ଆଜି ଓଡ଼ିଶା ଛୁଇଁବ ମୌସୁମୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପ୍ରାକ୍‌‌ ମୌସୁମୀ ବର୍ଷା ଜାରିରହିଛି। ମଙ୍ଗଳବାରଠାରୁ ଏହି ବର୍ଷା ଆରମ୍ଭ ହୋଇଥିବା ବେଳେ ବୁଧବାର ବର୍ଷାର ବିସ୍ତୃତି ବୃଦ୍ଧି ପାଇଛି। ବର୍ଷାର ପରିମାଣ, ତାପମାତ୍ରାରେ ହ୍ରାସ ଏବଂ ପବନର ଦିଗ ଆଦି ମୌସୁମୀ ଓଡ଼ିଶା ପ୍ରବେଶ ସମ୍ଭାବନାକୁ ବୃଦ୍ଧି କରିଛନ୍ତି। ତେଣୁ ଆସନ୍ତା ୨୪ ଘଣ୍ଟା ଅର୍ଥାତ ଗୁରୁବାର ସୁଦ୍ଧା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ […]

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପ୍ରାକ୍‌‌ ମୌସୁମୀ ବର୍ଷା ଜାରିରହିଛି। ମଙ୍ଗଳବାରଠାରୁ ଏହି ବର୍ଷା ଆରମ୍ଭ ହୋଇଥିବା ବେଳେ ବୁଧବାର ବର୍ଷାର ବିସ୍ତୃତି ବୃଦ୍ଧି ପାଇଛି। ବର୍ଷାର ପରିମାଣ, ତାପମାତ୍ରାରେ ହ୍ରାସ ଏବଂ ପବନର ଦିଗ ଆଦି ମୌସୁମୀ ଓଡ଼ିଶା ପ୍ରବେଶ ସମ୍ଭାବନାକୁ ବୃଦ୍ଧି କରିଛନ୍ତି। ତେଣୁ ଆସନ୍ତା ୨୪ ଘଣ୍ଟା ଅର୍ଥାତ ଗୁରୁବାର ସୁଦ୍ଧା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ସଂସ୍ପର୍ଶ କରିପାରେ। ଏଥିପାଇଁ ଗତ ୩୬ ଘଣ୍ଟା ମଧ୍ୟରେ ଏହି ସବୁ ଅଞ୍ଚଳରେ ବର୍ଷା ଜାରିରହିଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୧୦ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୪, ସୁନ୍ଦରଗଡ଼ରେ ୨୧, ଭବାନୀପାଟଣାରେ ୨୫, କୋରାପୁଟରେ ୮, ଦାରିଙ୍ଗବାଡ଼ିରେ ୧୦, ଭଦ୍ରକରେ ୭ ଓ ନବରଙ୍ଗପୁରରେ ୨୦ ମିମି ବର୍ଷା ହୋଇଛି। ଏଥି ସହିତ ଅନ୍ୟ ଜିଲ୍ଲାଗୁଡ଼ିକରେ ବୁଧବାର ସନ୍ଧ୍ୟା ପରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ ରହିଛି। ଅନ୍ୟପଟେ ଗୁରୁବାରଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ହେବା ସହ ପରିମାଣ ମଧ୍ୟ ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ଶୁକ୍ରବାରଠାରୁ ବର୍ଷାର ପରିମାଣ ବଢ଼଼ିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ କାଉପଡ଼ା 'RI'ଙ୍କୁ ଧରିଲା ଭିଜିଲାନ୍ସ

ଅନ୍ୟପଟେ ମୌସୁମୀ ଆଗମନ ପାଇଁ ରାଜ୍ୟରେ ତାପମାତ୍ରା ତଳମୁହାଁ ହେବାରେ ଲାଗିଛି। ବୁଧବାର କେବଳ ୫ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ଫସିୟସ୍‌‌ ଓ ତାଠାରୁ ଅଧିକ ରହିଛି। ୪୨.୬ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ହୀରାକୁଦ ୪୧.୭, ଝାରସୁଗୁଡ଼ା ୪୧.୨, ବରଗଡ଼ ୪୦.୫ ଓ ବଲାଙ୍ଗିରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ପାଣିପାଗ କେନ୍ଦ୍ର କହିଛି ଯେ ଏହି ତାପମାତ୍ରାରେ ଆହୁରି ହ୍ରାସ ଘଟିବ। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩.୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

22 Jun 2023 By The Sakala

ଆଜି ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପ୍ରାକ୍‌‌ ମୌସୁମୀ ବର୍ଷା ଜାରିରହିଛି। ମଙ୍ଗଳବାରଠାରୁ ଏହି ବର୍ଷା ଆରମ୍ଭ ହୋଇଥିବା ବେଳେ ବୁଧବାର ବର୍ଷାର ବିସ୍ତୃତି ବୃଦ୍ଧି ପାଇଛି। ବର୍ଷାର ପରିମାଣ, ତାପମାତ୍ରାରେ ହ୍ରାସ ଏବଂ ପବନର ଦିଗ ଆଦି ମୌସୁମୀ ଓଡ଼ିଶା ପ୍ରବେଶ ସମ୍ଭାବନାକୁ ବୃଦ୍ଧି କରିଛନ୍ତି। ତେଣୁ ଆସନ୍ତା ୨୪ ଘଣ୍ଟା ଅର୍ଥାତ ଗୁରୁବାର ସୁଦ୍ଧା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ସଂସ୍ପର୍ଶ କରିପାରେ। ଏଥିପାଇଁ ଗତ ୩୬ ଘଣ୍ଟା ମଧ୍ୟରେ ଏହି ସବୁ ଅଞ୍ଚଳରେ ବର୍ଷା ଜାରିରହିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୧୦ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୪, ସୁନ୍ଦରଗଡ଼ରେ ୨୧, ଭବାନୀପାଟଣାରେ ୨୫, କୋରାପୁଟରେ ୮, ଦାରିଙ୍ଗବାଡ଼ିରେ ୧୦, ଭଦ୍ରକରେ ୭ ଓ ନବରଙ୍ଗପୁରରେ ୨୦ ମିମି ବର୍ଷା ହୋଇଛି। ଏଥି ସହିତ ଅନ୍ୟ ଜିଲ୍ଲାଗୁଡ଼ିକରେ ବୁଧବାର ସନ୍ଧ୍ୟା ପରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ ରହିଛି। ଅନ୍ୟପଟେ ଗୁରୁବାରଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ହେବା ସହ ପରିମାଣ ମଧ୍ୟ ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ଶୁକ୍ରବାରଠାରୁ ବର୍ଷାର ପରିମାଣ ବଢ଼଼ିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ ମୌସୁମୀ ଆଗମନ ପାଇଁ ରାଜ୍ୟରେ ତାପମାତ୍ରା ତଳମୁହାଁ ହେବାରେ ଲାଗିଛି। ବୁଧବାର କେବଳ ୫ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ଫସିୟସ୍‌‌ ଓ ତାଠାରୁ ଅଧିକ ରହିଛି। ୪୨.୬ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ହୀରାକୁଦ ୪୧.୭, ଝାରସୁଗୁଡ଼ା ୪୧.୨, ବରଗଡ଼ ୪୦.୫ ଓ ବଲାଙ୍ଗିରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ପାଣିପାଗ କେନ୍ଦ୍ର କହିଛି ଯେ ଏହି ତାପମାତ୍ରାରେ ଆହୁରି ହ୍ରାସ ଘଟିବ। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩.୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର