲିସ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥି ସହିତ ସାଲେଇବେଡା ଗ୍ରାମର ଜେନାମଣି ସୟଙ୍କ ଘରୁ ୨ଟି ଦେଶୀ ବନ୍ଧୁକ ଜବତ ହୋଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ, ଆର୍ମ ଆକ୍ଟ ସହ ଅନ୍ୟାନ୍ୟ ଦଫାରେ ୧୦ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ନାମରେ ପୂର୍ବରୁ ଠାକୁରମୁଣ୍ଡା ଥାନାରେ ଶିକାର ନେଇ ବିଭିନ୍ନ ସମୟରେ ମାମଲା ରୁଜୁ ସହ ଗିରଫ ହୋଇଛନ୍ତି। ପୁଲିସ ପକ୍ଷରୁ ଘଟଣାକୁ ନେଇ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର