ବାହାନଗା ପରେ ମାନସମନ୍ଥନ: ସମୟାନୁବର୍ତ୍ତିତା ଅପେକ୍ଷା ସୁରକ୍ଷାକୁ ଅଗ୍ରାଧିକାର, ପ୍ରତ୍ୟେକ ଡିଭିଜନରେ ସୁରକ୍ଷା ପରାମର୍ଶଦାତା ପଦବୀ ହେବ ପୂରଣ

The Sakala Picture
Published On

ଭୁବନେଶ୍ୱର: ବାହାନଗାଠାରେ ରଳେ ଦୁର୍ଘଟଣାପରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏନେଇ ଗତ ୬ ତାରିଖରେ ରେଳ ବୋର୍ଡର ଅଧ୍ୟକ୍ଷ/ସିଇଓ ଏବଂ ବୋର୍ଡ ସଦସ୍ୟଙ୍କ ଦ୍ୱାରା ଭିସି ଯୋଗେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।ନିଷ୍ପତ୍ତି ଅନୁଯାୟୀ ଏଣିକି ରେଳ ମରାମତି ପାଇଁ ଆବଶ୍ୟକୀୟ ପର୍ଯ୍ୟାପ୍ତ ସମୟ ବା ବ୍ଲକ ପିରିୟଡ ରେଳ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ ଡିଭିଜିଓନାଲ […]

ଭୁବନେଶ୍ୱର: ବାହାନଗାଠାରେ ରଳେ ଦୁର୍ଘଟଣାପରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏନେଇ ଗତ ୬ ତାରିଖରେ ରେଳ ବୋର୍ଡର ଅଧ୍ୟକ୍ଷ/ସିଇଓ ଏବଂ ବୋର୍ଡ ସଦସ୍ୟଙ୍କ ଦ୍ୱାରା ଭିସି ଯୋଗେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।ନିଷ୍ପତ୍ତି ଅନୁଯାୟୀ ଏଣିକି ରେଳ ମରାମତି ପାଇଁ ଆବଶ୍ୟକୀୟ ପର୍ଯ୍ୟାପ୍ତ ସମୟ ବା ବ୍ଲକ ପିରିୟଡ ରେଳ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ ଡିଭିଜିଓନାଲ ରେଲୱେ ମ୍ୟାନେଜର(ଡିଆରଏମ) କ୍ଷେତ୍ରସ୍ତରରେ କାମ କରୁଥିବା ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଆବଶ୍ୟକୀୟ ବ୍ଲକ ପିରିଡୟ ଯୋଗାଇଦେବେ। ସେହିପରି ରେଳ ଚଳାଚଳ ବେଳେ କୌଣସି ବିପଦ କିମ୍ବା ଅସୁରକ୍ଷିତ ପରିସ୍ଥିତିର ଅନୁଭବ କଲେ ରେଳବାଇର ଯେକୌଣସି କର୍ମଚାରୀ ସମ୍ପୃକ୍ତ ରେଳକୁ ଅଟକାଇ ପାରିବେ ବୋଲି ନିଷ୍ପତ୍ତି ହୋଇଛି। ଏହାର ଅନୁପାଳନ କରିବାକୁ ରେଳବୋର୍ଡ ପକ୍ଷରୁ ନିର୍ଦ୍ଦେଷନାମା ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ସୂଚନାଯୋଗ୍ୟ ଯେ, ଟ୍ରେନ କିମ୍ବା ଟ୍ରାକରେ ମରାମତି ବେଳେ ଯେଉଁ ସମୟ ଆବଶ୍ୟକ ହୋଇଥାଏ, ତାହାକୁ ବ୍ଲକ ପିରିୟଡ କୁହାଯାଇଥାଏ। ଏହି ବ୍ଲକ ପିରିୟଡ ସମୟରେ କୌଣସି ରେଳ ଚଳାଚଳ କରିନଥାଏ। ତେବେ ପୂର୍ବରୁ ଟ୍ରେନ ଚଳାଚଳରେ ସମୟାନୁବର୍ତ୍ତିତା ରକ୍ଷା କରିବା ପାଇଁ ଆବଶ୍ୟକ ହେଉଥିବା ବ୍ଲକ ପିରିୟଡଠାରୁ କମ୍‌‌ ସମୟ ଯନ୍ତ୍ରୀମାନଙ୍କୁ ମିଳୁଥିଲା। ଯାହାଫଳରେ ମରାମତି କାର୍ଯ୍ୟ କରିବା କଷ୍ଟସାଧ୍ୟ ହୋଇ ପଡୁଥିଲା। ତେବେ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏଣିକି ପର୍ଯ୍ୟାପ୍ତ ମାତ୍ରାରେ ବ୍ଲକ ପିରିୟଡ ଯୋଗାଇ ଦିଆଯିବ ବୋଲି ରେଳବୋର୍ଡ ନିଷ୍ପତ୍ତି ନେଇଛି। ସେହିପରି ରେଳ ଚଳାଚଳରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରେଳବୋର୍ଡ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରେଳ ଚଳାଚଳ ବେଳେ ଯଦି କୌଣସି କର୍ମଚାରୀଙ୍କ ମନରେ ସୁରକ୍ଷା ନେଇ କୌଣସି ସନ୍ଦେହ ପ୍ରକାଶ ପାଏ ଅଥବା ସେମାନେ କୌଣସି ବିପଦ ଅନୁଭବ କରନ୍ତି ତାହେଲେ ସେମାନେ ରେଳ ଚଳାଚଳ ବନ୍ଦ କରିପାରିବେ। ଏକ୍ଷେତ୍ରରେ କର୍ମଚାରୀ ଜଣକ ଯେତେ ତଳିଆ ହେଲେବି ଟ୍ରେନ ବନ୍ଦ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିପାରିବେ। ଯଦି ସେମାନଙ୍କ ସନ୍ଦେହ ସତରେ ପରିଣତ ହୁଏ, ତାହେଲେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ବୈଠକରେ ସ୍ଥିରୀକୃତହୋଇଛି। ସେହିପରି ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ରେଳବାଇର ବରିଷ୍ଠ ଅଧିକାରୀମାନେ ଆସନ୍ତା ଦୁଇ ସପ୍ତାହ ଧରି ରେଳବାଇର ବିଭିନ୍ନ ସ୍ଥାନ, ଡିପୋକୁ ପରିଦର୍ଶନରେ ଯିବେ। ସେଠାରେ ସେମାନେ କ୍ଷେତ୍ର ସ୍ତରୀୟକର୍ମଚାରୀଙ୍କ ସହ ସମୟ ବିତାଇବା ସହ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିବେ। କ୍ଷେତ୍ର ସ୍ତରରେ ଯଦି କିଥି ସମସ୍ୟା ଥାଏ, ତାହେଲେ ନିରୀକ୍ଷଣ ଅଧିକାରୀ ତାହାକୁ ସମାଧାନ କରିବାକୁ କୁହାଯାଇଥିବା ବେଳେ କୌଣସି ସମସ୍ୟା ଥିଲା ତାହାକୁ ତୁରନ୍ତ ଡିଆରଏମ କିମ୍ବା ଜିଏମଙ୍କ ଦୃଷ୍ଟିକୁ ଆଣିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରେଳବାଇ ବୋର୍ଡ ଦ୍ୱାରା ପ୍ରତିଦିନ ନିରୀକ୍ଷଣ କାର୍ଯ୍ୟ କରାଯିବା ସହ ଏ ସଂକ୍ରାନ୍ତୀୟ ରିପୋର୍ଟ ଡିଜି(ସୁରକ୍ଷା)ଙ୍କ ନିକଟକୁ ପ୍ରଦାନ କରିବାକୁ କୁହାଯାଇଛି। ଅପରପକ୍ଷେ ରେଳବାଇର ସମସ୍ତ ଜୋନ୍‌‌ ଆସନ୍ତା ଦୁଇସପ୍ତାହ ପାଇଁ ନିରୀକ୍ଷଣ ସଂକ୍ରାନ୍ତୀୟ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସହ ଏନେଇ ଡିଜି(ସୁରକ୍ଷା)ଙ୍କ ନିକଟକୁ ପ୍ରଦାନ କରିବାକୁ ସିଆର୍‌‌ବି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରେଳ ଜୋନ୍‌‌ ପକ୍ଷରୁ ଆନ୍ତଃ-ଉପଖଣ୍ଡସ୍ତରୀୟ ଅଡିଟ ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଚାଲିବ. ଏନେଇ କାର୍ଯ୍ୟସୂଚୀ ସୁରକ୍ଷା(ଡିଜି)ଙ୍କ ନିକଟକୁ ପଠାଯିବ। ସେହିପରି କୌଣସି ମରାମତି ସମୟରେ ସମୟ ଅପେକ୍ଷା ଗୁଣବତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବାକୁ ସିଆର୍‌‌ବି/ସିଇଓ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୈଠକରେ ରେଳ ବୋର୍ଡ ପକ୍ଷରୁ ମଧ୍ୟ କେତେକ ପରାମର୍ଶ ଦିଆଯାଇଛି। ପ୍ରମୁଖ ପରାମର୍ଶ ମଧ୍ୟରେ କୌଣସି ଅସୁରକ୍ଷିତ ସ୍ଥିତି କାରଣରୁ ରେଳ ଚଳାଚଳ ବନ୍ଦ ହେଲେ, ସମୟାନୁବର୍ତ୍ତିତାକୁ ଗୁରୁତର ସହ ନିଆଯିବ ନାହିଁ କିମ୍ବା ଏନେଇ କୌଣସି କର୍ମଚାରୀଙ୍କୁ ପ୍ରଶ୍ନ କରାଯିବ ନାହିଁ। ୱାଗନ ଡୋର ମରାମତି ପାଇଁ ମାସିକ ଲକ୍ଷ୍ୟ ଧାର୍ଯ୍ୟ ହେବ। ରେଳବାଇର ପ୍ରମୁଖ ସୁରକ୍ଷା ଅଧିକାରୀ ଆସନ୍ତା ୧୩ ତାରିଖ ସୁଦ୍ଧା ରେଳ ଡିଭିଜନମାନଙ୍କରେ ଏଡିଏସଓ ନିଯୁକ୍ତି ସୁନିଶ୍ଚିତ କରିବେ। ଏବଂ ଏନେଇ ଡୂଡ଼ାନ୍ତ ରିପୋର୍ଟ ସମାନ ତାରିଖ ସୁଦ୍ଧା ବୋର୍ଡକୁ ଜଣାଇବେ। ସେହିପରି ପ୍ରତ୍ୟେକ ଡିଭିଜନରେ ସୁରକ୍ଷା ପରାମର୍ଶଦାତା ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡିଆରଏମ ଏନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

09 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର